ସୁନ୍ଦରଗଡ଼ ରାଇକେଲାରେ ବଡ ଧରଣର ଲୁଟ୍ ହୋଇଛି । ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ବୀରମିତ୍ରପୁର ରାମପାