• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କ୍ରିକେଟ୍‌ ପ୍ରାୟ ସମସ୍ତଙ୍କୁ ପସନ୍ଦ । କ୍ରିକେଟ୍‌ ପ୍ରେମୀଙ୍କୁ ଅହୁରି ଆକୃଷ୍ଟ କରିବା ପାଇଁ IPL ହେଉ କି ଦିନିକିଆ ମ୍ୟାଚ୍‌ ସବୁଥିରେ ଚିୟରଗର୍ଲଙ୍କୁ ନିୟୋଜିତ କରାଯାଇଥାଏ । ଯେଉଁମାନେ ନୃତ୍ୟ ପରିବେଷଣ କରିବା ସହ କ୍ରିକେଟ୍‌ ପ୍ରେମୀଙ୍କୁ ଅଧିକ ଉତ୍ସାହିତ କରାଥା’ନ୍ତି । ହେଲେ ନିକଟରେ ଏକ IPL ମ୍ୟାଚ୍‌ରେ ଜଣେ ଚିୟରଗର୍ଲଙ୍କୁ ନେଇ କିଛି ବିବାଦ ସାମ୍‌ନାକୁ ଆସିଛି ।

ସୋମବାର ଅର୍ଥାତ୍ ଗତକାଲି ଗୁଜୁରାଟ ଟାଇଟାନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଥିଲା । ସେଠାରେ ଜଣେ ଚିୟରଗର୍ଲ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା । ଚିୟରଗର୍ଲ ଜଣକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିବା ସତ୍ତ୍ୱେ ମଧ୍ୟ ସେ IPLରେ ନାଚୁଥିଲେ । ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବାବେଳେ ହାତଟି ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ସାମ୍‌ନାକୁ ଆସିଛି ।

ଏପରି ଘଟଣାକୁ ନେଇ କିଛି ଦର୍ଶକ ବିସିସିଆକୁ ସମାଲୋଚନା କରିଥିବାବେଳେ କିଛି ଲୋକ ବିସିସିଆଇକୁ ପ୍ରଶ୍ନ କରିଛନ୍ତି । ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଚିୟରଗର୍ଲଙ୍କ ନୃତ୍ୟ ପରିବେଷଣ ବେଳର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଚିୟରଗର୍ଲଙ୍କ କର୍ତ୍ତବ୍ୟ ନିଷ୍ଠା ସ୍ପଷ୍ଟ ବାରି ହୋଇପଡ଼ୁଛି ।

ଚିୟରଗର୍ଲଙ୍କ ନୃତ୍ୟ ପରିବେଷଣ ବେଳର କିଛି ଫଟୋ କେବଳ ସୋସିଆଲ ମିଡିଆ ଟ୍ୱିଟର କାହିଁକି, ଇନ୍‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌ରେ ମଧ୍ୟ ଦେଖିବାକୁ ମିଳିଛି । ଯାହାକି ବର୍ତ୍ତମାନ ଭାଇରାଲ ଟ୍ରେଣ୍ଡ ପାଲଟିଛି । ଖାଲି ସେତିକି ନୁହେଁ, ବିସିସିଆକୁ ସାଧାରଣରେ ପ୍ରଶ୍ନ ପରେ କିଛି ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହା ବ୍ରେକିଂ ନ୍ୟୁଜ୍‌ ପାଲଟିଥିଲା ।

ସୋସିଆଲ ମିଡିଆରେ ପୋଷ୍ଟ କରାଯାଥିବା ଚିୟରଗର୍ଲଙ୍କ ଫଟୋରେ କିଛି ଲୋକ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିବାବେଳେ କେହି କେହି ହୃଦୟରୁ ତାଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି ।