• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବଢିଲା ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା । ପୂର୍ବରୁ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବଢାଇ ଦେଇଛନ୍ତି ମମତା ସରକାର । ପୂର୍ବରୁ ଗାଙ୍ଗୁଲିଙ୍କୁ ୱାଇ କାଟାଗୋରୀର ସୁରକ୍ଷା ମିଳୁଥିବା ବେଳେ ଏବେ ଜେଡ୍‌ କାଟାଗୋରୀର ସୁରକ୍ଷା ମିଳିବ । ୱାଇ କାଟାଗୋରୀ ସୁରକ୍ଷାର ଅବଧି ସରିବା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ଦିଦି ।

ଅଧିକ ପଢ଼ନ୍ତୁ: କାହିଁକି ଓ କେବେଠୁ କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ ? ଜାଣନ୍ତୁ..

ତେବେ ହଠାତ୍‌ ସୌରଭଙ୍କ ସୁରକ୍ଷା ବଢାଯାଇଥିବାରୁ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଗାଙ୍ଗୁଲିଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ତାଙ୍କୁ ଯେଉଁ ପ୍ରକାର ସୁରକ୍ଷା ମିଳୁଥିଲା ତାହାର ଅବଧି ଶେଷ ହୋଇଥିଲା । ନିୟମ ଅନୁସାରେ, ପୁଣି ଥରେ ତାଙ୍କ ସୁରକ୍ଷାର ସମୀକ୍ଷା କରାଯାଇଥିଲା । ପରେ ସୁରକ୍ଷା ବଢାଇବାକୁ ନିଷ୍ପତ୍ତି ହୋଇଛି ।

ନୂଆ ନିଷ୍ପତ୍ତି ଅନୁସାରେ, ବର୍ତ୍ତମାନ ଗାଙ୍ଗୁଲିଙ୍କ ସହ ୮ ରୁ ୧୦ ଜଣ ସୁରକ୍ଷାକର୍ମୀ ରହିବେ । ହେଲେ ବର୍ତ୍ତମାନ ଗାଙ୍ଗୁଲି କଲିକତାରେ ନୁହେଁ ବରଂ ଆଇପିଏଲ ଟିମ୍ ଦିଲ୍ଲୀ ଡେୟାର ଡେଭିଲ୍ସ ସହ ରହିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ସେ କଲକିତା ଫେରିବେ । ଆଉ ଏହାପରେ ତାଙ୍କୁ ନୂଆ ସୁରକ୍ଷା ବ୍ୟବସ୍ଥା ଅନୁସାରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ଏଠାରେ କହିରଖୁଛୁ, ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସହ ରାଜ୍ୟପାଳଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳୁଛି ।