Advertisment

IPL Playoffs 2023: ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ରେସ୍‌ରୁ ବାଦ୍‌ ପଡ଼ିଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ୍‌ର ଚଳିତ ସଂସ୍କରଣରେ ୧୨ଟି ମ୍ୟାଚ୍‌ରୁ ୮ଟିରେ ପରାଜୟ ପରେ ପ୍ଲେ ଅଫ୍‌ରୁ ବାଦ ପଡ଼ିଛି ଦିଲ୍ଲୀ କ୍ୟାପିଟାଲ୍ସ ।

author-image
Manoranjan Behera
Delhi Capitals

Delhi Capitals

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ରୁ ବାଦ ପଡ଼ିଲା ଦିଲ୍ଲୀ କ୍ୟାପିଟାଲ୍ସ । ଗତକାଲି ପଞ୍ଜାବ କିଙ୍ଗ୍ସଠାରୁ ୩୧ ରନ୍‌ରେ ହାରି ପ୍ଲେ ଅଫ୍‌ ରେସ୍‌ରୁ ବାଦ ପଡ଼ିଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୬୮ ରନ୍‌ର ଟାର୍ଗେଟ୍‌କୁ ପିଛା କରି ୮ ୱିକେଟ୍‌ ହରାଇ ୧୩୬ ରନ୍‌ ସଂଗ୍ରହ କରିପାରିଥିଲା । ଦିଲ୍ଲୀ ୧୨ଟି ମ୍ୟାଚ୍‌ରୁ ୮ଟି ମ୍ୟାଚ୍‌ ହାରି ପ୍ଲେ ଅଫ୍‌ରୁ ଆଉଟ୍‌ ହୋଇଯାଇଛି ।

Advertisment

ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୬୭ ରନ୍‌ କରିଥିଲା । ପଞ୍ଜାବ ପକ୍ଷରୁ ପ୍ରଭସିମ୍ରନ ସିଂହ ପ୍ରଥମ ଆଇପିଏଲ୍‌ ଶତକ ହାସଲ କରିଥିଲେ । ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରଭସିମ୍ରନଙ୍କ ଶତକ ସହାୟତାରେ ୧୬୭/୭ ସ୍କୋର କରିଥିଲା ବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୬/୮ ରନ୍‌ କରିପାରିଥିଲା । ଏହାଫଳରେ ଦିଲ୍ଲୀ ଅଷ୍ଟମ ପରାଜୟ ବରଣ କରିବା ସହ ଚଳିତ ଆଇପିଏଲ୍‌ରେ ପ୍ରଥମ ଦଳ ଭାବେ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ପ୍ରଭସିମ୍ରନଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଛି ।

୧୬୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଡେଭିଡ୍‌ ୱାର୍ଣ୍ଣର ଓ ଫିଲ୍‌ ସଲ୍‌ଟ କଡ଼ା ଜବାବ ଦେଇଥିଲେ। ପାୱାରପ୍ଲେରୁ ୬୫ ରନ୍‌ କରି ବିଜୟ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। କିନ୍ତୁ ସଲ୍‌ଟଙ୍କୁ ହରପ୍ରୀତ୍‌ ବ୍ରାର୍‌ ବୋଲ୍ଡ କରି ଓପନିଂ ଯୋଡ଼ି ଭାଙ୍ଗିବା ସହ ମ୍ୟାଚ୍‌କୁ ପଞ୍ଜାବ ପଟକୁ ଢଳାଇଥିଲେ । ଏହାପରଠୁ ନିୟମିତ ବ୍ୟବଧାନରେ ଦିଲ୍ଲୀ ୱିକେଟ୍‌ ହରାଇଥିଲା । ଅ‌ଷ୍ଟମ ଓଭରରେ ମିଚେଲ୍‌ ମାର୍ଶଙ୍କୁ ରାହୁଲ ଚହର ଆଉଟ୍‌ କରିବା ପରେ ନବମ ଓଭରରେ ହରପ୍ରୀତ୍‌ ଯୁଗଳ ସଫଳତା ପାଇଥିଲେ। ପ୍ରଥମ ବଲ୍‌ରେ ରିଲି ରୁସୋ ଓ ଶେଷ ବଲ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଥିବା ୱାର୍ଣ୍ଣରଙ୍କୁ ସେ ପାଭିଲିଅନ୍‌ ଫେରାଇଥିଲେ। 

Advertisment

ପରବର୍ତ୍ତୀ ଓଭରର ପ୍ରଥମ ବଲ୍‌ରେ ଭଲ ଲୟରେ ଥିବା ଅକ୍ଷର ପଟେଲ୍‌ଙ୍କୁ ଚହର ଦ୍ୱିତୀୟ ଶିକାର କରିଥିଲେ। ନିମ୍ନକ୍ରମରୁ ଆଉ ବଡ଼ ରନ୍‌ ନବାହାରିବାରୁ ‌ଶେଷରେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ହରପ୍ରୀତ୍‌ ୩୦ ରନ୍‌ ବିନିମୟରେ ୪ ୱିକେଟ୍‌ ଓ ଚହର ୪ ଓଭର୍‌ରେ ମାତ୍ର ୧୬ ରନ୍‌ ଦେଇ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ।

Cricket Delhi Capitals IPL Playoffs IPL 2023
Advertisment
Advertisment