/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662183401.jpg)
India Pakistan
ପୁଣି ଏକ ହାଇଭୋଲଟେଜ୍ ମ୍ୟାଚ୍ । ସାମ୍ନା-ସାମ୍ନି ହେବେ ଭାରତ ପାକିସ୍ତାନ । ହଙ୍କଙ୍ଗକୁ ବଡ଼ ବ୍ୟବଧାନରେ ପରାସ୍ତ କରି ସୁପର ଫୋରରେ ପହଞ୍ଚିବା ପରେ ପୁଣି ପରସ୍ପରକୁ ଭେଟିବେ ଭାରତ ଓ-ପାକିସ୍ତାନ । ସୁପର ସଣ୍ଡେରେ ଦୁବାଇ ଇଣ୍ଟରନ୍ୟାସନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ।
ଲିଗ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ତେବେ ସେହି ମ୍ୟାଚ ଜିତିବା ପାଇଁ ଭାରତକୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । କାରଣ ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିଲା ମ୍ୟାଚ୍ । ଆଉ ଶେଷ ଓଭରରେ ବି କିଏ ଜିତିବ ବୋଲି ଆକଳନ କରିବା କଷ୍ଟ ଥିଲା । ସେହି ଅନୁସାରେ ଦେଖିବାକୁ ଗଲେ ଆଗାମୀ ମ୍ୟାଚ୍ ଭାରତ ପାଇଁ ଅଧିକ କଷ୍ଟକର ହୋଇପାରେ ।
କାରଣ ପାକିସ୍ତାନର ଦୁଇ ଜଣ ଧୁଆଁଧାର ଖେଳାଳି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ଯିଏ କି ପୂର୍ବ ମ୍ୟାଚ୍ରେ ନଥିଲେ । ପାକିସ୍ତାନର ମହମ୍ମଦ ରିଜୱାନ ଓ ବାବର ଆଜମ ନିଜ ଫର୍ମକୁ ଫେରିଥିବା ବେଳେ ମ୍ୟାଚରେ କଡ଼ା ସଂଘର୍ଷ ହେବ ବୋଲି ଅନୁମାନ କରାଯାଉଛି । ସେହିପରି ଭାରତୀୟ କ୍ରିକେଟ୍ ଦଳରେ ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବଙ୍କ ସହ ଶ୍ରେୟସ ଆୟର ଭଳି ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ରହିଛନ୍ତି । ଆହତ କାରଣରୁ ରବିନ୍ଦ୍ର ଜାଡେଜା ଭାରତୀୟ ଦଳରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ଦଳରେ ସ୍ଥାନ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)