Advertisment

ଅନୁଷ୍କାଙ୍କୁ ‘ସାର୍‌’ ଡାକିଦେଲେ ଫଟୋଗ୍ରାଫର, ଏମିତି ରିଆକ୍ଟ କଲେ ବିରାଟ...

ବିରାଟ-ଅନୁଷ୍କା ରେଷ୍ଟୁରାଣ୍ଟ ବାହାରେ ଫଟୋ ପୋଜ୍‌ ଦେବାବେଳେ ଏହି ସମୟରେ ଜଣେ ଫଟୋଗ୍ରାଫର ଭୁଲ୍‌ରେ ଅନୁଷ୍କାଙ୍କୁ ‘ସାର୍‌’ ଡାକି ଦେଇଥିଲେ। ଏହାଶୁଣି ବିରାଟ ଏକ ପ୍ରକାର ହାସ୍ୟାସ୍ପଦ ପ୍ରତିକ୍ରିୟା ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Anushka Sharma

Photographer calls Anushka Sharma sir by mistake

ପାୱାର୍‌ ଫୁଲ୍‌ କପଲ୍‌ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଖାଲି ସୋସିଆଲ ମିଡିଆରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରିନଥାନ୍ତି ବରଂ ଅନେକ ଇଭେଣ୍ଟରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳେ। ଗତକାଲି ରାତିରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଡିନରରେ ସେମାନଙ୍କ ସହ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ ମଧ୍ୟ ଯୋଗ ଦେଇଥିଲେ। 

Advertisment

ଅଧିକ ପଢ଼ନ୍ତୁ: ଫ୍ୟାନ୍‌ଙ୍କ ଉପରେ ଚିହିଁକି ଉଠିଲେ ବିରାଟ, କହିଲେ ଅନୁଷ୍କାଠୁ...

ବିରାଟ-ଅନୁଷ୍କା ରେଷ୍ଟୁରାଣ୍ଟ ବାହାରେ ଫଟୋ ପୋଜ୍‌ ଦେବାବେଳେ ଏହି ସମୟରେ ଜଣେ ଫଟୋଗ୍ରାଫର ଭୁଲ୍‌ରେ ଅନୁଷ୍କାଙ୍କୁ ‘ସାର୍‌’ ଡାକି ଦେଇଥିଲେ। ଏହାଶୁଣି ବିରାଟ ଏକ ପ୍ରକାର ହାସ୍ୟାସ୍ପଦ ପ୍ରତିକ୍ରିୟା ଦେଇଥିଲେ। ଆଉ ଥଟ୍ଟାରେ ସେ କହିଥିଲେ- ମୋତେ ବି ‘ମ୍ୟାମ୍‌’ ଡାକିବା ଉଚିତ୍‌। ଆଇପିଏଲ୍‌ ମ୍ୟାଚ୍‌ ପାଇଁ ନିକଟରେ ବିରାଟ ଲକ୍ଷ୍ନୌରେ ଥିବାବେଳେ ତାଙ୍କ ସହ ଅନୁଷ୍କାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଉଭୟ ମନ୍ଦିରରେ ଏକାଠି ନଜର ଆସିଥିଲେ।

Advertisment

ଗତକାଲି ରାତିରେ ଉଭୟ ଡିନର୍‌ ପାଇଁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ଅନ୍‌ଲାଇନ୍‌ରେ ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ପାପାରାଜି ପାଇଁ ଏହି କପଲ୍‌(ବିରାଟ-ଅନୁଷ୍କା) ପୋଜ୍‌ ଦେଉଛନ୍ତି। ଏହି ସମୟରେ ଜଣେ ଫଟୋଗ୍ରାଫର ଭୁଲ୍‌ରେ  ଅନୁଷ୍କାଙ୍କୁ ‘ସାର୍‌’ ଡାକି ଦେଇଥିଲେ। ଏହାପରେ ଥଟ୍ଟାରେ ବିରାଟ କହିଥିଲେ, ‘ବିରାଟ ମ୍ୟାମ୍‌ ମଧ୍ୟ ଡାକ।’ ଏହାପରେ ଉଭୟଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା।

ଯଦି ଉଭୟଙ୍କ ୱର୍କ ଫ୍ରଣ୍ଟ୍‌ କଥା କହିବା ତା’ହେଲେ ବିରାଟ ଆଇପିଏଲ୍‌ ମ୍ୟାଚ୍‌ ଖେଳୁ ଥିବାବେଳେ ଅନୁଷ୍କା ଅଫ୍‌କମିଂ ଫିଲ୍ମ ’ଚଡକ୍‌ ଏକ୍ସପ୍ରେସ୍‌’ରେ ନଜର ଆସିବେ। ପୂର୍ବତନ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଉପରେ ଏହି ବାୟୋପିକ୍‌ ଆଧାରିତ। ନେଟ୍‌ଫ୍ଲିକ୍ସରେ ଏହି ଫିଲ୍ମ ରିଲିଜ୍‌ ହେବ।   

Anushka Sharma Virat Kohli
Advertisment
Advertisment