/odishatv-khabar/media/post_attachments/uploadimage/library/16_9/16_9_0/IPL_2023_1683453663.jpg)
IPL 2023
ଆଜି ଆଇପିଏଲ୍ (IPL 2023)ରେ ଏମିତି ଏକ ମ୍ୟାଚ୍ ଖେଳାଯିବ, ଯାହାକି ଆଇପିଏଲ୍ ଇତିହାସରେ ବର୍ତ୍ତମାନ ଯାଏ କେବେବି ଏପରି ହୋଇନାହିଁ। ଆଜି ଦର୍ଶକ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ପାଇବେ। IPL 2023 ସିଜନ୍ରେ ଆଜି ଡବଲ ହେଡର ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ଣ ସାଢ଼େ ୩ଟାରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମୁକାବିଲା ଗୁଜରାଟ ଟାଇଟନ୍ସ (GT) ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍(LSG) ମଧ୍ୟରେ ହେବ।
ଏହି ମ୍ୟାଚ୍ ଏଥିପାଇଁ ନିଆରା କାରଣ ଗୁଜରାଟ ଓ ଲକ୍ଷ୍ନୌ ୨ ଟିମ୍ର କ୍ୟାପଟେନ୍ ସମ୍ପର୍କରେ ଭାଇ-ଭାଇ। ଗୁଜରାଟ ଟିମ୍ର କମାଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଥିବାବେଳେ ଲକ୍ଷ୍ନୌ ଟିମ୍ର କ୍ୟାପଟେନ୍ ହାର୍ଦ୍ଦିକଙ୍କ ଭାଇ କୃଣାଲ ପାଣ୍ଡ୍ୟା। ଆଇପିଏଲ୍ ଇତିହାସରେ ଏହା ପ୍ରଥମ ମ୍ୟାଚ୍ ହେବ, ଯେଉଁଠି ୨ ଭାଇ କ୍ୟାପଟେନ୍ ଭାବେ ମୈଦାନକୁ ଓହ୍ଲାଇବେ ଓ ଟିମ୍ ସମ୍ଭାଳିବେ।
IPL 2022 ସିଜନ୍ରେ ୨ଟି ନୂଆ ଟିମ୍ ଏଣ୍ଟ୍ରି କରିଥିଲେ। ଏହି ଟିମ୍ ହେଲା- ଗୁଜରାଟ ଟାଇଟନ୍ସ (GT) ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍(LSG)। ପ୍ରଥମରୁ ଗୁଜରାଟ ଟିମ୍ର କ୍ୟାପଟେନ୍ ହାର୍ଦ୍ଦିକଙ୍କୁ ହିଁ କରାଯାଇଥିଲା। ଆଉ ପ୍ରଥମ ସିଜନରେ ହିଁ ଗୁଜରାଟ ଟିମ୍କୁ ଚାମ୍ପିଅନ୍ କରିଥିଲେ ହାର୍ଦ୍ଦିକ। ସେହିପରି ସ୍ପିନ୍ ଅଲ୍ରାଉଣ୍ଡର କୃଣାଲ ପାଣ୍ଡ୍ୟାଙ୍କୁ ଲକ୍ଷ୍ନୌ ଟିମ୍ ୮.୨୫ କୋଟି ଟଙ୍କାରେ କିଣିଥିଲେ। ଏହାସହ କୃଣାଲଙ୍କୁ ଉପ-ଅଧିନାୟକ ଓ କେଏଲ୍ ରାହୁଲଙ୍କୁ ଅଧିନାୟକ କରାଯାଇଥିଲା। ତେବେ ଚଳିତ ସିଜନ୍ରେ କେଏଲ୍ ରାହୁଲ ଆଘାତ ହୋଇଥିବା ଯୋଗୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଫଳରେ କୃଣାଲଙ୍କ ହାତରେ ଟିମ୍ର ଅଧିନାୟକ ଦାୟିତ୍ୱ ଭାର ରହିଛି।
ଏଭଳି ଭାବେ ଆଇପିଏଲ୍ ଇତିହାସରେ ହାର୍ଦ୍ଦିକ ଓ କୃଣାଲଙ୍କ ଯୋଡ଼ି ଅଧିନାୟକ ଭାଇ ଭାବେ ପ୍ରଥମ ଯୋଡ଼ି ହୋଇଛି। କୃଣାଲଙ୍କୁ ତାଙ୍କ ୧୦୮ ତମ ଆଇପିଏଲ୍ ମ୍ୟାଚ୍ରେ ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱ ମିଳିଛି। ସୂଚନାଥାଉ କି, IPL 2022 ସିଜନ୍ରେ ହାର୍ଦ୍ଦିକ ଓ କୃଣାଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)