Advertisment

ପ୍ରେସମିଟ୍‌ରେ ଭାବବିହ୍ୱଳ କୋହଲି, କହିଲେ ଧୋନି ହିଁ ମୋର..

ପାକିସ୍ତାନଠାରୁ ମ୍ୟାଚ୍‌ ହାରିବା ପରେ ଭାବବିହ୍ୱଳ ହୋଇ ପ୍ରେସମିଟ୍‌ରେ ବଡ଼ ବୟାନ ଦେଇଛନ୍ତି ବିରାଟ କୋହଲି ।

author-image
Manoranjan Behera
ଅଦ୍ୟତନ ହୋଇଛି
Virat Kohli

Virat Kohli

ବହୁ ପ୍ରଶ୍ନବାଚୀରେ ପୂର୍ଣ୍ଣଚ୍ଛେଦ ପକାଇ ଫର୍ମକୁ ଫେରିଛନ୍ତି ଟିମ୍‌ ଇଣ୍ତିଆର ଷ୍ଟାର ଖେଳାଳି ବିରାଟ କେହଲି । ବର୍ତ୍ତମାନ ଚାଲିଥିବା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ନିଜର ବ୍ୟାଟିଂର ଜଲୱା ଦେଖାଇ ଫ୍ୟାନ୍ସଙ୍କୁ ଖୁସି କରିଛନ୍ତି କୋହଲି । ହେଲେ ପାକିସ୍ତାନ ଠାରୁ ମ୍ୟାଚ୍‌ ହାରିବା ପରେ ସେ ଭାବବିହ୍ୱଳ ହୋଇ ପ୍ରେସମିଟ୍‌ରେ ବଡ଼ ବୟାନ ଦେଇଛନ୍ତି । କଥା କଥାରେ ଟେଷ୍ଟ କ୍ୟାପ୍ଟେନ୍‌ସିପ୍‌ ଛାଡିବା ସମୟ କଥା ମନେ ପକାଇ କିଛି ଅକୁହା କଥାକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଧୋନିଙ୍କୁ ନିଜର ପ୍ରକୃତ ବନ୍ଧୁ ବୋଲି ସମ୍ବୋଧନ କରି ଅନ୍ୟ କିଛି ଖେଳାଳିଙ୍କ ଉପରେ ଅଭିମାନ କରିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ତାଙ୍କର ପ୍ରେସମିଟ୍‌ର ଭିଡିଓ ଭାଇରାଲ ହେବାରେ ଲାଗିଛି ।

Advertisment

ଗତବର୍ଷ କୋହଲି ଟିମ୍‌ ଇଣ୍ତିଆର ଟେଷ୍ଟ କ୍ୟାପ୍ଟେନସିପରୁ ଓହରି ଯାଇଛନ୍ତି । ଦୁଇ ବର୍ଷ ହେବ ସେ ଆଉଟ୍‌ ଫର୍ମ ଥିବା ବେଳେ ଏସିଆ କପ୍‌ରେ ନିଜର ଦମଦାର ବ୍ୟାଟିଂ ଦ୍ୱାରା ଟିମ୍‌ରେ ଏକପ୍ରକାର କମ୍‌ବ୍ୟାକ୍‌ କରିଛନ୍ତି । ସୁପର୍‌ ୪ ରେ ପାକିସ୍ତାନଠାରୁ ହାରିଯିବା ପରେ କୋହଲି ପ୍ରେସମିଟ୍‌ରେ ଭାବବିହ୍ୱଳ ହୋଇ ନିଜ ଟେଷ୍ଟ କ୍ୟାପ୍ଟେନସିପ୍‌ ଛାଡ଼ିବା ସମୟର କିଛି ସ୍ମୃତି ବଖାଣିଛନ୍ତି ।

କୋହଲି ଅଭିମାନ କରି କହିଛନ୍ତି ଯେ, ଟେଷ୍ଟ କ୍ୟାପ୍ଟେନସିପ୍‌ ଛାଡ଼ିବା ସମୟରେ ଟିମ୍‌ର କୌଣସି ଖେଳାଳି କିମ୍ବା ବିସିସିଆଇର କୌଣସି ସଦସ୍ୟ ତାଙ୍କୁ ଥରଟିଏ କଲ୍‌ କି ମେସେଜ୍‌ କରିନାହାନ୍ତି, କେବଳ ଧୋନି ହିଁ ଜଣେ ଯିଏ ତାଙ୍କୁ ପ୍ରଥମେ ମେସେଜ କରିଥିଲେ । କୋହଲିଙ୍କ କହିବାନୁଯାୟୀ ତାଙ୍କ ଫୋନ୍‌ ନମ୍ବର ସମସ୍ତଙ୍କ ପାଖରେ ଥିଲେ ମଧ୍ୟ କେହି ବି ଫୋନ୍‌ କରି କ୍ୟାପ୍ଟେନସିପ୍‌ ଛାଡ଼ିବାର କାରଣ ପଚାରିନଥିଲେ ।

Advertisment

କୋହଲି ଆହୁରି କହିଛନ୍ତି ଯେ, ବହୁଜଣ ସେହି ସମୟରେ ଟିଭିରେ ତାଙ୍କୁ ପରାମର୍ଶ ଦେଉଥିଲେ ମଧ୍ୟ କେହି ବି ଫୋନ୍‌ କି ମେସେଜ୍‌ କରିନଥିଲେ । ଅସମୟରେ ଧୋନି ହିଁ ଜଣେ ତାଙ୍କୁ ସବୁବେଳେ ସହଯୋଗ କରନ୍ତି ବୋଲି ସେ କହିଛନ୍ତି । ଧୋନି ସର୍ବଦା ଜଣେ ବଡ଼ ଭାଇ ଭଳି ସବୁ ପରିସ୍ଥିତିରେ ତାଙ୍କ ସହ ଛିଡ଼ା ହୁଅନ୍ତି ବୋଲି ସେ ପ୍ରେସମିଟ୍‌ରେ ଜଣାଇଛନ୍ତି । ପୂର୍ବରୁ ମଧ୍ୟ ଧୋନି ଓ କୋହଲିଙ୍କ ବନ୍ଧୁତ୍ୱର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

MS Dhoni Virat Kohli Test Captaincy
Advertisment
Advertisment