ହକି ଓ୍ୱାର୍ଲଡ କପ୍ ଆୟୋଜନରେ ସହରର ସମସ୍ତଙ୍କୁ ସାମିଲ କରିବାକୁ ଆରମ୍ଭ କରାଯାଇଛି ଚକ୍ ଦେ କାର୍ଯ୍ୟକ୍ରମ।
ହକି ବିଶ୍ୱକପ୍ ପାଇଁ ଧକଧକ କଲାଣି ରାଉରକେଲାର ଛାତି। ସମସ୍ତଙ୍କୁ ସ୍ୱାଗତ କରିବାକୁ ପୂରା ପ୍ରସ୍ତୁତ ହେଲାଣି ହକିର ଏନ୍ତୁଡିଶାଳ
ବାଇଚୁଙ୍ଗ ଭୂତିଆ ହେଉଛନ୍ତି ଏକମାତ୍ର ଭାରତୀୟ ଫୁଟବଲ ଖେଳାଳି ଯିଏ ଖେଳୁଥିବା ସମୟରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଭାରତୀୟ ଫୁଟବଲ୍କୁ ବିଶ୍ୱ ମାନଚିତ୍ରରେ ଆଣିବା ପାଇଁ ପୁରା କ୍ରେଡିଟ୍ ଭୂତିଆକୁ ଯାଇଥାଏ। ଦଳରେ ଆତ୍ମବିଶ୍ୱାସ ଆଣିବା ଏବଂ ଆକ୍ରମଣାତ୍ମକ ଖେଳିବାର ରଣନୀତି ଭୂତିଆ ହିଁ ଆରମ୍ଭ କରିଥିଲେ।
ପ୍ରଥମ ସେମିଫାଇନାଲରେ କ୍ରୋଏସିଆକୁ ୩-୦ ଗୋଲ୍ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଆର୍ଜେଣ୍ଟିନା ଦେଖିବାକୁ ମିଳିଥିଲା ଲିଓନେଲ ମେସିଙ୍କ ଯାଦୁ। ୩୪ ତମ ମିନିଟ୍ରେ ଏକ ପେନାଲ୍ଟି କିକ୍ ଜରିଆରେ ମେସି ପ୍ରଥମ ଗୋଲ୍ ସ୍କୋର କରିଥିଲେ।
ଯୁବରାଜ ସିଂହ(ଯୁବୀ) ଆଜି ତାଙ୍କର ୪୧ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟିମ୍ ଇଣ୍ଡିଆର ସଂକଟମୋଚକ ଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।
ବିଶ୍ୱକପ୍ ପୂର୍ବରୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପ୍ରସ୍ତୁତ ହେଉଛି ପୋଲିସ। ଫୋକସ୍ରେ ବଞ୍ଜାରା, କିନ୍ନର ଓ ଭିକ୍ଷୁକ।
ବିଶ୍ୱକପ ହକିକୁ ଆଉ ମାତ୍ର ରହିଲା କିଛି ସପ୍ତାହ । ଏଥିପାଇଁ ନୂଆ ବୋହୂ ଭାବେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱରର ରାସ୍ତା । ପାଶର୍ବ, ବ୍ରିଜ୍ ୱାଲ ସବୁଠି ଚାଲିଛି ରଙ୍ଗ ମରା କାମ ।
କ୍ୱାର୍ଟର ଫାଇନାଲ୍ର କର ବା ମର ମ୍ୟାଚରେ ଦଳ ବିଶ୍ୱକପ୍ ଫେଭରାଇଟ ପର୍ତ୍ତୁଗାଲକୁ ୧-୦ ଗୋଲରେ ମାତ୍ ଦେଇଛି । ଫଳରେ ପର୍ତ୍ତୁଗାଲ ଏବଂ ଇଂଲଣ୍ଡ ଟିମ୍ ବିଶ୍ୱକପ୍ରୁ ବିଦା ହୋଇଛନ୍ତି ।
ଟିମ୍ ଇଣ୍ଡିଆର ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ରେ ବିଫଳତା ଏବଂ ଏହାପରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଠାରେ ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ପରାଜୟ ବିସିସିଆଇର ଚିନ୍ତା ବଢ଼ାଇଦେଇଛି। ପ୍ରଶ୍ନ ଉଠୁଛି, ୨୦୨୩ ବିଶ୍ୱକପ୍ ଆଗରୁ ସଙ୍କଟରୁ ମୁକୁଳି ପାରିବ ତ ଟିମ୍ ଇଣ୍ଡିଆ?
