Advertisment

ବିରାଟଙ୍କୁ ହାଇଦ୍ରାବାଦୀ ବିରିୟାନୀ ଖୁଆଇଲେ ସିରାଜ

ସିରାଜ ହାଇଦ୍ରାବାଦ୍‌ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍‌ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ।

author-image
Manoranjan Behera
ଅଦ୍ୟତନ ହୋଇଛି
Mohammed Siraj

Mohammed Siraj

ହାଇଦ୍ରାବାଦ୍‌ରେ ବିରିୟାନୀ ପାର୍ଟି କଲେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌ର ଖେଳାଳି । ଟିମ୍‌ ଇଣ୍ତିଆର ଷ୍ଟାର ବୋଲର୍‌ ମହମ୍ମଦ ସିରାଜଙ୍କ ହାଇଦ୍ରାବାଦ୍‌ ସ୍ଥିତ ନୂଆ ଘରେ ବିରିୟାନୀ ପାର୍ଟି କଲେ RCB ଖେଳାଳି । ବିରାଟଙ୍କ ସମେତ ଟିମ୍‌ର ଅନ୍ୟ ଖେଳାଳି ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ । ନିକଟରେ ହାଇଦ୍ରାବାଦ୍‌ର ଫିଲ୍ମ ନଗର ଜୁବଲି ହିଲ୍ସରେ ସିରାଜ ଏକ ନୂଆ ଘର କିଣିଛନ୍ତି । ସିରାଜ ତାଙ୍କ ନୂଆ ଘରକୁ ସମସ୍ତ ଖେଳାଳିଙ୍କୁ ରାତ୍ର ବୋଜନ ପାଇଁ ନିମନ୍ତ୍ରଣ କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ‘ମୋ ବାପା ICU ରେ ଥିଲେ, ତାଙ୍କ ପାଇଁ ମୁଁ IPL ଖେଳୁଛି’

ଗତ ଗୁରୁବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ ହାଇଦ୍ରାବାଦ୍‌ରେ ପହଞ୍ଚିଥିଲା । କୋହଲିଙ୍କ ସମେତ ଆରସିବି ଟିମ୍‌ ସଦସ୍ୟମାନେ ସୋମବାର ରାତିରେ ହାଇଦ୍ରାବାଦରେ ପହଞ୍ଚି ମହମ୍ମଦ ସିରାଜଙ୍କ ନୂଆ ଘରକୁ ରାତ୍ର ଭୋଜନ ପାଇଁ ଯାଇଥିଲେ । ସେମାନଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆରସିବିର ଟ୍ୱିଟର୍‌ ପେଜ୍‌ରେ ମଧ୍ୟ ଏହି ସମୟର ଫଟୋକୁ ସେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ, ହାଇଦ୍ରାବାଦ୍‌ ବିରିୟାନୀ ଟାଇମ!

Advertisment

ଆଇପିଏଲରେ RCB ପାଇଁ ଖେଳୁଥିବା ସିରାଜ ହାଇଦ୍ରାବାଦ୍‌ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍‌ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ। ତେବେ ସିରାଜ ବିରାଟଙ୍କୁ ନିଜ ଘରେ ପାଇ ବେଶ୍‌ ଉତ୍ସାହିତ ଅଛନ୍ତି ।

ଚଳିତ ସିଜିନ୍‌ରେ ଆର୍‌ସିବି ପକ୍ଷରୁ ସବୁଠାରୁ ଅଧିକ ୱିକେଟ୍‌ ନେଇଛନ୍ତି ସିରାଜ। ବର୍ତ୍ତମାନ ଆରସିବି ୧୨ଟି ମ୍ୟାଚ୍‌ରୁ ୬ଟି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ୍‌ରେ ୧୨ ଅଙ୍କ ସହ ପଞ୍ଚମ ସ୍ଥାନରେ ରହିଛି । ଆରସିବି ପାଇଁ ଶେଷ ୨ଟି ମ୍ୟାଚ୍‌ ପ୍ଲେ ଅଫ୍‌ରେ ଏଣ୍ଟ୍ରି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

Virat Kohli Cricket Mohammed Siraj RCB Royal Challengers Bangalore IPL 2023
Advertisment
Advertisment