• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭବିଷ୍ୟତରେ ନିଜ ବାନ୍ଧବୀଙ୍କୁ ବିବାହ କଲେ, ଅନ୍ତର୍ଜାତୀୟ ଆଥଲେଟ୍ ଦୂତୀ ଚାନ୍ଦ ହେବେ ସ୍ୱାମୀ, ଆଉ ବାନ୍ଧବୀ ମୋନାଲିସା ହେବେ ତାଙ୍କ ପତ୍ନୀ । ଏମିତିକି ବିବାହ ପରେ ଉଭୟ ଯୋଡ଼ିଙ୍କ ମଧ୍ୟରୁ ସେ ବାପା ହେବାକୁ ଚାହାନ୍ତି ବୋଲି ଜାତୀୟ ସ୍ତରର ଇଂରାଜୀ ପତ୍ରିକାକୁ ଏକ ସାକ୍ଷାତକାର ଦେଇଛନ୍ତି ଦୂତି ଚାନ୍ଦ । ପୂର୍ବରୁ ନିଜ ଯୁବତୀ ବନ୍ଧୁଙ୍କ ସହ ପ୍ରେମ ସମ୍ପର୍କ ଓ ତାଙ୍କୁ ବିବାହ କରିବାର ଘୋଷଣା ପରେ ଏବେ ତାଙ୍କର ଏ ନୂଆ ମନ୍ତବ୍ୟ ପୁଣି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

ବାପା ହେବାକୁ ଚାହୁଁଛନ୍ତି ଆନ୍ତର୍ଜିାତିକ ମହିଳା ଆଥଲେଟ୍ ଦୂତି ଚାନ୍ଦ । ନିଜ ବାନ୍ଧବୀଙ୍କୁ ବିବାହ ପରେ ସେ ହେବେ ସ୍ୱାମୀ, ଆଉ ପରବର୍ତ୍ତୀ ସମୟରେ ଉଭୟ ଯଦି କୌଣସି ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ଦୂତି ହେବେ ବାପା । ଏକ ଜାତୀୟ ସ୍ତରର ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ ସ୍ପ୍ରିଣ୍ଟର ଦୂତି ଚାନ୍ଦ । ଏହି ସାକ୍ଷାତକାର ସହ ଦୂତି ତାଙ୍କ ଯୁବତୀ ବନ୍ଧୁ ମୋନାଲିସାଙ୍କର ବିବାହ ମୁଦ୍ରାର ଏକ ଫଟୋ ମଧ୍ୟ ମାଗାଜିନର କଭର ପୃଷ୍ଠାରେ ସ୍ଥାନ ପାଇଛି । ଯେଉଁଥିରେ ଦୂତି ତାଙ୍କ ବାନ୍ଧବୀଙ୍କ ମଥାରେ ସିନ୍ଦୁର ଲଗାଉଥିବାର ଦୃଶ୍ୟ ରହିଛି । ତା’ସହ ଉଭୟ ପ୍ରେମୀ ଯୁଗଳଙ୍କର ଆଉ କିଛି ଫଟୋ ମଧ୍ୟ ଗଣ ମାଧ୍ୟମକୁ ଆସିଛି । ଯାହାକୁ ନେଇ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖୁବ ଚର୍ଚ୍ଚା ।

ଦୂତି ଜଣେ ଯୁବତୀଙ୍କୁ ପ୍ରେମ କରୁଥିବା ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିବା ନେଇ ୨୦୧୮ରେ ସର୍ବସମ୍ମୁଖରେ ଘୋଷଣା କରିବା ପରେ ଏହା ସମଗ୍ର ବିଶ୍ୱବ୍ୟାପୀ ଚର୍ଚ୍ଚା ଓ ଚହଳ ସୃଷ୍ଟି କରିଥିଲା । ସେତେବେଳେ ସମଲିଙ୍ଗୀ ବିବାହ ସପକ୍ଷରେ ସ୍ୱର ଉତ୍ତୋଳନ କରୁଥିବା ବହୁ ଗୋଷ୍ଠୀ ଦୂତିଙ୍କ ସାହସ ଓ ପଦକ୍ଷେପକୁ ବାହାବା ଦେଇଥିବା ବେଳେ ତାଙ୍କ ପରିବାର, ସମାଜ ଏବଂ ଆଉ କିଛି ଗୋଷ୍ଠୀ ଏହାକୁ ନାପସନ୍ଦ କରିଥିଲେ ।

ତେବେ ଦୂତୀ ତାଙ୍କ ନିଷ୍ପତ୍ତିରେ ଅଟଳ ବୋଲି ସ୍ପଷ୍ଟ କରିଥିଲେ। ସେବେଠୁ ଉଭୟ ପ୍ରେମୀ ଯୁଗଳ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ତେବେ ଜାତୀୟ ସ୍ତରର ପତ୍ରିକାକୁ ସାକ୍ଷାତକାର ପରେ ଆଜି ଓଟିଭିକୁ ମଧ୍ୟ ସମାନ କଥା ଦୋହରାଇଛନ୍ତି ଦୂତି ।

ଆମ ଦେଶରେ ସମଲଙ୍ଗୀ ଯୌନ ସମ୍ପର୍କକୁ ୨୦୧୮ରେ ସୁପ୍ରିମକୋର୍ଟ ଆଇନ ସମ୍ମତ ଘୋଷଣା କରିଥିବା ବେଳେ ସମଲିଙ୍ଗୀ ବିବାହକୁ କିନ୍ତୁ ଏଯାଏଁ ଆଇନଗତ ଅଧିକାର ମିଳିପାରିନି । ତେବେ ଗତକାଲି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏ ସମ୍ପର୍କିତ ଏକାଧିକ ଆବେଦନର ବିଚାର କରି ରାୟ ସଂରକ୍ଷତି ରଖିଛନ୍ତି । ଯଦି କୋର୍ଟଙ୍କ ରାୟ ସମଲିଙ୍ଗୀ ଯୋଡ଼ିଙ୍କ ସପକ୍ଷରେ ଯାଏଁ, ତେବେ ଦୂତି ଆଇନସମ୍ମତ୍ତ ଭାବେ ନିଜ ଇପସିତ ଇଚ୍ଛା ପୂରଣ କରିବାର ସମ୍ଭାବନା ଅଧିକ ।