Advertisment

ଦୂତି ଚାନ୍ଦ କହିଲେ- ‘ମୁଁ ବି ବାପା ହେବାକୁ ଚାହୁଁଛି’

ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ବାପା ହେବାକୁ ଚାହୁଁଛନ୍ତି । ଏନେଇ ସେ ଏକ ଜାତୀୟ ମାଗାଜିନ୍‌କୁ ସାକ୍ଷାତକାର ଦେଇ ଏହା କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dutee Chand Relationship

athlete dutee chand wants to be father

ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ବାପା ହେବାକୁ ଚାହୁଁଛନ୍ତି । ଏନେଇ ସେ ଏକ ଜାତୀୟ ମାଗାଜିନ୍‌କୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ଦୂତି ଚାନ୍ଦ ତାଙ୍କ ବାନ୍ଧବୀକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ସେମାନେ ବିବାହ କଲେ ବାପା କିଏ ହେବେ ବୋଲି ଏକ ଜାତୀୟ ମାଗାଜିନ୍‌ରେ ଦୂତିଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଦୂତି ବାପା ହେବେ ବୋଲି କହିଥିଲେ। ଦୂତି ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ କେବେ ବାହାଘର ହେବ ସେ ନେଇ ଏପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇ ନାହିଁ।

ପୂର୍ବରୁ ଦୂତି ଯେତେବେଳେ ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ଘୋଷଣା କରିଥିଲେ ତାକୁ ନେଇ ସେତେବେଳେ ବହୁତ ଚର୍ଚ୍ଚା ହୋଇଥିଲା । ସେପଟେ ସମଲିଙ୍ଗୀ ବିବାହ ଅଧିକାର ନେଇ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

Advertisment

ନିଜର ଜଣେ ବାଲ୍ୟ ବାନ୍ଧବୀଙ୍କ ସହ ସମଲିଙ୍ଗୀ ସମ୍ପର୍କକୁ ନେଇ ନିଜେ ଦୂତି ସ୍ୱୀକାର କରିଥିଲେ। ଏହା ସାମ୍ନାକୁ ଆସିବା ପରେ ତାଙ୍କର ଏହି ସମ୍ପର୍କକୁ ପରିବାର ଲୋକ ବିରୋଧ କରିଥିଲେ। ଏହା ଜଣାପଡ଼ିବା ପରେ ଏନେଇ ବିଭିନ୍ନ ମହଲରେ ଜୋରଦାର ଆଲୋଚନା ପରେ ଏ ସମ୍ପର୍କରେ ଦୂତି ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ଏକ ସ୍ପଷ୍ଟୀକରଣ ରଖିଥିଲେ। 

ଦୂତିଙ୍କୁ ନେଇ ଚର୍ଚ୍ଚା ଓ ବିବାଦ କିଛି ନୂଆ କଥା ନୁହେଁ। ପୂର୍ବରୁ ତାଙ୍କ ଶରୀରରେ ମାତ୍ରାଧିକ ପୁରୁଷ ହରମୋନ ଥିବା ଅଭିଯୋଗରେ ୨୦୧୪ ଗ୍ଲାସ୍‌ଗୋ କମନ୍‌ୱେଲଥ୍‌ ଗେମସ୍ ସହ ଏସିଆନ୍‌ ଗେମସ୍‌ରୁ ସେ ବାଦ୍ ପଡିଥିଲେ। ଏହାପରେ ଦୂତି ୨୦୧୬ ରିଓ ଅଲିମ୍ପିକସ୍‌ରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ସହ ୨୦୧୮ ଏସିଆନ୍‌ ଗେମସ୍‌ରେ ୧୦୦ ଓ ୨୦୦ ମିଟର ଦୌଡ଼ ଇଭେଣ୍ଟରେ ୨ଟି ରୌପ୍ୟ ପଦକ ଜିତି ଚର୍ଚ୍ଚାରେ ରହିଥିଲେ।

Dutee Chand
Advertisment
Advertisment