/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715244782.jpg)
Farmers express concern
ଏ ବର୍ଷ ଭଲ ଲିଚୁ ଫଳିଥିବାରୁ ଅଧିକ ଦୁଇ ପଇସା ରୋଜଗାର ଆଶାରେ ଥିଲା ଚାଷୀ । ହେଲେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲିଚୁ ଚାଷୀର ସ୍ୱପ୍ନକୁ ଭାଙ୍ଗିଦେଇଛି । ଗୋଟିଏ ଗଛରୁ ଲିଚୁ ବ୍ୟବସାୟ କରି ଯେଉଁ ଚାଷୀ ୫୦ ହଜାର ଟଙ୍କା ରୋଜଗାର କରିଥା’ନ୍ତା... ଏବେ ସେହି ଗୋଟିଏ ଗଛରୁ ୧୦ ହଜାର ଟଙ୍କା ଲିଚୁ ବିକ୍ରି ହେବ କି ନାହିଁ ବୋଲି ଚାଷୀମାନେ କହିଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର କୁଳିପୋଷ, ଖୁଟୁଗାଁ, ଗଡ଼ରୁଆଁ ଅଂଚଳରରେ ବିଶେଷ ଭାବେ ଲିଚୁଚାଷୀ ପ୍ରଭାବିତ ହୋଇଛନ୍ତି । ଶହଶହ ଗଛରେ ସିନା ଲିଚୁ ଗୁଡ଼ିକ ଲାଲ ଟହଟହ ଦିଶୁଛି ହେଲେ ଅଧାରୁ ଅଧିକ ଲିଚୁ ପାଚି, ଫାଟି ନଷ୍ଟ ହୋଇଛି । ତେଣେ ଚାଷୀଙ୍କ ଅଭିଯୋଗ ଅନୁସାରେ ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଛି । ଫଳରେ ଗଛ ମୂଳରେ ପାଣି ଦେଇ ହେଉନାହିଁ । ସରକାର ଯଦି ଏଥି ପ୍ରତି ଧ୍ୟାନ ଦିଅନ୍ତେ ତେବେ ସେମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ଲିଚୁ ଚାଷୀମାନେ ।

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)