BJP
ଦିଲ୍ଲୀ ଦଖଲ ପାଇଁ ଚାଲିଛି ଜୋରଦାର କସରତ। ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି ବିଜେପିର ପ୍ରଚାର। କ୍ୟାମ୍ପେନିଂ କରୁଛନ୍ତି ଦଳର ହେଭିୱେଟ୍। ଆଜି ଦିଲ୍ଲୀ ସେବାନଗରରେ ଆୟୋଜିତ ଏକ ପ୍ରଚାର ସଭାରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା। ପରେ ସେ କସ୍ତୁରବାନଗର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନୀରଜ ବସୋୟାଙ୍କ ପାଇଁ ଭୋଟ୍ ମାଗିଛନ୍ତି।
ପ୍ରଚାର କରୁଥିବା ବେଳେ ଶ୍ରୀ ପଣ୍ଡା କହିଛନ୍ତି, ଆପ୍ର ମିଛ କଥା ଶୁଣି ଶୁଣି ଦିଲ୍ଲୀ ଲୋକମାନେ ହତାସ ହୋଇଗଲେଣି। ଯମୁନା ସଫା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାସ୍ତା ଠିକ୍ କରିବେ ବୋଲି କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କଲେନାହିଁ। ଏଠାରେ ୨୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସିଏଜି ଧରିଛି। ମଦ, ରାସ୍ତା ଓ ମହଲା କ୍ଲିନିକରେ ବ୍ୟାପକ ଦୁର୍ନୀତି ହୋଇଛି। ଫେକ୍ ମେଡିସିନ୍ ଯୋଗୁ ଛୋଟଛୋଟ ପିଲାଙ୍କ ମୃତ୍ୟୁ ଘଟୁଛି। ତେଣୁ ଲୋକମାନେ ଚାହୁଁଛନ୍ତି ଡବଲ୍ ଇଞ୍ଜିନ ସରକାର ହେଉ। ଲୋକ ଜାଣିଛନ୍ତି, ମୋଦିଜୀଙ୍କ ଗ୍ୟାରେଣ୍ଟି ନିଶ୍ଚିତ ଲାଗୁ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ସେ ଆହୁରି କହିଛନ୍ତି, ଲୋକେ ଚାହୁଁଛନ୍ତି ପରିବର୍ତ୍ତନ। ଆମେ କିଏ? ଆମେ କେବଳ ଲୋକଙ୍କ ପାଖରେ ପହଞ୍ଚୁଛୁ ଓ ମୋଦିଜୀଙ୍କ ଗ୍ୟାରେଣ୍ଟି ବିଷୟରେ ଜଣାଉଛୁ। ଏଠାକାର ଜନତା କଂଗ୍ରେସକୁ ୧୫ ବର୍ଷ ଦେଇଛନ୍ତି। ଅପ୍କୁ ୧୨ ବର୍ଷ ଦେଇ ହତାସ ହୋଇଯାଇଛନ୍ତି। ଏଥର ଲୋକମାନେ ମନ ବନାଇ ସାରିଛନ୍ତି ବିଜେପିକୁ ଚାନ୍ସ ଦେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ସେପଟେ ଦିଲ୍ଲୀ ଭୋଟ୍ ଆଗରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଶକ୍ତ ଧକ୍କା। ଦଳ ଛାଡ଼ିଲେ ୭ ବିଧାୟକ। ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ଟିକେଟ୍ ମିଳିନଥିବା ଓ ଦଳୀୟ ନେତୃତ୍ୱ ଉପରେ ଅସନ୍ତୋଷ ଝାଡ଼ି ବିଧାୟକମାନେ ଦଳ ଛାଡ଼ିଛନ୍ତି। ସେହି ବିଧାୟକମାନେ ହେଲେ ତ୍ରିଲୋକପୁରୀରୁ ରୋହିତ ମେହରୁଲିଆ, କସ୍ତୁରବା ନଗରରୁ ମଦନ ଲାଲ, ଜନକପୁରୀରରୁ ରାଜେଶ ରିଷି, ପାଲମ ଆସନରୁ ଭାବନା ଗୌର, ବିଜୱାସନରୁ ଭୂପିନ୍ଦର ସିଂ ଜୁନ, ଆଦର୍ଶ ନଗରରୁ ପୱନ କୁମାର ଶର୍ମା ପ୍ରମୁଖ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।
ଚଳିତ ନିର୍ବାଚନରେ ଆପ୍ ପକ୍ଷରୁ ଏହି ବିଧାୟକମାନଙ୍କୁ ଟିକେଟ ଦିଆଯାଇନଥିଲା। ସେପଟେ ମେହରୁଲ୍ଲୀ ବିଧାୟକ ନରେଶ ଯାଦବଙ୍କ ବିରୋଧରେ ଏକ ସଙ୍ଗୀନ ମାମଲାରେ ପ୍ରମାଣ ମିଳିଥିବାରୁ ସେ ନିଜ ତରଫରୁ ଟିକେଟ୍ ଫେରାଇ ଦେଇଥିବା କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)