• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେବଳ ଫ୍ୟାନ୍ସ କାହିଁକି ଅନେକ କ୍ରିକେଟ୍‌ କିମ୍ବଦନ୍ତୀ ମଧ୍ୟ ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ୍‌ । ମାହିଙ୍କ ଅଟୋଗ୍ରାଫ୍‌ ପାଇଁ ଫ୍ୟାନ୍ସଙ୍କ ଧାଡ଼ି ଲାଗିଥାଏ । ଏବେବି ଚାଲିଛି ଧୋନି କ୍ରେଜ୍‌ । ଗତକାଲି କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ଧୋନିଙ୍କ ଅଟୋଗ୍ରାଫ ନେଇଛନ୍ତି କ୍ରିକେଟ୍‌ କିମ୍ବଦନ୍ତୀ ତଥା ଲିଟିଲ୍‌ ମାଷ୍ଟର ସୁନୀଲ ଗାଭାସ୍କର । ସେ ନିଜ ଛାତିରେ ଧୋନି ଅଟୋଗ୍ରାଫ୍‌ ନେଉଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସେସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି ।

ଗତକାଲି ଚେନ୍ନାଇ କୋଲକାତା ନାଇଟ୍‌ ରାଇଡର୍ସଠାରୁ ପରାସ୍ତ ହୋଇଛି । ଚେନ୍ନାଇର ବିଜୟ ଅଭିଯାନକୁ ରୋକିଛି କେକେଆର୍‌ । ଚେପକ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳକୁ ନୀତୀଶ ରାଣାଙ୍କ ଦଳ ୬ ୱିକେଟ୍‌ରେ ପରାସ୍ତ କରିଛି । ତେବେ ଆମେ ପୂର୍ବରୁ ମଧ୍ୟ ଦେଖିଛେ ଯେ, ମ୍ୟାଚ୍‌ର ଶେଷରେ ବିପକ୍ଷ ଦଳର ଖେଳାଳି ଧୋନିଙ୍କ ଅଟୋଗ୍ରାଫ ପାଇଁ ଧାଡ଼ି ଲଗାଇଥାନ୍ତି । ଏମିତିକି ଧୋନିଙ୍କଠୁ ମ୍ୟାଚ୍‌ ଟିପ୍ସ ମଧ୍ୟ ନେଇଥାନ୍ତି ।

ତେବେ ଧୋନିଙ୍କ ଅଟୋଗ୍ରାଫ୍‌ ପାଇ ବେଶ୍‌ ଖୁସି ହେଇଛନ୍ତି କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର । ନିଜ ସାର୍ଟରେ ଧୋନିଙ୍କ ଅଟୋଗ୍ରାଫ ନେଇଛନ୍ତି ସୁନୀଲ । ଏହା ନିଶ୍ଚୟ ଭାବରେ ଏକ ସ୍ମରଣୀୟ ମୁହୂର୍ତ୍ତ । ସୁନୀଲ ବର୍ତ୍ତମାନ ଆଇପିଏଲ୍‌ରେ କମେଣ୍ଟ୍ରି କରୁଛନ୍ତି । ସେ ନିଜ ଗୋଲାପୀ ସାର୍ଟରେ ଧୋନିଙ୍କ ଅଟୋଗ୍ରାଫ ନେଇଛନ୍ତି ।

ସାରା ବିଶ୍ୱରେ ଧୋନିଙ୍କ ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି । ଧୋନିଙ୍କ ଗୋଟିଏ ଝଲକ ପାଇବା ପାଇଁ ଷ୍ଟାଡିୟମରେ ପହଞ୍ଚିଯାଆନ୍ତି ହଜାର ହଜାର ଦର୍ଶକ । ଧୋନିଙ୍କ କ୍ୟାପ୍ଟେନ୍‌ସିପ୍‌କୁ ନେଇ ଅନେକ ପୂର୍ବତନ ଖେଳାଳି ଏବେବି ପ୍ରଶଂସା କରିଥାନ୍ତି । ତାଙ୍କୁ କ୍ୟାପ୍ଟେନ୍‌ କୁଲ୍‌ ଆଖ୍ୟା ମଧ୍ୟ ଦିଆଯାଇଛି ।

ଏବର୍ଷ ଶେଷ ହୋଇଯିବ କି ଧୋନିଙ୍କ ଆଇପିଏଲ୍‌ କ୍ୟାରିଅର୍‌ ? ଚେପକ୍‌ ଷ୍ଟାଡିୟମ୍‌ରେ ଖେଳିବେ କି ନିଜ ଶେଷ ମ୍ୟାଚ୍‌ ? ଏମିତି କିଛି ପ୍ରଶ୍ନ ଏବେ ଧୋନିଙ୍କ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି । ଧୋନି ନିଜ ଅବସର ନେଇ ବାରମ୍ବାର ଇସାରା ଦେଇ ଆସୁଛନ୍ତି । ଧୋନି ମଝିରେ ଏକ ମ୍ୟାଚ୍‌ର ପ୍ରେଜେଣ୍ଟେସନ୍‌ ସେରିମନିରେ କହିଥିଲେ ଯେ, ତାଙ୍କ କ୍ୟାରିୟର୍‌ରେ ଶେଷ ସମୟ ଚାଲିଛି । ଧୋନି ଏଭଳି ମନ୍ତବ୍ୟ ଦେଇ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି । ପୂର୍ବରୁ ଧୋନି ନିଜ ଶେଷ ମ୍ୟାଚ୍‌ ଚେନ୍ନାଇରେ ଖେଳିବେ ବୋଲି ଦୁବାଇରେ କହିଥିଲେ । ସେ ନିଜ ଶେଷ ମ୍ୟାଚ୍‌ ଚେପକ୍‌ରେ ଖେଳିବେ ବୋଲି ସ୍ପଷ୍ଟ କହିଥିଲେ ।