Advertisment

କି ଦୁଃଖ ! ସ୍ତ୍ରୀ ମୃତ୍ୟୁର ଦୁଃଖ ସହିନପାରି ସ୍ୱାମୀର ଆତ୍ମହତ୍ୟା !

ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ ଜିନେସ କାଣ୍ଡୁଲାନା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Crime

Crime

ସ୍ତ୍ରୀ ମୃତ୍ୟୁର ଦୁଃଖ ସହି ନପାରି ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଟେନସା ଫାଣ୍ଡି ଜିରୋ ପଏଣ୍ଟ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିଲେନି ସ୍ୱାମୀ। ସ୍ତ୍ରୀର ମୃତ୍ୟୁ ଓ ଚାରି ମାସ କୁନିପୁଅର କାନ୍ଦ ସହି ନପାରି ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାପଡିଛି।

Advertisment

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗତ ଜାନୁଆରୀ ୨୬ ତାରିଖରେ ଜିନେସ କାଣ୍ଡୁଲାନା ନିଆଁ ପୋଇଁ ହେଉଥିଲେ। ସେହି ନିଆଁରେ ପୋଡ଼ି ହେଇ ୩ ମାସ କାଳ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୨୦ ତାରିଖରେ ଜିନେସଙ୍କର ମୃତ୍ୟୁ ହୋଇଥିଲା । ହେଲେ ଆଜି ସ୍ୱାମୀ ନନ୍ଦଲାଲ ଚାମ୍ପିଆ ସେହି ଦୁଃଖ ସହି ନପାରି ଘର ପାଖ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ପତ୍ନୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ନନ୍ଦଲାଲ୍‌। କୋଳରେ କୁନି ପୁଅ। କ’ଣ କରିବେ? କ’ଣ ଖାଇବାକୁ ଦେବେ? ଅଭାବୀ ଦୁନିଆରେ କୁନି ପୁଅକୁ ଧରି କେମିତି ଚଳିବେ ନନ୍ଦଲାଲ୍‌? ସେହି ଚିନ୍ତାରେ ସେ ଭାଙ୍ଗି ପଡ଼ିଥିଲେ।

Advertisment

ଆଜି ପୁଅକୁ ଘରେ ଶୁଆଇ ଦେଇଥିଲେ। ସନ୍ଧ୍ୟା ବେଳେ ଘର ପର୍ଶ୍ୱ ଆମ୍ୱ ଗଛରେ ଝୁଲି ପଡ଼ିଥିଲେ । ପୁଅ କାନ୍ଦ ଶୁଣି ସାହି ପଡ଼ିଶା ଧାଇଁ ଆସିଥିଲେ। ସେତେବେଳେ ନନ୍ଦଲାଲ୍‌ ଆମ୍ୱ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସାହି ପଡ଼ିଶା ଏନେଇ ମୃତ ନନ୍ଦଲାଲ୍‌ଙ୍କ ଶାଶୁ ଓ ଶ୍ୱଶୂର ଏବଂ ପୋଲିସକୁ ଖବର ଦେଇଥିଲେ। ପୋଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ୩ ମାସର କୁନି ପୁଅ ଏବେ ତା’ ଅଜା ଓ ଆଈଙ୍କ ପାଖରେ ରହିଛନ୍ତି।

Advertisment
Advertisment