• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ପୁଅର୍ ଲେଡି’ କହିବା ପରେ ସୃଷ୍ଟି ହୋଇଛି ବିବାଦ । ଆଜି ସଂସଦରେ ରାଷ୍ଟ୍ରପତି ଦେଇଥିଲେ ଅଭିଭାଷଣ । ଏହି ଅଭିଭାଷଣ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି । ରାହୁଲ୍ କୌଣସି ପ୍ରତିକ୍ରିୟା ନଦେଇ ସଂସଦ ଭବନ ବାହାରକୁ ଚାଲି ଚାଲି ଯାଇଥିଲେ ତାଙ୍କ ମାଆ ସୋନିଆ ଗାନ୍ଧିଙ୍କ ପାଖକୁ । ସେଠାରେ ତାଙ୍କ ଭଉଣୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଥିଲେ । ଗଣମାଧ୍ୟମ ପ୍ରତିନିଧି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ । କିନ୍ତୁ ରାହୁଲ୍ ତାଙ୍କ ମାଆଙ୍କୁ ପଚାରିଥିଲେ, ଏହା ଉପରେ କ’ଣ କହିବା । ସୋନିଆ କହିଥିଲେ, ମିଛ ପ୍ରତିଶ୍ରୁତି କୁହ । ରାହୁଲ୍ କହିଥିଲେ, ‘ବୋରିଂ’ କହିବା । ନା ‘ନୋ କମେଣ୍ଟ’ କହିବା। ସେତିକି ବେଳେ ସୋନିଆ କହିଥିଲେ, ‘ଦ ପୁଅର୍ ଲେଡି’ ଭାଷଣ ଦେଇ ଥକିଗଲେଣି । ଏହି କଥା ସେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିନଥିଲେ ମଧ୍ୟ ଭାଇଭଉଣୀ ଓ ମାଆଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା କ୍ୟାମେରାରେ କଏଦ୍ ହୋଇଥିଲା ।

ସୋନିଆଙ୍କ ଏହି ପଦେ କଥାକୁ ନେଇ ରାଜନୀତି ସରଗରମ ହେଲାଣି । ବିଜେପି ଏହାକୁ କଡା ଭାଷାରେ ନିନ୍ଦା କରିଛି । ରାଷ୍ଟ୍ରପତିଙ୍କୁ ଏପରି କହି ସେ ଏହି ପଦବୀର ପଦମର୍ଯ୍ୟାଦାର ଅବମାନନା କରିଥିବା କହିଛନ୍ତି ବିଜେପି ନେତା । ଏବେ ବି ଗାନ୍ଧି ପରିବାର ସଦସ୍ୟଙ୍କ ମନରେ ଏଭଳି ଚିନ୍ତା ବସାବାନ୍ଧି ରହିଛି ବୋଲି କହିଛନ୍ତି ବିଜେପି ନେତା ।

ଅଧିକ ପଢ଼ନ୍ତୁ :ଯମୁନା ପାଣିକୁ ନେଇ ରାଜନୀତି; ଆପ୍‌ ମୁଖ୍ୟଙ୍କ ଉପରେ ବର୍ଷିଲେ ମୋଦି

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସୋନିଆ ଗାନ୍ଧି ବିବାଦୀୟ ମନ୍ତବ୍ୟ ଦେଇ ରାଷ୍ଟ୍ରପତିଙ୍କୁ 'POOR LADY' ବୋଲି କହିଥିଲେ। ଭାଷଣ ବୋରିଂ ଏବଂ 'POOR LADY' କହି ତାଚ୍ଛଲ୍ୟ କରିଛନ୍ତି ସୋନିଆ । ସୋନିଆଙ୍କ ବିବାଦୀୟ ମନ୍ତବ୍ୟ ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ପ୍ରଥମ ଥର ଗାନ୍ଧି ପରିବାରରୁ ୩ ଜଣ ସଦସ୍ୟ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସଂସଦ ଭବନ ବାହାରେ ଏହି ତିନି ଜଣଙ୍କ ଅନୌପଚାରିକ କଥାବାର୍ତ୍ତାରୁ ସୃଷ୍ଟି ହୋଇଛି ବିବାଦ । ସୂଚନାଯୋଗ୍ୟଯେ, ପୂର୍ବରୁ କଂଗ୍ରେସର ଜଣେ ବରିଷ୍ଠ ନେତା ରାଷ୍ଟ୍ରପତି ନା ରାଷ୍ଟ୍ରପତ୍ନୀ କହି ବିବାଦ ଘେରକୁ ଆସିଥିଲେ । 

ଅଧିକ ପଢ଼ନ୍ତୁ : ଓଡ଼ିଶା ପ୍ରଦେଶ କଂଗ୍ରେସ କେବେ ପାଇବ ସଭାପତି?

OTV is now on Whatsapp

Join and get latest news update delivered to you via whatsapp

Join Now