ଦ୍ୱିତୀୟ ଗୋଲ୍ ଦେଲେ ହାର୍ଦ୍ଦିକ ସିଂହ । ଅମିତ ରୋହିଦାସ ଦେଇଥିଲେ ପ୍ରଥମ ଗୋଲ୍ ।
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ। ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।
ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତଦେହ ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ପୋଲିସ ସ୍ପଷ୍ଟ କରିଛି।
ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ହାଇଭୋଲଟେଜ୍ ମ୍ୟାଚକୁ ଅପେକ୍ଷା କରିଛନ୍ତି ହକିପ୍ରେମୀ ।
ହକି ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଡାଡିୟମ୍ ପରିସରରେ ହୋଇଥିବା ଫ୍ୟାନ୍ ପାର୍କ ଓଲି ଲ୍ୟାଣ୍ଡ ବୁଲି ଦେଖୁଛନ୍ତି ଦର୍ଶକ। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଫ୍ୟାନ ପାର୍କ ଆସନ୍ତା ୨୯ ତାରିଖ ଯାଏଁ ଖୋଲା ରହିବ। ଦର୍ଶକ ମାନେ ମ୍ୟାଚ୍ ଦିନରେ ହକି ଦେଖିବା ସହ ମନୋରଂଜନର ଭରପୁର ମଜା ନେଇପାରିବେ। ମ୍ୟାଚ୍ ବେଳେ ଟିକେଟ୍ ଲାଗୁ ହୋଇଥିବା ବେଳେ ଅନ୍ୟ ସମୟରେ ବିନା ଟିକେଟ୍ରେ ଓଲି ଲ୍ୟାଣ୍ଡ ମଜା ଉଠାଇପାରିବେ ଦର୍ଶକ।
ଚଳିତ ବିଶ୍ୱକପ୍ ତାଜ୍ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ଟି ମ୍ୟାଚ୍।
ପୁରୁଷ ହକି ବିଶ୍ୱକପ୍ର ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା କଟକ ବାରବାଟୀ ଷ୍ଟାଡିୟମ। ଉଭୟ ରଣବୀର ଏବଂ ଦିଶା ବଲିଉଡ ଗୀତରେ ଡ୍ୟାନ୍ସର ଜଲୱା ଦେଖାଇ ଥିବାବେଳେ, ଝୁମିଥିଲେ ବାରବାଟୀରେ ଉପସ୍ଥିତ ଦର୍ଶକ ଓ ଅତିଥି।
ସାରା ରାଜ୍ୟରେ ହକି ମାନିଆ । ଗାଁରୁ ସହର, ସବୁଠି ଉତ୍ସବ ମୁଖର ପରିବେଶ ।
ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନିଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବେ। ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ବି ଦେଖିବାକୁ ମିଳିବ।
ଝୁମିଲାଣି କଟକ, ସଜେଇ ହୋଇଛି ଭୁବନେଶ୍ୱର। ବିଶ୍ୱକପ୍ ହକିକୁ ନେଇ ମତୁଆଲା ହେଲାଣି ଟ୍ୱିନ୍ ସିଟି। ଆସନ୍ତାକାଲିର ଗ୍ରାଣ୍ଡ ପ୍ରୋଗାମ୍ ପାଇଁ ବାରବାଟୀ ଷ୍ଟାଡିୟମ୍ ପ୍ରସ୍ତୁତ।
ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ।
ଟିକେଟ୍ ମିଳିଥିଲେ ମ୍ୟାଚ୍ ଦେଖିବେ ଆଉ ଟିକେଟ୍ ନଥିଲେ ବି କରିହେବ ସେଲିବ୍ରେସନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଛି ଓଲି ଲ୍ୟାଣ୍ଡ। ଆଖି ଝଲସାଇଲା ଭଳି ଲାଇଟ୍ ସାଙ୍ଗକୁ ମନ ମୋହିଲା ଭଳି ପରିବେଶ। ଯେଉଁ ଦିନ ମ୍ୟାଚ୍ ନଥିବା ସେଦିନ ଏଠିକି ଯେ କୌଣସି ଲୋକ ଯାଇପାରିବେ।
ସାରା ରାଜ୍ୟରେ ଏବେ ହକି ଫିଭର୍। ଏହି ଫିଭର୍ ବର୍ତ୍ତମାନ ବ୍ରହ୍ମପୁରରେ ମଧ୍ୟ ରହିଛି। ଯାହାର ଝଲକ ଆପଣ ଦେଖିବାକୁ ପାଇବେ ବ୍ରହ୍ମପୁର ଆଇଟିଆଇରେ...
