Advertisment

ମୁଣ୍ତ ନେଉଛି ହିଟୱେଭ୍‌ ! ଦିନକରେ ଗଲାଣି ୧୪ ଜୀବନ

ରାଉରକେଲାରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ।

author-image
Manoranjan Behera
ଅଦ୍ୟତନ ହୋଇଛି
Heat Stroke Death In Rourkela

Unnatural Deaths

ଆଜି ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଅସ୍ୱାଭାବିକ ମୃତ୍ୟୁ। ରାଉରକେଲା ସରକାରୀ ହସ୍ପିଟାଲରେ ୧୦ ଜଣଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ହିଟ୍‌ୱେଭ ପାଇଁ ମୃତ୍ୟୁ ଆଶଙ୍କା କରାଯାଉଛି କହିଲେ ସିଡିଏମ୍‌ଓ। RGH ଭାରାପ୍ରାପ୍ତ ଅଧୀକ୍ଷକ ମଧ୍ୟ ସମାନ ଆଶଙ୍କା କଲେ। କାଲି ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ କହିଛନ୍ତି।

Advertisment

ରାଉରକେଲାରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ। ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚି ଥିବା କହିଛନ୍ତି ଭାରପ୍ରାପ୍ତ ଅଧୀକ୍ଷକ। ଆଉ ୨ ଜଣ ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଛି। ସେ କହିଛନ୍ତି, ହିଟୱେଭ୍ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। କାଲି ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅଧିକ ପଢ଼ନ୍ତୁ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ମୃତକଙ୍କ ମଧ୍ୟରୁ କିଛି ଜଣଙ୍କ ପରିଚୟ ମିଳିପାରିନାହିଁ। ସେମାନଙ୍କୁ ରାଉରକେଲା ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ଅନ୍ୟପକ୍ଷରେ ଯେଉଁମାନଙ୍କ ପରିବାର ଲୋକେ ଡାକ୍ତରଖାନାରେ ଉପସ୍ଥିତ ରହିଥିଲେ, ସେମାନଙ୍କ କହିବା ଅନୁଯାୟୀ ପ୍ରବଳ ଖରା ଯୋଗୁ ଏଭଳି ଘଟଣା ଘଟିଛି। ୨/୩ ଜଣ ମୃତକ ରାଉରକେଲାର ବସ୍ତି ଅଞ୍ଚଳର। ସେମାନଙ୍କ ପରିବାର ଲୋକଙ୍କ କହିବା କଥା ହେଲା, ପ୍ରବଳ ଖରା ଓ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ୍ କାଟ ଯୋଗୁ ଏହି ଘଟଣା ଘଟିଛି।

Advertisment

ରାଜ୍ୟରେ ଆଜି ବି କଲବଲ କରିଛି ତାତି। ଅସହ୍ୟ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଆଜି ୪୭ ଡିଗ୍ରୀ ଛୁଇଁଛି ଝାରସୁଗୁଡ଼ାର ପାରଦ। ଝାରସୁଗୁଡ଼ା ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଚଳିତ ସିଜନର ଏହା ହେଉଛି ସର୍ବୋଚ୍ଚ ଦିନ ତାପମାତ୍ରା।

Heat Wave Temperature
Advertisment
Advertisment