ମାସ ମାସ ଧରି ବିନା ମୁରବିରେ ଚାଲିଛି ଓଡ଼ିଶା କଂଗ୍ରେସ। ପିସିସି ସମେତ ଦଳର ସବୁ କମିଟି ଭାଙ୍ଗିବାକୁ ୩ ମାସ ବିତିବାକୁ ଯାଉଛି। ହେଲେ ନୂଆ ମଙ୍ଗୁଆଳ ଏଯାଏଁ ନିଯୁକ୍ତ କରିପାରିନାହିଁ AICC ।
ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ବିରୋଧ କରିଥିଲେ ପାଣ୍ଡିଆନ । ପାଣ୍ଡିଆନ ବିରୋଧ କରିଥିବା ଖୋଲାଖୋଲି କହିଲେ ପ୍ରସନ୍ନ ପାଟ୍ଟଶାଣୀ ।
ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂ ଓ ସିଏମସି କର୍ପୋରେଟରଙ୍କୁ ଦେଖିବାକୁ ମିଳିନଥିଲା । ଯୁବ ଓ ଛାତ୍ର ବିଜେଡି ଗୋଷ୍ଠୀ ଦେବାଶିଷଙ୍କ କ୍ୟାମ୍ପର ହୋଇଥିବାରୁ ସୁବାଷ ଓ ତାଙ୍କ ଗୋଷ୍ଠୀର କର୍ପୋରେଟରଙ୍କୁ ସେଠାକୁ ଡକାଯାଇନଥିଲା ବୋଲି ଚର୍ଚ୍ଚା ହେଉଛି ।
୨ ଜଣ ରାଜ୍ୟସଭା ଏମପିଙ୍କ ପରେ ଆଉ କିଛି ସାଂସଦ ବି ଦଳ ଛାଡ଼ିପାରନ୍ତି । ମୋ ମୂଳ ପ୍ରଶ୍ନର ଉତ୍ତର କେହି ଦେଲେନି, ସଭାପତି ମୁହଁ ଖୋଲୁନାହାନ୍ତି ।
କ୍ରମାଗତ ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନାଏବ ସିଂ ସୈନୀଙ୍କୁ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଶପଥ ପାଠ କରାଇଛନ୍ତି ।
ନିର୍ବାଚନ ବିପର୍ଯ୍ୟୟ ପରେ ବଢୁଛି ବିଜେଡି କନ୍ଦଳ। ନେତା ଖୋଲୁଛନ୍ତି ନିର୍ବାଚନ ପରାଜୟର ଗୁମର। ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ କିପରି ବିଜେଡିକୁ ହରାଇବା ପାଇଁ ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଯୋଜନା କରିଥିଲେ ତାର ପୋଲ୍ ଖୋଲିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।
ନିର୍ବାଚନ ବିପର୍ଯ୍ୟୟ ପରେ ବଢୁଛି ବିଜେଡି କନ୍ଦଳ। ନେତା ଖୋଲୁଛନ୍ତି ନିର୍ବାଚନ ପରାଜୟର ଗୁମର। ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ କିପରି ବିଜେଡିକୁ ହରାଇବା ପାଇଁ ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଯୋଜନା କରିଥିଲେ ତାର ପୋଲ୍ ଖୋଲିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।
ଗତକାଲି ଦଳର ବରିଷ୍ଠ ନେତା ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ଦେଇଥିବା ବୟାନକୁ କାଉଣ୍ଟର କରି ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ।
ଗଞ୍ଜାମ ବିଜେଡିରେ ବଡ଼ ହଲଚଲ୍ । ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ ।
ପାଣ୍ଡିଆନଙ୍କ ପାଇଁ ବିଜେଡି ପରାଜିତ ହେଲା। ଆଉ ତାଙ୍କରି ପାଇଁ ମୁଁ ଦଳ ଛାଡ଼ିଲି।ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେଡିକିନ୍ତୁ ଏହାକୁ ଟିକେଟ ନମିଳିବାର ହତାଶାଭାବ କହିଛି। ଅନ୍ୟପଟେ ଆଜି ପୁଣି ବିଜେଡି ଉପରେବର୍ଷି ଅମର ଶତପଥୀ କହିଛନ୍ତି ଆଗକୁ ଓଡ଼ିଶା ରାଜନୀତିରେ ଅନେକ ଘଟଣା ଘଟିବାକୁ ଯାଉଛି।ଯାହାକୁ ନେଇ ଚର୍ଚ୍ଚା ବଢିଛି।
ପାଣ୍ଡିଆନଙ୍କ ପାଇଁ ବିଜେଡି ପରାଜିତ ହେଲା । ଆଉ ତାଙ୍କରି ପାଇଁ ମୁଁ ଦଳ ଛାଡ଼ିଲି ।
