କାହିଁକି ଡୋପ୍ ଟେଷ୍ଟରେ ବିଫଳ ହେଲେ ଆନ୍ତର୍ଜାତିକ ଆଥଲେଟ୍ ଦୂତି ଚାନ୍ଦ । ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ୪ ବର୍ଷ ପାଇଁ ବ୍ୟାନ ହେବା ନିଜ ପକ୍ଷ ରଖିଛନ୍ତି ଦୂତି । ହେଲେ ସେ ଯେଉଁ କାରଣ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା । କ୍ୟାନସର ଆକ୍ରାନ୍ତ ଥିବା ସମୟରେ ଖାଇଥିବା ମେଡିସିନ୍ ପାଇଁ ହୁଏତ ଏଭଳି ହୋଇଥାଇ ପାରେ ବୋଲି କହିବା ସହ ଦଣ୍ଡାଦେଶର ପୁନଃ ବିଚାର ପାଇଁ ନାଡାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଦୂତି ।
ଡୋପ୍ ଟେଷ୍ଟରେ ବିଫଳତାରୁ ଆଥଲେଟିକ୍ ଜଗତରୁ ୪ ବର୍ଷ ବାସନ୍ଦ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ କହିଛନ୍ତି- ଜାଣିଶୁଣି କୌଣସି ନିଷିଦ୍ଧ ଔଷଧ ସେବନ କରିନି ।
ଲେଭଲ ୱାନ୍ କ୍ୟାନସରରେ ପୀଡିତ ଥିଲେ ଆଥଲେଟ୍ ଦୂତି ଚାନ୍ଦ । ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ ।
ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି (NADA) ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୁନାରେ ମିଳିଛି।
ଡୋପ୍ ଟେଷ୍ଟରେ ଫେଲ୍ ମାରିବା ପରେ ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ୍ ବଳବତ୍ତର ରହିବ।
ଭବିଷ୍ୟତରେ ନିଜ ବାନ୍ଧବୀଙ୍କୁ ବିବାହ କଲେ, ଅନ୍ତର୍ଜାତୀୟ ଆଥଲେଟ୍ ଦୂତୀ ଚାନ୍ଦ ହେବେ ସ୍ୱାମୀ, ଆଉ ବାନ୍ଧବୀ ମୋନାଲିସା ହେବେ ତାଙ୍କ ପତ୍ନୀ । ଏମିତିକି ବିବାହ ପରେ ଉଭୟ ଯୋଡ଼ିଙ୍କ ମଧ୍ୟରୁ ସେ ବାପା ହେବାକୁ ଚାହାନ୍ତି ବୋଲି ଜାତୀୟ ସ୍ତରର ଇଂରାଜୀ ପତ୍ରିକାକୁ ଏକ ସାକ୍ଷାତକାର ଦେଇଛନ୍ତି ଦୂତି ଚାନ୍ଦ ।
ବାପା ହେବାକୁ ଚାହୁଁଛନ୍ତି ଆନ୍ତର୍ଜିାତିକ ମହିଳା ଆଥଲେଟ୍ ଦୂତି ଚାନ୍ଦ । ନିଜ ବାନ୍ଧବୀଙ୍କୁ ବିବାହ ପରେ ସେ ହେବେ ସ୍ୱାମୀ, ଆଉ ପରବର୍ତ୍ତୀ ସମୟରେ ଉଭୟ ଯଦି କୌଣସି ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ଦୂତି ହେବେ ବାପା ।
ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ବାପା ହେବାକୁ ଚାହୁଁଛନ୍ତି । ଏନେଇ ସେ ଏକ ଜାତୀୟ ମାଗାଜିନ୍କୁ ସାକ୍ଷାତକାର ଦେଇ ଏହା କହିଛନ୍ତି।
ଡୋପ୍ ଟେଷ୍ଟ ପଜିଟିଭ ପରେ ଦୂତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
ପୁଣି ଦୂତି-ସରସ୍ୱତୀ କଳି। ସୋସିଆଲ୍ ମିଡିଆରେ ଯୁଦ୍ଧ। ଦୁଇ ଭଉଣୀ ପରସ୍ପର ବିରୋଧରେ ବର୍ଷିଛନ୍ତି।
ସରସ୍ବତୀ ନିଜ ପୋଲିସ୍ ଅଧିକାରିଣୀ ପଦର ଦୁରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଗୁରୁତର ଅଭିଯୋଗ କରିଛନ୍ତି ଦୂତି।
କିଛି ଦିନର ନିରବତା ପରେ ପରସ୍ପର ବିରୋଧରେ ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷିଛନ୍ତି। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ।
ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ଆଜି ସନ୍ଧ୍ୟା ୫ଟା ୧୭ରେ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ଟ୍ରାକରେ ଦୌଡ଼ିବେ। ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ଅନେକ ସମ୍ଭାବନା ରହିଛି।
ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍ରେ ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କୁ ରାଗିଂ କରାଯାଇଥିଲା। ଏଭଳି ଘଟଣା କାହାକୁ କହି ହେଉନଥିଲା କି ସହି ହେଉନଥିଲା ବୋଲି ଦୂତୀ ସୋସିଆଲ୍ ମିଡିଆରେ କମେଣ୍ଟ ଦେଇ ଲେଖିଛନ୍ତି।