ପୁଅ ଯେବେ ସଫଳତାର ଶୀର୍ଷରେ ପହଞ୍ଚେ ପରିବାରର ଖୁସି କହିଲେ ନ ସରେ...ଘରେ ସଫଳତାର ସାଇତା ସନ୍ତକ ସବୁକୁ ଦେଖିଲେ ଭାବ ବିହ୍ୱଳ ହୋଇ ପଡ଼ନ୍ତି ଆତ୍ମୟ ଓ ପରିଜନ
ମାତ୍ର ୫୧ଟି ବଲ ଖେଳି ୯ଟି ଛକା ସହାୟତାରେ ୧୧୨ ରନ କରି କ୍ରିଜରେ ଅପରାଜିତ ରହିଥିଲେ।
ଭାରତ ଶେଷଥର ୧୯୭୫ରେ ମାଲେସିଆର କୁଆଲାଲମ୍ପୁର ଠାରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍ରେ ଚାମ୍ପିଅନ୍ ହୋଇଥିଲା। ଏହା ପରଠାରୁ ଭାରତକୁ ଆଉ କେବେ ଏହି ସମ୍ମାନଜନକ ଟ୍ରଫି ଉଠାଇବାର ସୌଭାଗ୍ୟ ମିଳି ନାହିଁ। ୪୭ ବର୍ଷ ପରେ ବିଶ୍ୱକପ୍ ଟାଇଟଲ୍ ଜିତିପାରିବ କି ଭାରତ? ଆୟୋଜକ ଟିମ୍ ଏଥିପାଇଁ କେତେ ପ୍ରସ୍ତୁତ?
ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା।
ଡିସେମ୍ବର ୩୦ରେ ଦୁର୍ଘଟଣାର ଶିକାର ହୋଇଥିଲେ ରିଷଭ
ଜାତୀୟ କ୍ରିକେଟ ଏକାଡେମୀ ବୁମରାଙ୍କୁ ଫିଟ୍ ଘୋଷଣା କରିବା ପରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ୱାଡରେ ତାଙ୍କୁ ସାମିଲ କରାଯାଇଛି ।
ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ୍ ମ୍ୟାଚ୍ର ଆୟୋଜନ ହେବ। ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍ଲାଇନ୍ ରହିବ ନାହିଁ।
ହ୍ୱାଇଟ୍ ବଲ୍ କ୍ରିକେଟ୍ରେ ରୋହିତ ଶର୍ମାଙ୍କ ସ୍ଥାୟୀ ଉତ୍ତରାଧିକାରୀ କରାଯିବା ଲକ୍ଷ୍ୟ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ରେ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏବେ ରୋହିତଙ୍କ ପାଇଁ ନିଜ ଅଧିନାୟକତ୍ୱ ବଞ୍ଚାଇବା ଏବଂ ହାର୍ଦ୍ଦିକଙ୍କ ପାଇଁ ସୁଯୋଗ ମିଳିବା ସ୍ଥଳେ ନିଜ ନେତୃତ୍ୱ-ଦକ୍ଷତାକୁ ବଳିଷ୍ଠ ଓ ପରିପକ୍ୱ କରିବାର ଆହ୍ୱାନ ରହିଛି।
ନୂଆ ବର୍ଷରେ ଛୁଟି କାଟିବା ପାଇଁ ଉଭୟ ଏବେ ଦୁବାଇରେ ସମୟ ବିତାଉଛନ୍ତି ।
କ୍ରିକେଟର ଋଷଭ୍ ପନ୍ତଙ୍କୁ ଏୟାରଲିଫ୍ଟ କରାଯାଇପାରେ। ଅଧିକ ଚିକିତ୍ସା ପାଇଁ ଡେରାଡୁନରୁ ଦିଲ୍ଲୀକୁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି।
କାହିଁକି ନିଜେ ଡ୍ରାଇଭ କରୁଥିଲେ ପନ୍ତ ? କେମିତି ହେଲା ଦୁର୍ଘଟଣା ? ଏହାର କାରଣ ଏବେ ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରୁ ଯେଉଁ ଆମ୍ବୁଲାନ୍ସରେ ପନ୍ତଙ୍କୁ ହସ୍ପିଟାଲ୍ ନିଆଯାଇଥିଲା, ସେହି ଆମ୍ବୁଲାନ୍ସର ଫାର୍ମାସିଷ୍ଟ ମୋନୁ କୁମାର ଘଟଣା ସମ୍ପର୍କରେ କହିଛନ୍ତି।
୮୨ ବର୍ଷ ବୟସରେ ଏ ଦୁନିଆକୁ ବିଦାୟ ଦେଇଛନ୍ତି ପେଲେ। ବ୍ରାଜିଲ୍ର ସର୍ବକାଳୀନ ଶ୍ରେଷ୍ଠ ସ୍କୋରର୍ ପେଲେ ଦେଶକୁ ୩ ଫିଫା ବିଶ୍ୱକପ ଜିତେଇଥିଲେ। ଆଜି ବି ତାଙ୍କୁ ଏହି ପ୍ରସଙ୍ଗରେ ଶୀର୍ଷରେ ରଖାଯାଇଛି। ପେଲେ ଫୁଟବଲରେ ତାଙ୍କ କ୍ୟାରିୟର ଏମିତି ସେମିତିରେ କରି ନଥିଲେ। ସେ ଏହା ପଛରେ କଠିନ ପରିଶ୍ରମ କରିଥିଲେ।