• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ । ବାଇପାସ ବଦଳରେ ଟାଉନ ଭିତରେ ଚାଲିଛି ଭାରିଯାନ । ଫଳରେ ଦୁର୍ଘଟଣା ବଢ଼ିବା ସହ ମୁଣ୍ତ ନେଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବାଇପାସ୍‌ରେ ଗଡ଼ିଲାନି ଭାରିଯାନ । ଫଳରେ କୋଇଡା ଟାଉନ ଭିତରେ ଭାରିଯାନ ଗଡ଼ିବା ଫଳରେ ବଢୁଛି ଦୁର୍ଘଟଣା ଆଉ ଗଡୁଛି ନିରୀହ ପଥଚାରୀଙ୍କ ମୁଣ୍ଡ ।

ଖଣି ବହୁଳ ବ୍ଲକ ସୁନ୍ଦରଗଡ ଜିଲ୍ଲାର କୋଇଡା ଟାଉନ ରାସ୍ତା କିଛି ବର୍ଷ ହେବ ଦୁର୍ଘଟଣାର ହବ୍ ପାଲଟିଛି । କୋଇଡା ଖଣି ସେକ୍ଟରରେ ରହିଛି ୨୫ ରୁ ଉର୍ଦ୍ଧ୍ୱ ଲୌହ ଖଣି । ଖଣି ପରିବହନ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରର ହଜାର ହଜାର ସଂଖ୍ୟାରେ ଭାରିଯାନ କୋଇଡା ମୁହାଁ ହୋଇଥାନ୍ତି ।

ଟାଉନ ଭିତରେ ଅହରହ ଭାରୀଯାନ ଚାଲିବା ଫଳରେ ଦୁର୍ଘଟଣା ବଢ଼ୁଛି । ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ୨୦୨୦ ମାର୍ଚ୍ଚରେ ଆରମ୍ଭ କରିଥିଲା କୋଇଡା ବାଇପାସ୍ ରାସ୍ତା । ମାତ୍ର ୮ କିଲୋମିଟର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଡିଏମ୍ଏଫ ଫଣ୍ଡରୁ ମଞ୍ଜୁରୀ ହୋଇଥିଲା ୬୯ କୋଟି ଟଙ୍କା ।

୨୦୨୩ ମସିହା ଅଗଷ୍ଟ ମାସରେ ପୂର୍ତ୍ତ ବିଭାଗ ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ଶେଷ କରି ଗାଡି ଚଳାଚଳ ପାଇଁ ଗ୍ରୀନ ସିଗନାଲ ଦେଇଥିଲା । ତେବେ ସେହି ରାସ୍ତା ଭାରିଯାନ ଚଳାଚଳ ପାଇଁ ପ୍ରସ୍ତୁତ ଥିବା ସତ୍ତ୍ୱେ ଲୌହ ଖଣି ବୋଝେଇ ଗାଡି ଗୁଡିକ ବାଇପାସ୍‌ରେ ଯିବା ବଦଳରେ ଟାଉନ ଭିତରେ ଯିବା ଆସିବା କରୁଛନ୍ତି ।

ଫଳରେ କୋଇଡା ଟାଉନ ଭିତରେ ଅଘୋଷିତ ଜାମ୍ ସାଙ୍ଗକୁ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି । ସ୍କୁଲ, କଲେଜ ତଥା ଘରୋଇ ବସ ଗୁଡିକ ଫସି ରହୁଛନ୍ତି । ଅନ୍ୟପଟେ ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ତରଫରୁ ଭାରିଯାନ ଚଳାଚଳ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ତାହା ଆଜି ଯାଏ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ।

ଏପଟେ ଟ୍ରାନ୍ସପୋର୍ଟ ସଂସ୍ଥାର ସମସ୍ତ କାର୍ଯ୍ୟାଳୟ ଓ ପେଟ୍ରୋଲ ପମ୍ପ ଗୁଡିକ ଟାଉନ ଭିତରେ ଥିବାରୁ ଭାରିଯାନ ଗୁଡିକ କୋଇଡା ଟାଉନ ମୁହାଁ ହେଉଛନ୍ତି । ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଘଟଣା ସମ୍ପର୍କରେ ଉପଜିଲ୍ଲାପାଳ କହିଛନ୍ତି ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

OTV is now on Whatsapp

Join and get latest news update delivered to you via whatsapp

Join Now