• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗତକାଲିର ରୋମାଞ୍ଚକ ମ୍ୟାଚ୍‌ରେ ବିଜୟ ହାସଲ କଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ୍‌ ହେଲେ ଦର୍ଶକଙ୍କ ମନ ଜିତିଲେ କୋଲକାତା ନାଇଟ ରାଇଡର୍ସର ସିର୍ସକ କିଙ୍ଗ ରିଙ୍କୁ ସିଂ । ପୁଣି ଥରେ ନିଜର ଚମତ୍କାର ବ୍ୟାଟିଂ ବଳରେ ବୋଲର୍‌ଙ୍କ ହୋସ୍‌ ଉଡାଇଦେଲେ ରିଙ୍କୁ । କେକେଆର୍‌ ପାଇଁ ହିରୋ ସାଜିଲେ । ମ୍ୟାଚ୍‌ର ଶେଷ ୨ ଓଭର୍‌ରେ ବୋଲର୍‌ଙ୍କୁ ପ୍ରତିଟି ବଲ୍‌କୁ ବାଉଣ୍ତରୀ ବାହାରକୁ ପଠାଇଦେଲେ । ୩୩ ବଲ୍‌ରେ ୬୭ ରନ୍‌ର ଧୁଆଁଦାର ଇନିଂସ ଖେଳିଥିଲେ ରିଙ୍କୁ ସିଂ । କିନ୍ତୁ ମ୍ୟାଚ୍‌କୁ ୧ ରନ୍‌ରେ ହାରିଯାଇଥିଲା କେକେଆର୍‌(KKR) ।

 

ରିଙ୍କୁ ସିଂଙ୍କୁ ନେଇ ଏବେ କ୍ରିକେଟ୍‌ ମହଲରେ ଚର୍ଚ୍ଚା । କୋଲକାତା ନାଇଟ ରାଇଡର୍ସ ପାଇଁ ଜଣେ ପାୱାର ହିଟର୍‌ ଏବଂ ଫିନିସର୍‌ର ଭୂମିକା ତୁଲାଉଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ । ମ୍ୟାଚ୍‌ର ପ୍ରତିଟି ମୁହୂର୍ତ୍ତକୁ ରୋମାଞ୍ଚକ ବନାଇଥିଲେ ରିଙ୍କୁ । ଙ୍କୁ ସିଂହ ଗୋଟିଏ ପଟରୁ ସଂଘର୍ଷପୂର୍ଣ୍ଣ ଇନିଂସ ଖେଳି ମ୍ୟାଚ୍‌କୁ ଶେଷ ବଲ୍‌ ପର୍ଯ୍ୟନ୍ତ ନେଇଥିଲେ । ଶେଷ ଦୁଇ ଓଭରରେ ଦଳକୁ ଜିତିବା ପାଇଁ ୪୧ ରନ୍‌ ଆବଶ୍ୟକ ହେଉଥିଲେ ବି ରିଙ୍କୁ ଚୌକା, ଛକା ବର୍ଷା କରି ୩୯ ରନ୍‌ କରିପାରିଥିଲେ । ରିଙ୍କୁ ୬୭ ରନ୍‌ରେ ଅପରାଜିତ ରହିଥିଲେ । ଏହା ଚଳିତ ସଂସ୍କରଣରେ ତାଙ୍କର ଚତୁର୍ଥ ଅର୍ଦ୍ଧଶତକ ଥିଲା । ସେ ଲକ୍ଷ୍ନୌର ଅଧିନାୟକ କୃନାଲ୍‌ ପାଣ୍ତ୍ୟା ଓ ବୋଲର୍‌ ନବୀନ ଉଲ୍‌ ହକ୍‌ଙ୍କ ନିଦ ହଜାଇଦେଇଥିଲେ ।

ମ୍ୟାଚ୍‌ର ଶେଷ ୨ ଓଭର୍‌ରେ ୪୧ ରନ୍‌ର ଆବଶ୍ୟକତା ଥିବା ବେଳେ ବୋଲିଂ ପାଇ ଆସିଥିଲେ ନବୀନ ଉଲ୍‌ ହକ୍‌ । ନବୀନଙ୍କ ପ୍ରଥମ ତିନୋଟି ବଲ୍‌ରେ ତିନୋଟି ଚୌକା ମାରି ମ୍ୟାଚ୍‌କୁ ବଦଳାଇଦେଇଥିଲେ । ୧୯ ତମ ଓଭର୍‌ରେ ସେ ୨୦ ରନ ସଂଗ୍ରହ କରିଥିଲେ । ଶେଷ ଓଭର୍‌ରେ ୨୧ ରନ୍‌ର ଆବଶ୍ୟକତା ଥିବା ବେଳେ ନନ୍‌ ଷ୍ଟ୍ରାଇକର୍‌ ଏଣ୍ତରେ ଥିଲେ ରିଙ୍କୁ । ବୋଲର୍‌ ବୈଭବ୍‌ ଅରୋରା ସିଙ୍ଗଲ୍‌ ଦେବା ପରେ ପୁଣି ଥରେ ଷ୍ଟ୍ରାଇକ୍‌କୁ ଆସିଥିଲେ ରିଙ୍କୁ । ଶେଷ ୩ଟି ବଲ୍‌ରେ ୧୮ ରନ୍‌ ଦରକାର ଥିବା ବେଳେ ସେ ୨ଟି ଛକା ଓ ୧ ଚୌକା ମାରିଥିଲେ । କେକେଆର୍‌ ମାତ୍ର ୧ ରନ୍‌ରେ ମ୍ୟାଚ୍‌ଟି ହାରିଯାଇଥିଲା । କିନ୍ତୁ ରିଙ୍କୁଙ୍କୁ ପ୍ରଶଂସା କରିଥିଲେ ଲକ୍ଷ୍ନୌ ଦଳର ମେଣ୍ଟର ଗୌତମ ଗମ୍ଭୀର । କେବଳ ଗମ୍ଭୀର ନୁହେଁ ସେହୱାଗ୍‌ ମଧ୍ୟ ଟ୍ୱିଟ୍‌ କରି ରିଙ୍କୁଙ୍କ ଏହି ଇନିଂସକୁ ନେଇ ପ୍ରଶଂସା କରିଥିଲେ ।

କିଙ୍ଗଖାନ୍‌ ଶାହାରୁଖ୍‌ଙ୍କ ଏକ ଫିଲ୍ମର ଡାଏଲଗ୍‌ ବୋଧ ହୁଏ ଆପଣଙ୍କୁ ମନେଥିବ..ହାର୍‌କେ ଜିତ୍‌ନେ ୱାଲୋଂ କୋ ବାଜିଗର କେହତେ ହେଁ..ଠିକ ସେହିପରି ଗତକାଲି ମ୍ୟାଚ୍‌ କେକେଆର୍‌ ହାରିଥିଲେ ମଧ୍ୟ ଦର୍ଶକଙ୍କ ହୃଦୟରେ ‘ବାଜିଗର’ ସାଜିଛନ୍ତି ରିଙ୍କୁ ସିଂ ।