• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି-ବିଜେଡି ଲଢେଇ । ପଦ ଓ ପତିଆରା ପାଇଁ ମୁହାମୁହିଁ ସ୍ଥିତିରେ ଦୁଇ ପୂର୍ବତନ ବିଧାୟକ । ପୁଣିଥରେ ରଣକ୍ଷେତ୍ର ପାଲଟିଲା ମହାନଗର ନିଗମ ବୈଠକ । ନିଜ ଦଳର ମେୟରଙ୍କୁ ଅପଦସ୍ତ କରି ପଦରୁ ହଟାଇବା ଉଦ୍ୟମରୁ ପଛେଇଲେନି ଖୋଦ୍ ବିଜେଡି କାଉନସିଲର । ସ୍ଥିତି ଏମିତି ଯେ ଗତକାଲିର ଅପ୍ରୀତିକର ପରିସ୍ଥିତି ପରେ ଆଜି ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି ମେୟରଙ୍କ ଗୋଷ୍ଠୀ, ଏପରିକି ଏସପିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି ମେୟର ଓ କିଛି କର୍ପୋରେଟର୍ ।

ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା । ସମୟ ଯେତିକି ବିତୁଛି ସେତେ ଉଗ୍ର ରୂପ ନେଉଛି ବ୍ରହ୍ମପୁର ବିଜେଡିର ଅର୍ନ୍ତକନ୍ଦଳ । ଗତକାଲି ବିଏମସି ବୈଠକ ବେଳେ ମୁହାଁମୁହି ସ୍ଥିତିରେ ମେୟର ଓ କର୍ପୋରେଟର୍ । ଚାମ୍ବର ଭିତରେ ଯେମିତି, ବାହାରେ ତାଠୁ ଅଧିକ ବିଗିଡ଼ା ସ୍ଥିତି । ସବୁଠୁ ବଡ଼ କଥା ଯେଉଁ ଦୁଇ କର୍ପୋରେଟର୍ ଗୋଷ୍ଠୀ ଗଣ୍ଡଗୋଳ ଲାଗିଛନ୍ତି ସେମାନେ ସବୁ ବିଜେଡିର ।

ଅଧିକ ପଢ଼ନ୍ତୁ: ସୁଭଦ୍ରା ଯୋଜନାର ଆସିବ ୩ଟି ନୂଆ ରୂପ, ମହିଳାଙ୍କ ପାଇଁ ତିନିଗୁଣା ଖୁସି..

କୁହାଯାଉଛି, ଏସବୁ ପଛରେ ରହିଛି ବ୍ରହ୍ମପୁରର ଦୁଇ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ବିକ୍ରମ ପଣ୍ଡାଙ୍କ ସମର୍ଥନ । ଉଭୟଙ୍କ କ୍ୟାମ୍ପ ମେୟର ପଦବୀ ପାଇଁ ଟଣାଓଟରା କରୁଛି । ଫଳରେ କିଛି ଦିନ ତଳେ କାଉନସିଲ୍ ବୈଠକ ପାଇଁ ମେୟରଙ୍କୁ ଘେରିଥିବା କିଛି କର୍ପୋରେଟର୍ ଏଥର କାଉନସିଲ୍ ବୈଠକରେ ବି ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା ।

ଆରମ୍ଭରୁ ହିଁ ବିବାଦ ଓ ବିଭ୍ରାଟ ଭିତରେ ଚାଲିଛି ବ୍ରହ୍ମପୁର ମହାନଗର ନିଗମ । କୁହାଯାଉଛି, ବିଜେଡିର ସଂଘମିତ୍ରା ଦଳେଇ ମେୟର ହେବା ପରଠୁ ତାଙ୍କ ବିରୋଧରେ ବିଜେଡିର ଆଉ ଏକ ଗୋଷ୍ଠୀ ଖପ୍ପା । ବିରୋଧୀଙ୍କ ଅପେକ୍ଷା ଖୋଦ୍ ବିଜେଡି କର୍ପୋରେଟରଙ୍କ ପାଇଁ ଅନେକ ସମୟରେ ଅପଦସ୍ତ ହୋଇଛନ୍ତି ମେୟର । ସାଧାରଣ ନିର୍ବାଚନ ପରଠୁ ଏ ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି । ଅପରପକ୍ଷେ, ବିଭିନ୍ନ ଦାବି ନେଇ ଗତକାଲିର ଅଚଳାବସ୍ଥା ପରେ ଆଜି ୟେ ସାଇଡ୍ ଇଫେକ୍ଟ । ଜିଲ୍ଲାପାଳଙ୍କୁ ଭେଟି ସମ୍ପୂର୍ଣ୍ଣ ଘଟଣା ଜଣାଇବା ସହ ଏସପିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି ମେୟର ଓ କିଛି କର୍ପୋରେଟର୍ । ଘଟଣାକୁ ନେଇ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, ୨୪ ବର୍ଷ ବିଧାୟକ କାଳରେ ଏମିତି ଘଟଣା କେବେ ଘଟିନଥିଲା । ଅନ୍ୟପଟେ ବିକ୍ରମ ପଣ୍ଡାଙ୍କ ପ୍ରତିକ୍ରିୟା ଏନେଇ ମିଳିପାରିନି।

ଥରେ ନଜର ପକାଇ ନିଅନ୍ତୁ ବ୍ରହ୍ମପୁର ମହାନଗର ନିଗମର ସଂଖ୍ୟା ଗଣିତ ଉପରେ । ମୋଟ ୪୨ ଆସନରୁ ବିଜେଡି ପାଖରେ ସର୍ବାଧିକ ୩୬ କର୍ପୋରେଟର ଥିବା ବେଳେ ବିଜେପି ପାଖରେ ୫ ଓ କଂଗ୍ରେସ ପାଖରେ ଗୋଟିଏ ମାତ୍ର ଆସନ ରହିଛି । ମେୟରଙ୍କୁ ହଟାଇବାକୁ ହେଲେ ୨୨ ମ୍ୟାଜିକ ନମ୍ବର ଆବଶ୍ୟକ । ତେଣୁ ବିଜେଡି ୨୨ କର୍ପୋରେଟର କାହା ସପକ୍ଷରେ ତାହା ଆଗାମୀ ଭବିଷ୍ୟତ କହିବ ।

ଅଧିକ ପଢ଼ନ୍ତୁ: ସତ୍ୟ ଲୁଚାଇଥିଲେ ପୂର୍ବ ସରକାର, ଆଉ ଥରେ ଖୋଲୁ ଫାଇଲ୍‌

  • Reported by:
  • ASHOK BRAHMA

OTV is now on Whatsapp

Join and get latest news update delivered to you via whatsapp

Join Now