Advertisment

Viral Video: ଛକା ମାରିଲେ ଶୁବମନ୍ ଗିଲ୍‌, ହୋଟେଲରେ ଖୁସିରେ ଝୁମିଲେ ମୁମ୍ବାଇ ଖେଳାଳି...

ଅନ୍ତିମ ଲିଗ୍ ମୁକାବିଲାରେ ଗୁଜରାଟ୍ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ୍‌ରେ ହରାଇ ପ୍ଲେଅଫ୍ ରେସ୍‌ରୁ ବାଙ୍ଗାଲୋରକୁ ବିଦା କରିଦେଇଛି। ସେହିପରି ସନ୍‌ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍ ରେ ବିଜୟୀ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mumbai indians players rejoice after shubman gill six

Mumbai indians players rejoice after shubman gill six

କ୍ରିକେଟ ଏମିତି ଏକ ଖେଳ ଯେଉଁଠି ହାର୍‌, ଜିତ୍‌ ଲାଗି ରହିଥାଏ। ନିଜ ଜିତିବାଠୁ ଅନ୍ୟ ଟିମ୍‌ର ହାରିବା ଉପରେ ସମସ୍ତଙ୍କ ନଜର ଥାଏ। ଆଇପିଏଲ୍‌ ୨୦୨୩ରେ ଶେଷ ଲିଗ୍‌ ମ୍ୟାଚ୍‌ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରୁ କୌଣସି ଏକ ଟିମ୍‌କୁ ପ୍ଲେଅଫ୍‌ରେ ପହଞ୍ଚିବାର ଥିଲା। 

Advertisment

ଅନ୍ତିମ ଲିଗ୍ ମୁକାବିଲାରେ ଗୁଜରାଟ୍ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ୍‌ରେ ହରାଇ ପ୍ଲେଅଫ୍ ରେସ୍‌ରୁ ବାଙ୍ଗାଲୋରକୁ ବିଦା କରିଦେଇଛି। ସେହିପରି ସନ୍‌ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍ ରେ ବିଜୟୀ ହୋଇଛି। ମୁମ୍ବାଇ ପାଇଁ ଏହି ମ୍ୟାଚ୍‌ କର ବା ମର ସ୍ଥିତି ଭଳି ଥିବାବେଳେ କ୍ୟାମରନ୍‌ ଗ୍ରୀନ୍‌ଙ୍କ ଶତକ ଓ ଅଧିନାୟକ ରୋହିତ ଶର୍ମାଙ୍କ ୫୬ ରନ୍ ବଳରେ ଦଳ ହାଇଦ୍ରାବାଦକୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲା। ତେବେ ବାଙ୍ଗାଲୋରର ପରାଜୟ ପରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ୍‌ରେ ପହଞ୍ଚିଛି। 

ଯଦି ବାଙ୍ଗାଲୋର ଜିତିଥାନ୍ତା ତା’ହେଲେ ଭଲ ରନ୍‌ ରେଟ୍‌ ଯୋଗୁ ଟିମ୍‌ ପ୍ଲେଅଫ୍‌କୁ ଯାଇଥାନ୍ତେ। ହେଲେ ବାଙ୍ଗାଲୋରର ଏହି ସ୍ୱପ୍ନକୁ ଧୂଳିସାତ୍‌ କରି ଦେଇଥିଲେ ଶୁବମନ୍ ଗିଲ୍‌। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଶତକ ବଳରେ ଗୁଜରାଟ ଆଗରେ ୧୯୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ଶୁବମନ୍ ଗିଲ୍‌ଙ୍କ ଶତକୀୟ ଇନିଂସ ବଳରେ ମାତ୍ର ୪ ୱିକେଟ୍ ହରାଇ ଗୁଜରାଟ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। 

Advertisment

ଯେତେବେଳେ ଶୁବମନ୍ ଗିଲ୍‌ ୨୦ ଓଭରର ପ୍ରଥମ ବଲ୍‌ରେ ଛକା ମାରି ଶତକ ହାସଲ କରିଥିଲେ, ଏହି ସମୟରେ ହୋଟେଲରେ ବସି ମ୍ୟାଚ୍‌ ଦେଖୁଥିବା ମୁମ୍ବାଇ ଟିମ୍‌ର ଖେଳାଳି ଖୁସିରେ ଝୁମିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଆସନ୍ତାକାଲି ଅର୍ଥାତ୍‌ ମେ’ ୨୩ରେ କ୍ୱାଲିଫାୟର-୧ରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମୁହାଁମୁହିଁ ହେବେ। ସେହିପରି ୨୪ ତାରିଖରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ଏଲିମିନେଟର ମ୍ୟାଚ୍। ଆସନ୍ତା ୨୬ ତାରିଖରେ କ୍ୱାଲିଫାୟର-୨ ଖେଳାଯିବ। 

IPL 2023
Advertisment
Advertisment