Advertisment

କ୍ରାଇମବ୍ରାଞ୍ଚରେ ଅଭିଯୋଗ କଲେ ସଚିନ ତେନ୍ଦୁଲକର

ମୁମ୍ବାଇ କ୍ରାଇମବ୍ରାଞ୍ଚରେ ଆଜି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଭିଯୋଗ କରିଛନ୍ତି। ଅଜାଣତରେ ତାଙ୍କ ନାଁ, ଫଟୋ ଓ ସ୍ୱର ବ୍ୟବହାର କରି କିଛି ଅଜଣା ବ୍ୟକ୍ତି ନକଲି ବିଜ୍ଞାପନ କରିଥିବା ସେ ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sachin Tendulkar lodges complaint with Mumbai Crime Branch

Sachin Tendulkar lodges complaint with Mumbai Crime Branch

ମୁମ୍ବାଇ କ୍ରାଇମବ୍ରାଞ୍ଚରେ ଆଜି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଭିଯୋଗ କରିଛନ୍ତି। ଅଜାଣତରେ ତାଙ୍କ ନାଁ, ଫଟୋ ଓ ସ୍ୱର ବ୍ୟବହାର କରି କିଛି ଅଜଣା ବ୍ୟକ୍ତି ନକଲି ବିଜ୍ଞାପନ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ମୁମ୍ବାଇ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଏକ ଔଷଧ କମ୍ପାନୀ ସଚିନଙ୍କ ନାଁ, ଫଟୋ ଏବଂ ସ୍ୱର ବ୍ୟବହାର କରି ଏହାର ପ୍ରଡକ୍ଟ ଲାଇନକୁ ସପୋର୍ଟ କଲା ଭଳି ଅନ୍‌ଲାଇନ୍ ବିଜ୍ଞାପନ ଦେଇଥିବା ଜଣାପଡ଼ିଛି।

Advertisment

ଅଧିକ ପଢ଼ନ୍ତୁ: ଗାଁ ଝିଅର ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ତେନ୍ଦୁଲକର; କହିଲେ ଏମିତି…

ଏହା ପୂର୍ବରୁ ସଚିନ ତେନ୍ଦୁଲକର ଫାଉଣ୍ଡେସନର ମ୍ୟାନଜମେଣ୍ଟ ଟିମ୍‌ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା। ବୟାନରେ କୁହାଯାଇଥିଲା, ‘ଆମ ନଜରକୁ ଆସିଛି ଯେ, ସଚିନ ତେନ୍ଦୁଲକରଙ୍କ ସହ ଜଡ଼ିତ ନଥିବା ପ୍ରଡକ୍ଟ ଓ ସେବା ଗୁଡ଼ିକ ତାଙ୍କ ଅଜାଣତରେ ନାଁ, ଫଟୋ ଏବଂ ସ୍ୱର ବ୍ୟବହାର କରୁଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏସବୁ କରାଯାଉଛି’।  

Advertisment

‘ଏନେଇ ଆମେ ବିଧିବଦ୍ଧ ଭାବେ ସାଇବର ସେଲ୍‌ ବିଭାଗରେ ଅଭିଯୋଗ କରିଛୁ। ଏଭଳି ବ୍ରିଭାନ୍ତକାରୀ ବିଜ୍ଞାପନ ନେଇ ସୋସିଆଲ୍‌ ମିଡିଆରେ ମଧ୍ୟ ହାଇଲାଟ୍ସ କରିଛୁ’ ବୋଲି ବୟାନରେ କୁହାଯାଇଛି। 


 
 
 
 
 
 
 
 
 
 
 
 
 
 

A post shared by Sachin Tendulkar (@sachintendulkar)


 
 
 
 
 
 
 
 
 
 
 
 
 
 

A post shared by Sachin Tendulkar (@sachintendulkar)

Sachin Tendulkar
Advertisment
Advertisment