ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ସାଙ୍ଗକୁ ଝଡ଼ ତୋଫାନ ସତର୍କତା । ଆଗାମୀ ୩ ଦିନ ଯାଏ ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ଦିନ ତାପମାତ୍ରା । ଗରମ ସହ ଗୁଳୁଗୁଳିରେ ବି ସନ୍ତୁଳି ହେବେ ରାଜ୍ୟବାସୀ ।
ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ପୂରା ଓଡ଼ିଶାର ମାନଚିତ୍ର ଗେରୁଆ, ବାଇଗଣୀ ଏବଂ ଆକାଶୀ ରଙ୍ଗରେ ଭରପୂର । ହେଲେ ମାତ୍ର ଗୋଟିଏ ସ୍ଥାନରେ ଉଡୁଛି ଲାଲ ପତାକା ।
ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।
ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ ।
ରାଉରକେଲାରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ।
ଦ୍ୱିତୀୟ ଦଫା ଲଢ଼େଇରେ ୫ ସଂସଦୀୟ କ୍ଷେତ୍ର ଓ ୩୫ ବିଧାନସଭା କ୍ଷେତ୍ରରେ ମତଦାନ ।
ରାଜ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥରେ ଲାଗିଛି ଗହଳି।
ଭୋଟ୍ ଦେଉଛି ଓଡ଼ିଶା। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର
ଆଜିଠୁ ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ବରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି।
ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।
ଗାଁ ଗହଳି, ସହର ବଜାର ସବୁଠି ଏବେ ଗୋଟିଏ ଚର୍ଚ୍ଚା...। ଆସିଯାଇଛି ନିର୍ବାଚନ...ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । କାହା ହାତକୁ ଯିବ ଶାସନ ଭାର...କିଏ ହେବେ ଆପଣଙ୍କ ସୁଖ ଦୁଃଖର ସାଥୀ। ଓଡ଼ିଶାରେ କେବେ ଆଉ କେଉଁଠି ହେଉଛି ନିର୍ବାଚନ। ଆପଣଙ୍କ ଅଞ୍ଚଳରେ କେବେ ହେଉଛି ଭୋଟ୍। ଏସବୁର ଟିକିନିଖି ଖବର ଜାଣିବାକୁ ପଢ଼ନ୍ତୁ...
ଦାଉ ସାଧିଲା ପ୍ରବଳ ଗ୍ରୀଷ୍ମପ୍ରବାହ । ଚିନ୍ତାରେ ଲିଚୁ ଚାଷୀ । ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ । ଚଳିତ ବର୍ଷ ପ୍ରବଳ ଖରା ଓ ବର୍ଷା ନହେବାରୁ ଲିଚୁ ଚାଷୀ ଚିନ୍ତାରେ ପଡ଼ିଛି । ଗଛରେ ପେନ୍ଥା ପେନ୍ଥା ଲିଚୁକୋଳି ହୋଇଥିଲେ ମଧ୍ୟ ପ୍ରବଳ ଖରାରେ ଲିଚୁଗୁଡ଼ିକ ଫାଟିଯିବା ସହ ପଚିବାକୁ ଆରମ୍ଭ କଲାଣି ।
ସୁନ୍ଦରଗଡ଼ ଜିଲ୍ଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଏବଂ ବଣାଇକୁ ନେଇ ଗଠିତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ।
ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
କନ୍ଧମାଳ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତଙ୍କ ନାମାଙ୍କନ । ବିଶାଳ ପଟୁଆରରେ ଯାଇ ଶକ୍ତି ପ୍ରଦର୍ଶନ କଲେ ହେଭିୱେଟ୍ ।
ତତଲା କଡେଇରେ ଭାଜି ହେଲା ଭଳି ସାରା ରାଜ୍ୟ । ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା।
ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡି- ଲମ୍ବୋଦର ନିଆଲ, ସୁନ୍ଦରଗଡ଼- ଦିଲୀପ ତିର୍କୀ, ମୟୂରଭଂଜ- ସୁଦାମ ମାରାଣ୍ଡି।
ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ ଜିନେସ କାଣ୍ଡୁଲାନା ।
ରାତି ସମୟରେ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି କୋଇଡା ବନାଞ୍ଚଳ ପକ୍ଷରୁ ରାତିରେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବସ୍ଥା ହୋଇଛି।
ରାଜ୍ୟରେ ଉପରମୁହାଁ ପାରଦ । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି । ଆଗକୁ ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ।
ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅଧିନରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମ ଜାମଟୋଲୀ ଗ୍ରାମ । ଏ ଗାଁରେ ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରନ୍ତି, କିନ୍ତୁ ଦେଖନ୍ତୁ ଗାଁର ରାସ୍ତା । ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟରେ ବୋହି ରାସ୍ତାର ଶେଷ ମୁଣ୍ଡକୁ ନେଲେ ମିଳେ ଆମ୍ୱୁଲାନ୍ସ ।
ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମନାକୁ ଯାଇଥିଲେ । ଭୋଜି ସାରି ଇବ୍ ନଦୀରେ ଗାଧୋଇବା ପାଇଁ ଯାଇଥିଲେ।
ଚାରିଆଡ଼େ କିଟି କିଟି ଅନ୍ଧାର... ଦୀପ ଜାଳି ମିଞ୍ଜି ମିଞ୍ଜି ଆଲୁଅରେ ଅକ୍ଷର ଚିହ୍ନୁଛନ୍ତି କୁନିକୁନି ପିଲା । ବହିରେ ସିନା 'ଅ'ରେ ଅରଟ, 'ଆ'ରେ ଆତ... ହେଲେ ୩ ମାସ ହେଲା ବିନା ବିଜୁଳିରେ ଚଳୁଥିବା ବସ୍ତିର ପିଲାଙ୍କ ପାଇଁ 'ଅ'ରେ ଅନ୍ଧାର... 'ଆ'ରେ ଆଉଟୁପାଉଟୁ ।