ପୁଷ୍ପାଙ୍କୁ ମିଳିଲା ଜାମିନ୍। ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ୍।
ବକ୍ସ ଅଫିସରେ ରାଜ୍ କରୁଛି ପୁଷ୍ପା-ଟୁ। କିନ୍ତୁ ରିଲିଜ୍ ଦିନଠୁ ବଢିଛି ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ସନ୍ଧ୍ୟା ଥିଏଟର୍ ଦଳାଚକଟା ମାମଲାରେ ତାଙ୍କୁ ଆଜି ଜେରା କରିଛି ହାଇଦ୍ରାବାଦ ପୋଲିସ। ପ୍ରାୟ ୪ ଘଣ୍ଟା ପଚରାଉଚରା ପରେ ଥାନାରୁ ବାହାରିଥିଲେ ଅଲ୍ଲୁ।
ପୁଣି ଥାନାରେ ଅଲ୍ଲୁ ଅର୍ଜୁନ। ପୋଲିସ ଷ୍ଟେସନରେ ରହିଲେ ପ୍ରାୟ ୪ ଘଣ୍ଟା। ମାଳମାଳ ପ୍ରଶ୍ନର ସାମନା କଲେ ସାଉଥ ସୁପରଷ୍ଟାର। ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ବୟାନ ରେକର୍ଡ କରିଛି ପୋଲିସ।
ଉତ୍ତରପ୍ରଦେଶର ମେରୁଟ୍ରେ କଥାମୃତ ଚାଲିଥିବା ବେଳେ ଦଳାଚକଟା। ଅନେକ ଭକ୍ତ ତଳେ ପଡ଼ିଯାଇ ଥିବା ବେଳେ ସେମାନଙ୍କ ଉପରେ ଅନ୍ୟ ଭକ୍ତମାନେ ଚଢିଯାଇଥିଲେ। ଏଥିରେ ଏକାଧିକ ମହିଳା ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
'ପୁଷ୍ପା ୨'ର ପ୍ରିମିୟର୍ ଶୋ’ରେ ଦଳାଚକଟାରେ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ସହିତ ତାଙ୍କର ୮ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନାହିଁ। ପ୍ରକାଶ ଯେ, ଶିଶୁର ଅବସ୍ଥା ଏବେ ବି ଗୁରୁତର ଏବଂ ସେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି।
ଦୁଇଦିନ ତଳ ରାତିରେ ହାଇଦ୍ରାବାଦ ସଂଧ୍ୟା ଥିଏଟର୍ ବାହାରେ ପୁଷ୍ପା ଟୁ ଶୋ’ ବେଳେ ଦଳାଚକଟା ପରିସ୍ଥିତି ଉପୁଜୁଥିଲା । ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ ।
ପୁଷ୍ପା ନାଁରେ ରୁଜୁ ହୋଇଛି ମାମଲା। ରିଲ୍ ନୁହେଁ ରିୟଲ୍ ରେ ପୁଷ୍ପରାଜ୍ ଅର୍ଥାତ ଅଲ୍ଲୁ ଅର୍ଜୁନଙ୍କ ନାଁରେ ରୁଜୁ ହୋଇଛି କେସ୍। ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି ବୋଲି ମଧ୍ୟ ପ୍ରଶ୍ନ ହେଉଛି।
ଦଳାଚକଟାରେ ଜଣେ ୩୯ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।
ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା। ଭୀଷଣ ଦଳାଚକଟାରେ ଆହତ ହେଲେ ୯ ଯାତ୍ରୀ, ୨ ଜଣ ଗୁରୁତର। ଉତ୍ତରପ୍ରଦେଶ ଗୋରଖପୁର ଅଭିମୁଖେ ଯାଉଥିବା ବାନ୍ଦ୍ରା ଗୋରଖପୁର ଏକ୍ସପ୍ରେସରେ ଚଢ଼ିବା ବେଳେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା ।
ମନ୍ଦିରରେ ଘଟିଲା ବଡ଼ ଅଘଟଣ । ଚାଲିଗଲା ଜୀବନ । ମହାଦେବଙ୍କୁ ଜଳଲାଗି ହେଲା ଜୀବନର ଶେଷଯାତ୍ରା । ଏମିତି ଦୁଃଖ ଘଟଣା ଘଟିଛି ବିହାର ଜେହନାବାଦ ଜିଲ୍ଲାର ଏକ ସିଦ୍ଧେଶ୍ୱର ମନ୍ଦିରରେ ।
ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି।
ଏପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବପ୍ରକାଶ ମଧୁକର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଶ୍ରମର ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନର ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ହାଥରସରେ ଧାର୍ମିକ କାର୍ଯ୍ୟକ୍ରମ ପରେ ଦଳାଚକଟାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରର ବେଦନା ଶୁଣିଲେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।
ଏତେ ସଂଖ୍ୟକ ମୃତଦେହ ଦେଖି ଜଣେ କନେଷ୍ଟବଳଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଏକା ସାଙ୍ଗରେ ଏତେ ସଂଖ୍ୟକ ମୃତଦେହ ଦେଖିବା ଫଳରେ ଉକ୍ତ କନେଷ୍ଟବଳଙ୍କର ହାର୍ଟଆର୍ଟାକ୍ ହୋଇଥିଲା ।
ହାଥରସରେ ଦଳାଚକଟାରେ ୧୨୧ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦଳାଚକଟାର କାରଣ ସାମ୍ନାକୁ ଆସିଛି । ଏପଟେ ଦଳାଚକଟା ଘଟଣାରେ ପୋଲିସ ମାମଲା ରୁଜୁ କରିସାରିଥିବା ଉତ୍ତରପ୍ରଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଆରମ୍ଭ ହୋଇଛି ତନାଘନା। ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ପୋଲିସ। କିଏ ଏହି ଭୋଲେ ବାବା ?
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସତସଙ୍ଗ ସରିବା ପରେ ଲୋକେ ଘରକୁ ଫେରିବା ପାଇଁ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଏହି ସମୟରେ ଦୌଡାଦୌଡି ଆରମ୍ଭ ହୋଇଥିଲା । ଏଥିରେ ୨୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି ।
ଷ୍ଟାଡିୟମରେ ଦଳାଚକଟା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି।
ଷ୍ଟାଡିୟମର ଏକ ପ୍ରବେଶ ଦ୍ୱାରରେ ଉଭୟ ଟିମ୍ର ପ୍ରଶଂସକ ମୁହାଁମୁହିଁ ହେବା ପରେ ଦଳାଚକଟା ଆରମ୍ଭ ହୋଇଥିଲା
ଗୁରୁବାର ୟେମେନ୍ରେ ଏକ ଖୈରାତ୍ (ଆର୍ଥିକ ସହାୟତା ବିତରଣ) କାର୍ଯ୍ୟକ୍ରମରେ ଦଳାଚକଟା ହେବାରୁ ୮୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆହୁରି ଅନେକ ଆହତ ହୋଇଛନ୍ତି ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।
କଟକ ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ସହ ୪୦ ଜଣ ଆହତ ଘଟଣା ପରେ ସେଠି ଲାଗିଛି ୧୪୪ ଧାରା।
ଶ୍ରୀଜିଉଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ ମଙ୍ଗଳ ଆଳତି ଚାଲୁଥିବା ବେଳେ ଉଭୟ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।
କଟକ ବଡ଼ମ୍ବା ସିଂହନାଥ ପୀଠରେ ଦଳାଚକଟା ଘଟଣା ପରେ ୧୪୪ ଧାରା ଲାଗିଛି। ମେଳାରେ ପଡ଼ିଥିବା ଦୋକାନୀଙ୍କୁ ଘରକୁ ଯିବା ପାଇଁ ପ୍ରଶାସନ କହିଛି।
ସିଂହନାଥ ପୀଠରେ ଅସମ୍ଭାଳ ଭିଡ଼ ପାଇଁ ଦଳାଚକଟା ହୋଇଛି।