ଛିଡୁନି ଭୁବନେଶ୍ୱର ବିଜେଡ଼ି ବିବାଦ । ଦୁଇ କର୍ପୋରେଟରଙ୍କୁ କାରଣ ଦର୍ଶାଅ ନୋଟିସର ପରେ ମଧ୍ୟ ଥମୁନି ବୟାନବାଜି ।
ଦଳକୁ ସଜାଡି ଯିବାକୁ ମୋର ଯେଉଁ ମତ ଥିଲା ତାକୁ ଠିକ୍ ଭାବେ ଦଳ ଗ୍ରହଣ କଲାନି । ମୁଁ ଯେହେତୁ ବିଜେଡିରେ ନାହିଁ ସେଥିଲାଗି ବିଜେଡି ସମ୍ପର୍କରେ ମତ ଦେବାକୁ ଠିକ୍ ମନେ କରୁନି ।
ଆଜି ଦୁହେଁ କହିଛନ୍ତି ଜିଲ୍ଲା ସଭାପତିଙ୍କୁ ସୋ-କଜ୍ ନୋଟିସର ଉତ୍ତର ଦିଆଯାଇଛି । ହେଲେ ଯାହାଙ୍କ କଥାରେ ନୋଟିସ୍ ହୋଇଛି, ଯିଏ ଆମ ନାଁରେ ନୋଟିସ୍ କରାଇଛନ୍ତି ସେମାନଙ୍କୁ ବି ସୋ କଜ୍ ନୋଟିସ୍ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ପ୍ରସନ୍ନ ପାଟ୍ଟଶାଣୀ ଆହୁରି କହିଛନ୍ତି ଯେ, ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି, କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା ।
ଏହି ଦୁଇ ରାଜ୍ୟରେ ଦୁଇରୁ ତିନଟି ପର୍ଯ୍ୟାୟରେ ମତଦାନ ହୋଇପାରେ । ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି।
ଚରମରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ। ସ୍ଥିତି ଏମିତି ହେଲାଣି ଯେ, ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳକୁ ଟାର୍ଗେଟ୍ କରି ଆସୁଥିବା ବରିଷ୍ଠ ନେତା ଅମର ଶତପଥୀଙ୍କୁ ଆଜି ବିଜେପି ସଂପର୍କର ଷ୍ଟାମ୍ପ ମାରି ସିଧା ଦଳ ଛାଡ଼ି ଚାଲିଯିବାକୁ କୁହାଯାଇଛି। ଯାହାର ଜବାବରେ ଅମର ବି ସେ ଆଉ ବିଜେଡି ସଦସ୍ୟ ନଥିବା କହି ବିସ୍ଫୋରଣ କରିଛନ୍ତି।
ବିଜେଡିରେ ମେଲୁଛି ଫାଟ, ମୁହାଁମୁହିଁ ନେତା । ଅମରଙ୍କ ଅମୋଘ ଅସ୍ତ୍ରରେ ଘାଇଲା ବିଜେଡି । ପରାମର୍ଶକୁ ଭିନ୍ନ ଦୃଷ୍ଟିରେ ଦେଖି ଦେଖେଇଲା ବିଦା ହେବାର ରାସ୍ତା ।
ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଗୁରୁମେଲ୍ ବଲଜିତ ସିଂହ ଏବଂ ଧର୍ମରାଜ ରାଜେଶ କାଶ୍ୟପଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଅଭିଯୁକ୍ତ ଶିବ କୁମାର ଫେରାର୍।
ଲୋକାୟୁକ୍ତ, ସୂଚନା ଆୟୋଗ, ନିର୍ବାଚନ ଆୟୋଗ, ଓଇଆସିର କାର୍ଯ୍ୟ ଠପ୍ ହୋଇପଡିଛି । ପାଣି, ପରିମଳ କଥା ତେଣିକି ଥାଉ, ସ୍ଥିତି ଏଭଳି ହେଲାଣି ଯେ ରାସ୍ତାଘାଟ ମରାମତି ପାଇଁ ମାମଲା ହାଇକୋର୍ଟରେ ପହଂଚିଲାଣି !
ବଢ଼ିଲା ବିଜେଡି କନ୍ଦଳ। ଅମରଙ୍କୁ ବିଜେଡି ଛାଡ଼ି ପଳାଇବାକୁ କହିଲେ ଲେନିନ୍ ମହାନ୍ତି। ବରିଷ୍ଠ ନେତା ଅମର ଶତପଥିଙ୍କ ବିସ୍ଫୋରକ ବୟାନ ପରେ ଲେନିନ୍ ଅମରଙ୍କୁ ଏପରି କହିଛନ୍ତି।
ଜେରା ବେଳେ ଅଭିଯୁକ୍ତ ମାନେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଆଉ ଜଣେ ଫେରାର୍ ଅଭିଯୁକ୍ତକୁ ଧରିବାକୁ ତନାଘନା ତଦନ୍ତ ଚାଲିଛି।
ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଶନିବାର ଜୁଲାନା ପୋଲିସ ତାକୁ ଗିରଫ କରିଛି ।
ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।
ଏହା ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଘଟଣା ବି ସାମ୍ନାକୁ ଆସିଥିଲା । ସଲମାନ୍ ଖାନଙ୍କ ନିକଟତର ବାବାଙ୍କୁ କରାଯାଇନି ତ ଟାର୍ଗେଟ ?