Advertisment

ମ୍ୟାଚ୍‌ ପରେ ଟେନ୍‌ସନ୍‌ରେ ଧୋନି-ଜାଡେଜା ! ସାମ୍ନାକୁ ଆସିଲା କଥା କଟାକଟିର ଭିଡିଓ...

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, କୌଣସି କଥାକୁ ନେଇ ଉଭୟ ଧୋନି ଓ ଜାଡେଜାଙ୍କ ମଧ୍ୟରେ କଥା କଟାକଟି ହେଉଛି। ମ୍ୟାଚ୍‌ ସରିବା ପରେ ଉଭୟ ଫେରୁଥିବା ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MS Dhoni Engages In War Of Words With Jadeja

MS Dhoni Engages In War Of Words With Jadeja

ଗତକାଲି ଖେଳା ଯାଇଥିବା ଆଇପିଏଲ୍‌ ମ୍ୟାଚ୍‌(IPL 2023)ରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ (CSK) ୭୭ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(DC) କୁ ଧୂଳି ଚଟାଇଥିଲା। ଏହାସହ ଧୋନି ଆଇପିଏଲ୍‌ ପ୍ଲେଅଫ୍‌ରେ ନିଜ ଟିମ୍‌ର ସ୍ଥାନ ପକ୍କା କରିଛନ୍ତି। ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ(GT) ଓ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ମଙ୍ଗଳବାର ଦିନ ମୁକାବିଲା ହେବ। ହେଲେ ଗତକାଲି ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ ପରେ ଧୋନି ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, କୌଣସି କଥାକୁ ନେଇ ଉଭୟ ଧୋନି ଓ ଜାଡେଜାଙ୍କ ମଧ୍ୟରେ କଥା କଟାକଟି ହେଉଛି। ମ୍ୟାଚ୍‌ ସରିବା ପରେ ଉଭୟ ଫେରୁଥିବା ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ କେଉଁ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଏତେ ଟେନ୍‌ସନ୍‌ ଓ କଥା କଟାକଟି ହୋଇଥିଲା ତାହା ଜଣାପଡ଼ିନି। ଏନେଇ ସୋସିଆଲ୍‌ ମିଡିଆରେ ଅନେକ ଭିଡିଓ ଭାଇରାଲ୍‌ ହେଉଛି। 

ଭିଡିଓକୁ ଦେଖି ଏମିତି ଲାଗୁଛି, କୌଣସି କଥାକୁ ନେଇ ଜାଡେଜା ଖୁସି ନାହାନ୍ତି। ଆଉ କ୍ୟାପଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଧୋନି, ଜାଡେଜାଙ୍କ କାନ୍ଧରେ ହାତ ପକାଇ ତାଙ୍କୁ ବୁଝାଉଛନ୍ତି। ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ନର୍ମାଲ ହୋଇଯାଇଥିବା ଭଳି ଲାଗିଥିଲା।

Advertisment

ଗତକାଲି ଖେଳା ଯାଇଥିବା ମ୍ୟାଚ୍‌ରେ ଜାଡେଜାଙ୍କ ବୋଲିଂ ପ୍ରଦର୍ଶନ ଭଲ ନଥିଲା। ୪ ଓଭରରେ ସେ ୫୦ ରନ୍‌ ଦେଇଥିବା ବେଳେ ମାତ୍ର ଗୋଟିଏ ୱିକେଟ୍‌ ନେଇଥିଲେ। ସେହିପରି ବ୍ୟାଟିଂରେ ଜାଡେଜା ୭ ବଲ୍‌ରେ ମାତ୍ର ୨୦ ରନ୍‌ କରିଥିଲେ। ଏହିପରି ଚେନ୍ନାଇ ୨୨୩ ରନ୍‌ କରିଥିଲା।

ଆଇପିଏଲ୍‌ର ପୂର୍ବ ସିଜନରେ ଜେଡେଜା ଚେନ୍ନାଇ ଅଧିନାୟକ ଦାୟିତ୍ୱ ସମ୍ଭାଳି ଥିଲେ। ଯେଉଁଠାରେ ଚେନ୍ନାଇ ପ୍ରାରମ୍ଭରେ ୮ଟି ମ୍ୟାଚ୍‌ ମଧ୍ୟରୁ କେବଳ ୨ଟି ମ୍ୟାଚ୍‌ ଜିତିଥିଲା। ଏହାପରେ ଜାଡେଜାଙ୍କୁ ଅଧିନାୟକ ଦାୟିତ୍ୱରୁ ହଟା ଯାଇ ପୁଣିଥରେ ଧୋନିଙ୍କୁ ଅଧିନାୟକ ଦାୟିତ୍ୱ ଭାର ଦିଆଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ଚେନ୍ନାଇ ଆଇପିଏଲ୍‌ର ପ୍ଲେଅଫ୍‌ରେ ପହଞ୍ଚି ପାରିନଥିଲା। 

MS Dhoni Ravindra Jadeja IPL 2023
Advertisment
Advertisment