ସରୁନି ଚିଠି ଲେଖା
ଦୀପାଲି ଚିଠିରେ ଲେଖୁଛନ୍ତି କ’ଣ ? ବିତିଲାଣି ୧୫ ଦିନ । ଆହୁରି ଦରକାର ଦୁଇ ସପ୍ତାହ । ବାପାଙ୍କ ହତ୍ୟାକାରୀକୁ ଖୋଜିବାକୁ ଚାହୁଁନାହାନ୍ତି କି ଦୀପାଲି ? ନା ବିଜେପି ନେତାଙ୍କ ବିବୃତି ବାଧ୍ୟ କରୁଛି CBI ତଦନ୍ତ ଚିଠି ଲେଖିବାକୁ । ଦିନ ପରେ ଦିନ ଗଡ଼ିଲା... ବର୍ଷ ପରେ ବର୍ଷ ଗଡ଼ି ୨ ବର୍ଷ ବିତିଗଲା । ହେଲେ ନବଙ୍କ ହତ୍ୟା ପଛର ମୁଖ୍ୟକାରଣ କ’ଣ ଜାଣିପାରିଲେନି ଓଡ଼ିଶାବାସୀ । ନବଙ୍କ ପରିବାର ବି ଖୋଜିଲାନି ଘଟଣା ପଛରେ କିଏ କରିଥିଲା ଷଡ଼ଯନ୍ତ୍ର । ହେଲେ କାଲି ନବଙ୍କ ମୃତ୍ୟୁକୁ ୨ ବର୍ଷ ପୂରଣ ହୋଇଥିଲେ ବି ଦୀପାଲି କହିଛନ୍ତି, ବାପାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ । ଏଥିଲାଗି ଚିଠି ପ୍ରସ୍ତୁତ କରୁଛୁ, ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଚିଠି ଦେବୁ ବୋଲି ଦୀପାଳି କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)