Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌, ଖେଳାଳିଙ୍କୁ ପଡ଼ିଲା ମହଙ୍ଗା ! ଲାଗିଲା ଜୋରିମାନା, ୪୦ ପ୍ରତିଶତ କଟିବ ମ୍ୟାଚ୍‌ ଫି'

ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ଚାଲିଥିଲା । ଶେଷ ଓଭରରେ ବି, କିଏ ବାଜି ମାରିବ ତାହା ଆକଳନ କରିବା କଷ୍ଟକର ଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
India-Pakistan Cricket Match

India-Pakistan Cricket Match

ସାରା ବିଶ୍ୱ ଜାଣିଛି ଭାରତ ପାକିସ୍ତାନ ମ୍ୟାଚ୍‌ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ । ସାରା ବିଶ୍ୱର ନଜର ଏହି ମ୍ୟାଚ୍‌ ଉପରେ ଥାଏ । ଚଳିତ ଏସିଆ କପ୍‌ରେ ଗତ ୨୮ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଆଉ ଏହି ମ୍ୟାଚ୍‌କୁ ଦର୍ଶକ ସବୁ ଉପଭୋଗ କରିଥିଲେ । କାରଣ ଏହା ଖୁବ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ଏମିତିକି ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ଚାଲିଥିଲା । ଶେଷ ଓଭରରେ ବି, କିଏ ବାଜି ମାରିବ ତାହା ଆକଳନ କରିବା କଷ୍ଟକର ଥିଲା।

Advertisment

ତେବେ ଏହି ରୋମାଞ୍ଚକର ମ୍ୟାଚ୍ ଭିତରେ ଉଭୟ ଦଳକୁ ଜରିମାନା କରାଯାଇଛି। ଆଇସିସି ଦ୍ୱାରା ଭାରତ ଏବଂ ପାକିସ୍ତାନ ଦଳକୁ ୪୦ ପ୍ରତିଶତ ଜୋରିମାନା କରାଯାଇଛି । ମନ୍ଥର ଓଭର ପାଇଁ ଆଇସିସି ପକ୍ଷରୁ ଏହି ଜୋରିମାନା କରାଯାଇଛି । ଉଭୟ ଦଳ ନିଜ ଫିଲ୍ଡିଂ ସମୟରେ, ଓଭର ଶେଷ କରିବାର ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ନେଇଥିଲେ। ଏହି ଜରିମାନା ଖେଳାଳିଙ୍କ ମ୍ୟାଚ୍ ଫି ଉପରେ ଆଧାରିତ, ଅର୍ଥାତ୍ ଭାରତୀୟ ଦଳ ଏଥିରେ ଅଧିକ କ୍ଷତି ସହିଛି । କାରଣ ଭାରତୀୟ ଖେଳାଳିଙ୍କ ମ୍ୟାଚ୍ ଫି, ପାକିସ୍ତାନୀ ଖେଳାଳିଙ୍କ ତୁଳନାରେ ବହୁତ ଅଧିକ।

ମ୍ୟାଚ୍ ରେଫରି ଜେଫ୍ କ୍ରୋଏଙ୍କ ଅନୁଯାୟୀ; ରୋହିତ ଶର୍ମା ଏବଂ ବାବର ଆଜାମ, ଉଭୟ ଅଧିନାୟକ ପ୍ରାୟ ଦୁଇ ଓଭର ପଛରେ ଚାଲୁଥିଲେ। ଆଇସିସି ନିଜ ବିବୃତିରେ କହିଛି ଯେ, ଖେଳାଳି କିମ୍ବା ସେମାନଙ୍କ ସହଯୋଗୀଙ୍କ ଯୋଗୁଁ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ନ ସରେ ତେବେ ପ୍ରତି ଓଭର ପିଛା ୨୦ ପ୍ରତିଶତ ମ୍ୟାଚ୍‌ ଫି କଟାଯିବାର ନିୟମ ରହିଛି । ଏନେଇ ଆଇସିସି ଆଚରଣ ସଂହିତା ଧାରା ୨.୨୨ରେ ସ୍ପଷ୍ଟ ଲେଖା ଅଛି ।

Advertisment

ଆଇସିସି ଆହୁରି ମଧ୍ୟ କହିଛି ଯେ, ଉଭୟ ଦଳର ଅଧିନାୟକ ସେମାନଙ୍କର ଭୁଲ ସ୍ୱୀକାର କରିଛନ୍ତି ଏବଂ ସେମାନେ ଜରିମାନା ଆଦେଶକୁ ଗ୍ରହଣ କରିଛନ୍ତି । ତେଣୁ ଏନେଇ ଆନୁଷ୍ଠାନିକ ଘୋଷଣା କରିବା କରିବାର କୌଣସି ଆବଶ୍ୟକତା ପଡ଼ିନାହିଁ । ମଇଦାନରେ ଉପସ୍ଥିତ ଥିବା ଦୁଇ ଅମ୍ପାୟାର, ତୃତୀୟ ଅମ୍ପାୟାର ଏବଂ ଚତୁର୍ଥ ଅମ୍ପାୟାର, ଦୁଇ ଦଳ ମଧ୍ୟରେ ଏହି ଅଭିଯୋଗ ଆଣିଥିଲେ ।

Cricket India Cricket Team India Vs Pakistan
Advertisment
Advertisment