Advertisment

ହାତୀଙ୍କ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା

ରାତି ସମୟରେ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି କୋଇଡା ବନାଞ୍ଚଳ ପକ୍ଷରୁ ରାତିରେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବସ୍ଥା ହୋଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
drone camera monitoring the movements of elephants

drone camera monitoring the movements of elephants

ରାତିରେ ହାତୀ ପଲ ଗତିବିଧି ଉପରେ ନଜର ରଖୁଛି ବନ ବିଭାଗର ଡ୍ରୋନ କ୍ୟାମେରା। ସୁନ୍ଦରଗଡ କୋଇଡା ବନାଞ୍ଚଳରେ ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କ ପ୍ରାଣହାନୀ ହେଉଥିବା ସହ ଅନେକ ଧନ ଜୀବନ କ୍ଷୟକ୍ଷତି ହେଉଛି ।

Advertisment

ରାତି ସମୟରେ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି କୋଇଡା ବନାଞ୍ଚଳ ପକ୍ଷରୁ ରାତିରେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବସ୍ଥା ହୋଇଛି। ହାତୀ ଜଙ୍ଗଲ ଛାଡି ଗାଁ ମୁହାଁ ହେବା ସମୟରେ ଡ୍ରୋନ କ୍ୟାମେରା ସେହି ତଥ୍ୟ ଯୋଗାଉଛି।

ଏହା ସହାୟତାରେ ସ୍କ୍ବାଡ ହାତୀଙ୍କର ଗତିବିଧି ଦେଖି ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ପୁନର୍ବାର ଘଉଡାଇବାରେ ସଫଳ ହେଉଛି । ଏହା ସହିତ କୋଇଡା ବନାଞ୍ଚଳରେ ଗୋଟିଏ ମାସରେ ଦୁଇଟି ହାତୀ ଶାବକ ମୃତ୍ୟୁ ହେବା ପରେ ବର୍ତ୍ତମାନ ହାତୀ ଶାବକ ମାନଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା ।

Advertisment
Elephant Drone
Advertisment
Advertisment