ଦୂତୀଙ୍କ ଫେସବୁକ୍ ପୋଷ୍ଟର କଡ଼ା ଜବାବ ରଖିଲେ ହକି ତାରକା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ । ହକି ଖେଳକୁ ନେଇ ଦୂତୀ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି ଦିଲ୍ଲୀପ ।
‘ରାଜ୍ୟ ସରକାର କୋଟି କୋଟି ଟଙ୍କାର ଭିତ୍ତିଭୂମି ପ୍ରସ୍ତୁତ କରିବାରେ ବ୍ୟସ୍ତ । କିନ୍ତୁ ଏପଟେ କ୍ରୀଡ଼ାବିତ୍ମାନେ ଦିନକୁ ଦିନ ହଜିଗଲେଣି । ଖେଳକୁ ନେଇ ରାଜ୍ୟରେ ରାଜନୀତି ଚାଲିଛି ।
ପୂର୍ବରୁ ନିଜ ପରିବାର ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଲିମ୍ପିଆନ୍ ଦୂତି ଚାନ୍ଦ, ଏକ ଭଲ ଖବର ଦେଇଛନ୍ତି। ସେ ତାଙ୍କ ଗାଁରେ ଏକ ନୂଆ ଘର ତିଆରି କରି ସପରିବାରେ ଗୃହପ୍ରବେଶ କରିଛନ୍ତି। ବଡ଼କଥା ହେଉଛି, ଏଥିରେ ତାଙ୍କ ବାପା ମାଆ କର୍ତ୍ତା ସାଜିଥିଲେ। ତେଣୁ ସେମାନଙ୍କ ସହ ତାଙ୍କର ପୂର୍ବରୁ ଯେଉଁ ମତାନ୍ତର ଥିଲା, ବସ୍ତୁତଃ ତାହା ଶେଷ ହୋଇଥିବା ଅନୁମାନ କରାଯାଉଛି।
ଅପମାନଜନକ ଖବର ପ୍ରସାରଣ କରିଥିବା ଅଭିଯୋଗରେ ଗତକାଲି ୱେବ ଚ୍ୟାନେଲର ସଂପାଦକ ସୁଧାଂଶୁ ରାଉତ ଓ ଆଜି ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ ।
'ଆପଣମାନେ ଜାଣିଛନ୍ତି ଓଡ଼ିଶାର ଗୋଟେ କ୍ରୀଡ଼ାବିତ୍ ଯିଏ କି ଦୂତି ଚାନ୍ଦ୍ ନ୍ୟାସନାଲ୍ ଲେଭଲରେ ୧୫୦୦ରୁ ଅଧିକ ମେଡାଲ୍ ହାସଲ୍ କରିଛି'।
ଭୁୁବନେଶ୍ୱରରେ ଜଣେ ୱେବ ଚ୍ୟାନେଲର ସମ୍ପାଦକଙ୍କୁ ଉଠାଇ ନେଇଛି ପୋଲିସ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ଆଧାରରେ ୱେବ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ପୋଲିସ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି ।
ଟୋକିଓ ଅଲିମ୍ପିକସ ଚାଲିଥିବା ବେଳେ ଦୂତି ଚାନ୍ଦଙ୍କ ଚରିତ୍ର ଓ ଫଳାଫଳକୁ ନେଇ ୱେବ ଚାନେଲମାନେ ବିଭିନ୍ନ ପ୍ରକାର ଖବର ପ୍ରସାରଣ କରି ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୁତି ଚାନ୍ଦ ଅଭିଯୋଗ କରିଛନ୍ତି। ସମ୍ମାନରେ ଆଞ୍ଚ ଆସିଛି, ଖେଳରେ ପ୍ରଭାବିତ ହୋଇଥିବା ସେ କହିଛନ୍ତି।
ଅଲିମ୍ପିକ୍ସ ହିରୋଙ୍କୁ ଗତ ୧୬ ତାରିଖରେ ସମ୍ବର୍ଦ୍ଧନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ବାସଭବନରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଏବଂ ଅନ୍ୟ ଅଲିମ୍ପିଆନ୍ସଙ୍କୁ ଭେଟିଥିଲେ । ତେବେ ଏହାରି ଭିତରେ ଓଡ଼ିଆ ଆଥଲେଟ୍ ଦୁତୀ ଚାନ୍ଦଙ୍କ ସହ ମୋଦିଙ୍କ ବାର୍ତାଳାପର କିଛି ଅଂଶ ।
ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତି ଚାନ୍ଦ। ୨୦୦ ମିଟର ହିଟ୍ରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ୨୦୦ ମିଟରକୁ ସେ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିଛନ୍ତି।
ଟୋକିଓରୁ ଏକ ଭିଡିଓ ମେସେଜ୍ ଜରିଆରେ ଦୂତି କହିଛନ୍ତି, ସେ ୧୦୦ ମିଟର ଦୌଡରେ ଭଲ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇପାରି ନଥିବାରୁ ଦୁଃଖିତ । ଆଜି ସେ ୨ଶହ ମିଟର ଦୌଡରେ ଭଲ କରିବେ ବୋଲି ଆଶା ରଖିଛନ୍ତି ।
ଶହେ ମିଟରରେ ଦୂତି ଭଲ କରିପାରିନଥିଲେ ମଧ୍ୟ ତାଙ୍କର ଆଉ ଏକ ଇଭେଣ୍ଟ ଅଛି। ୨ ଶହ ମିଟର ଦୌଡ଼ରେ ମଧ୍ୟ ସେ ଭାଗ ନେବେ। ଦେଶର ଏକମାତ୍ର ଆାଥଲେଟ୍ ଭାବେ ଦୁଇଟି ଇଭେଣ୍ଟରେ ସେ ଭାଗ ନେବାର ସୁଯୋଗ ପାଇଛନ୍ତି।