Advertisment

ଆଇପିଏଲ୍‌ ୨୦୨୩: କ୍ୱାଲିଫାୟର-୧ରେ ଚେନ୍ନାଇକୁ ଭେଟିବ ଗୁଜରାଟ, ଓପନିଂ ମ୍ୟାଚ୍‌ର ବଦ୍‌ଲା ନେବେ କି ଧୋନି ?

ପଏଣ୍ଟସ୍‌ ଟେବୁଲ୍‌ରେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ ରହିଛି ଓ ପ୍ରଥମ କ୍ୱାଲିଫାୟର ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଡିଫେନ୍‌ଡିଙ୍ଗ୍‌ ଚାମ୍ପିୟନ୍‌ ଗୁଜରାଟ ଟାଇଟନ୍ସ(GT) ଓ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ଏହି ଟକ୍କର ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
IPL 2023

IPL 2023 Gujarat titans To Face CSK In Qualifier 1

ଶେଷ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(DC)କୁ ହରାଇ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌(CSK) ଟିମ୍‌ ଆଇପିଏଲ୍‌ ମ୍ୟାଚ୍‌(IPL 2023)ରେ ପ୍ଲେଅଫ୍‌ ଟିକେଟ୍‌ ପକ୍କା କରିଛି। ଏହାସହ ପଏଣ୍ଟସ୍‌ ଟେବୁଲ୍‌ରେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ ରହିଛି ଓ ପ୍ରଥମ କ୍ୱାଲିଫାୟର ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏହି ମୁକାବିଲା ଚେନ୍ନାଇ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମେ’ ୨୩ରେ ଖେଳାଯିବ। ଡିଫେନ୍‌ଡିଙ୍ଗ୍‌ ଚାମ୍ପିୟନ୍‌ ଗୁଜରାଟ ଟାଇଟନ୍ସ(GT) ଓ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ଏହି ଟକ୍କର ହେବ। ଏହି ମ୍ୟାଚ୍‌ ନା କେବଳ ୨ ଟିମ୍‌ ମଧ୍ୟରେ ହେବ ବରଂ ଗୁରୁ ଓ ଶିଷ୍ୟ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ।

Advertisment

ଅଧିକ ପଢ଼ନ୍ତୁ: ମ୍ୟାଚ୍‌ ଚାଲିଥିବା ବେଳେ ଷ୍ଟାଡିୟମ୍‌ରେ ଦଳାଚକଟା : ୧୨ ଜଣ ମୃତ,ଅନେକ ଗୁରୁତର

ଧୋନିଙ୍କ ସିଏସ୍‌କେ ଟିମ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ମଧ୍ୟରେ ଏହି ମୁକାବିଲା ହେବାକୁ ଯାଉଛି। ଆଇପିଏଲ୍‌ ୨୦୨୩ର ଓପନିଂ ମ୍ୟାଚ୍‌ରେ ଗୁଜରାଟ ଟିମ୍‌, ଚେନ୍ନାଇକୁ ହରାଇଥିଲା। ଯାହାର ବଦ୍‌ଲା ନେବା ଲାଗି ଚେନ୍ନାଇ ପାଖରେ ଏହା ଏକ ଭଲ ସୁଯୋଗ ହେବ ବୋଲି କୁହାଯାଉଛି। ତେଣୁ   କ୍ୱାଲିଫାୟର-୧ ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଯଥାସମ୍ଭବ ଗୁଜରାଟକୁ ହରାଇବା ପାଇଁ ଚେଷ୍ଟା କରିବ ବୋଲି ଆଶା କରାଯାଉଛି। 

Advertisment

ଆଇପିଏଲ୍ ୨୦୨୩ରେ ପ୍ଲେଅଫ୍ ପାଇଁ ଲାଇନ ଅପ୍ ଚୂଡ଼ାନ୍ତ...

ଆଇପିଏଲ୍ ୨୦୨୩ରେ ପ୍ଲେଅଫ୍ ପାଇଁ ଲାଇନ ଅପ୍ ଚୂଡ଼ାନ୍ତ ହୋଇଛି। ଗୁଜରାଟ, ଚେନ୍ନାଇ ଏବଂ ଲକ୍ଷ୍ନୌ ପରେ ଚତୁର୍ଥ ଟିମ୍ ଭାବେ ପ୍ଲେଅଫ୍‌ରେ ପହଞ୍ଚିଛି ମୁମ୍ବାଇ ଇଣ୍ଡିଆନ୍ସ(MI) ପହଞ୍ଚିଛି। ଅନ୍ତିମ ଲିଗ୍ ମୁକାବିଲାରେ ଗୁଜରାଟ୍ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ୍‌ରେ ହରାଇ ପ୍ଲେଅଫ୍ ରେସ୍‌ରୁ ବାଙ୍ଗାଲୋରକୁ ବିଦା କରିଦେଇଛି।

ବାଙ୍ଗାଲୋରର ପରାଜୟ ପରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ୍‌ରେ ପହଞ୍ଚିଛି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଶତକ ବଳରେ ଗୁଜରାଟ ଆଗରେ ୧୯୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ଶୁବମନ୍ ଗିଲ୍‌ଙ୍କ ଶତକୀୟ ଇନିଂସ ବଳରେ ମାତ୍ର ୪ ୱିକେଟ୍ ହରାଇ ଗୁଜରାଟ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହା ପୂର୍ବରୁ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍ ରେ ବିଜୟୀ ହୋଇଛି। ମ୍ୟାଚ୍ ଟି ମୁମ୍ବାଇ ପାଇଁ କର ବା ମର ମ୍ୟାଚ୍ ଥିବାବେଳେ କ୍ୟାମରନ୍‌ ଗ୍ରୀନ୍‌ଙ୍କ ଶତକ ଓ ଅଧିନାୟକ ରୋହିତ ଶର୍ମାଙ୍କ ୫୬ ରନ୍ ବଳରେ ଦଳ ସନ୍ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିବାରେ ସକ୍ଷମ ହୋଇଛି।

କାହା କାହା ମଧ୍ୟରେ ହେବ କ୍ୱାଲିଫାୟର ମ୍ୟାଚ୍‌ ?

ଆସନ୍ତାକାଲି ଅର୍ଥାତ୍‌ ମେ’ ୨୩ରେ କ୍ୱାଲିଫାୟର-୧ରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମୁହାଁମୁହିଁ ହେବେ। ସେହିପରି ୨୪ ତାରିଖରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ଏଲିମିନେଟର ମ୍ୟାଚ୍। ଆସନ୍ତା ୨୬ ତାରିଖରେ କ୍ୱାଲିଫାୟର-୨ ଖେଳାଯିବ। ଏଥିରେ  କ୍ୱାଲିଫାୟର-୧ରେ ପରାଜିତ ହୋଇଥିବା ଟିମ୍ ଏବଂ ଏଲିମିନେଟରର ବିଜେତା ଟିମ୍ ମଧ୍ୟରେ ଲଢ଼େଇ ହେବ।

ଏହାପରେ ଆସନ୍ତା ମେ’ ୨୮ ତାରିଖରେ ହେବ ଫାଇନାଲ୍ ମୁକାବିଲା। କ୍ୱାଲିଫାୟର-୧ ଏବଂ କ୍ୱାଲିଫାୟାର-୨ର ବିଜେତାଙ୍କ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଏହି ହାଇ ଭୋଲ୍‌ଟେଜ୍ ମ୍ୟାଚ୍ ଖେଳାଯିବ।

IPL 2023
Advertisment
Advertisment