ପୁଣି ଜଣେ ଭାରତୀୟ କ୍ରିକେଟର୍ଙ୍କ ଦିନିକିଆ ମ୍ୟାଚ୍ରେ ଦ୍ୱିଶତକ ।
ବାସ୍କେଟବଲ, ବକ୍ସିଂ ଏବଂ ଭାରୋତ୍ତଳନରେ ବ୍ରହ୍ମପୁରର କ୍ରୀଡାବିତ୍ ରାଜ୍ୟ, ଦେଶ ତଥା ଦେଶ ବିଦେଶରେ ଭଲ ନାଁ କମାଇ ପାରିଛନ୍ତି ।
ଆଜି ଯଶପ୍ରୀତ ବୁମ୍ରା ଜଣେ ସଫଳ ବୋଲର୍। ହେଲେ ଏ ସ୍ଥାନରେ ପହଞ୍ଚିବା ନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ ସଂଘର୍ଷର କାହାଣୀ ଉପରେ ନଜର ପକେଇ ନେବା।
ବାଂଲାଦେଶ ଗସ୍ତରେ ଥିବା ଟିମ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଦିନିକିଆରେ ବାଂଲାବାହିନୀ ଠାରୁ ହାରିବା ପରେ ଭାରତୀୟ ଟିମକୁ ଗଣିବାକୁ ପଡିଛି ଜରିମାନା। ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଧୀମା ବୋଲିଂ ପାଇଁ ICC ଭାରତୀୟ ଖେଳାଳିଙ୍କ ୮୦ ପ୍ରତିଶତ ମ୍ୟାଚ୍ ଫି କାଟ୍ କରିଛି।
ବିନା ସୂଚନାରେ ହଠାତ ବଦଳିଲା ବିମାନ, ହଜିଗଲା କ୍ରିକେଟର ଦୀପକ ଚହରଙ୍କ ଲଗେଜ୍। ବିଜିନେସ୍ କ୍ଲାସ୍ରେ ଯାତ୍ରା ସତ୍ତ୍ୱେ ତାଙ୍କୁ ମିଳିଲା ନାହିଁ କୌଣସି ଖାଦ୍ୟ।
ଲିଓନେଲ୍ ମେସୀ ତାଙ୍କର ଉଲ୍ଲେଖନୀୟ କ୍ୟାରିଅରରେ ଗୋଟିଏ ବି ବିଶ୍ୱକପ୍ ମୁକୁଟ ହାତେଇ ନାହାନ୍ତି। କତରରେ ସେ କ୍ୟାରିଅରର ଶେଷ ବିଶ୍ୱକପ୍ ଖେଳୁଛନ୍ତି ଏବଂ ଏହା ତାଙ୍କ ଲାଗି ଶେଷ ସୁଯୋଗ। ମେସୀ ତାଙ୍କ ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବେ କି? ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନାକୁ ଦେଇପାରିବେ କି ବିଶ୍ୱମୁକୁଟ?
ଭାରତୀୟ ଅଲିମ୍ପିକ୍ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି।
ଗୋଟିଏ ଓଭରରେ ୬ ଛକା ମାରିବା କଥା ଆପଣ ଦେଖିଥିବେ। ହେଲେ ଜଣେ ବ୍ୟାଟର କେମିତି ୬ଟି ବଲରେ ୭ଟି ଛକା ମାରିଲେ ବୋଲି ଆପଣ ଭାବୁଥିବେ। ହେଲେ ଏମିତି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ୱାଡ।
କାତାରରେରେ ଚାଲୁଥିବା ଫୁଟ୍ବଲ୍ ବିଶ୍ୱକପ୍ ମ୍ୟାଚ୍ରେ ମର୍କ୍କୋଠୁ ବେଲ୍ଜିୟମ ହାରିବା ପରେ ହିଂସାକାଣ୍ଡ ହୋଇଛି। ଫୁଟ୍ବଲ୍ ଫ୍ୟାନ୍ସ କାର୍ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।
ବିରାଟ କୋହଲି ଶନିବାର ଦିନ ଏମିତି ଏକ ପୋଷ୍ଟ ଶେଆର କରିଛନ୍ତି, ଯାହାକୁ ଦେଖି କିଛି ସମୟ ପାଇଁ ଫ୍ୟାନ୍ସଙ୍କ ହାର୍ଟ ବିଟ୍ ବଢ଼ି ଯାଇଥିଲା।
ଟି-୨୦ ଆନ୍ତର୍ଜାତିକରେ ରିଷଭ ପନ୍ତଙ୍କ ବ୍ୟାଟିଂ ବିଫଳତା ଏକ ପୁରୁଣା ସମସ୍ୟା । ଏହି ଯୁବ ଖେଳାଳି କ୍ରିକେଟର କ୍ଷୁଦ୍ରତମ ଫର୍ମାଟ୍ ପାଇଁ କ’ଣ ଫିଟ୍ ନୁହନ୍ତି? ଏ ପ୍ରଶ୍ନ ଏବେ ଟିମ୍ ମ୍ୟାନେଜ୍ମେଣ୍ଟ ପାଇଁ ଚିନ୍ତାର ବିଷୟ; ଆଗକୁ ଗଢ଼ା ହେବାକୁ ଥିବା ନୂଆ ଚୟନ କମିଟିକୁ ମଧ୍ୟ ଏହା ଆନ୍ଦୋଳିତ କରିବ।
କେଉଁ କାରଣରୁ ହଠାତ୍ ଫ୍ୟୁଜ୍ ହେଉଛି ଫ୍ଲଡ୍ ଲାଇଟ୍ ?
ଗତକାଲି ଇଣ୍ଡିଆନ୍ ସୁପର୍ ଲିଗ୍ର ଏକ ମ୍ୟାଚ୍ ଚାଲିଥିବା ବେଳେ ହଠାତ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବାରୁ ପ୍ରାୟ ୧୫ ମିନିଟ୍ ଧରି ବ୍ୟାଘାତ ହୋଇଥିଲା ମ୍ୟାଚ୍।
ଟି-ଟ୍ୱେଣ୍ଟି ସିରିଜ୍ର ବଦଲା ନେବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ୍ ହୋଇଯାଇଥିଲା।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କୁଶଳୀ ଶ୍ରମିକଙ୍କ ବର୍ଷ ବର୍ଷର ଶ୍ରମ ସାଧାନାରୁ ହିଁ ଆତ୍ମପ୍ରକାଶ କରିଛି ବିଶ୍ୱକପ୍ ଭେନ୍ୟୁ ହୋଇଥିବା ଏକାଧିକ ଅତ୍ୟାଧୁନିକ ଷ୍ଟାଡିୟମ।