• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗତକାଲିର ରୋମାଞ୍ଚକ ମ୍ୟାଚ୍‌ରେ ବାଜି ମାରିଲା ଲକ୍ଷ୍ନୌ ସସୁପର ଜାଏଣ୍ଟସ୍‌ । ପ୍ଲେ ଅଫ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ତିଆନ୍ସକୁ ୫ ରନ୍‌ରେ ହରାଇ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନରେ ପହଞ୍ଚିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ । ଶେଷ ଓଭର୍‌ରେ ୧୧ ରନ୍‌ର ଆବଶ୍ୟକ ଥିବା ବେଳେ ଟିମ୍‌କୁ ୫ ରନ୍‌ରେ ବିଜୟ ଦେଇଥିଲେ ମୋହଜିନ୍‌ ଖାନ୍‌ । ମୁମ୍ବାଇର ବିଜୟ ଅଭିଯାନରେ ରୋକ୍‌ ଲଗାଇଥିଲେ ମୋହଜିନ୍‌ ଖାନ୍‌ ।

ମୁମ୍ବାଇକୁ ମ୍ୟାଚ୍‌ ଜିତିବା ପାଇଁ ଶେଷ ଓଭର୍‌ରେ ୧୧ ରନ୍‌ ଆବଶ୍ୟକ ଥିଲା । କ୍ରିଜ୍‌ରେ ଉପସ୍ଥିତ ରହିଥିଲେ ଦୁଇ ପାୱାର୍‌ ହିଟର୍‌ କ୍ୟାମରନ୍‌ ଗ୍ରୀନ୍‌ ଓ ଟିମ୍‌ ଡେଭିଡ୍‌ । କିନ୍ତୁ ବୋଲିଂରେ କମାଲ ଦେଖାଇଥିଲେ ଲକ୍ଷ୍ନୌର ମୋହଜିନ୍‌ ଖାନ୍‌ । ମୁମ୍ବାଇକୁ ୫ ରନ୍‌ରେ ପରାସ୍ତ କରି ନିଜର ପ୍ଲେ ଅଫ୍‌ର ରାସ୍ତାକୁ ଜୀବିତ ରଖିଛି ଲକ୍ଷ୍ନୌ ।

ଅଧିକ ପଢ଼ନ୍ତୁ: ଭଙ୍ଗା ହାତରେ ନାଚିଲେ ଚିୟରଗର୍ଲ; ବିସିସିଆଇ ଉପରକୁ ଉଠିଲା ପ୍ରଶ୍ନ

ମ୍ୟାଚ୍‌ ସରିବା ପରେ ପ୍ରେସ୍‌ମିଟ୍‌ରେ ମୋହଜିନ୍‌ ଖାନ୍‌ ଭାବବିହ୍ୱଳ ହୋଇଯାଇଥିବାର ଦେଖିବାକୁ ମିଳିଥିଲା । ମୋହଜିନ୍‌ ପୂର୍ବରୁ ମୁମ୍ବାଇ ପାଇଁ ମଧ୍ୟ ଖେଳିସାରିଛନ୍ତି । ସେ କହିଛନ୍ତି ଯେ, ମୁମ୍ବାଇ ବିପକ୍ଷ ବିଜୟ ତାଙ୍କ ବାପାଙ୍କୁ ସମର୍ପିତ । ମୋହଜିନ୍‌ଙ୍କ ବାପା ଅସୁସ୍ଥତା କାରଣରୁ ମେଡିକାଲ୍‌ର ICU ରେ ଭର୍ତ୍ତି ହୋଇଥିଲେ ।

ମୋହଜିନ୍‌ ଭାବବିହ୍ୱଳ ହୋଇ କହିଲେ ଯେ, ‘ମୋ ବାପା ICU ରେ ଅଛନ୍ତି, ଆଜି ମୁଁ ତାଙ୍କ ପାଇଁ ଖେଳୁଛି । ସେ କାଲି ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି । ସେ ଗତ ୧୦ ଦିନ ହେଲା ICU ରେ ଥିଲେ । ସେ ମତେ ଟିଭିରେ ଖେଳୁଥିବା ଦେଖି ବେଶ୍‌ ଖୁସି  ହେଉଥିବେ’।

ଆଇପିଏଲ୍‌ ୨୦୨୨ରେ ମୋହଜିନ୍‌ଙ୍କ ପ୍ରଦର୍ଶନ ବେଶ୍‌ ଭଲ ରହିଥିଲା । ସେ ମୋଟ ୯ଟି ମ୍ୟାଚ୍‌ରୁ ୧୪ଟି ୱିକେଟ୍‌ ମଧ୍ୟ ନେଇଥିଲେ । ଏହାପରେ ଆହତ ସମସ୍ୟା କାରଣରୁ ସେ ୧୨ ମାସ ଯାଏଁ କ୍ରିକେଟ୍‌ଠୁ ଦୂରରେ ରହିଥିଲେ । ଚଳିତ ସଂସ୍କରଣ ଆରମ୍ଭରୁ  ମୋହଜିନ୍‌ ଫିଟ୍‌ ନଥିବା କାରଣରୁ ତାଙ୍କୁ ଖେଳାଯାଇନଥିଲା । ଏହି ସିଜନ୍‌ରେ ସେ ମୋଟ୍‌ ୨ଟି ମ୍ୟାଚ୍‌ ହିଁ ଖେଳିଛନ୍ତି ।

ଅଧିକ ପଢ଼ନ୍ତୁ: ଧୋନିଙ୍କ ଅଟୋଗ୍ରାଫ୍‌ ପାଇଁ ଛାତି ଦେଖାଇଦେଲେ ଲିଟିଲ୍‌ ମାଷ୍ଟର୍‌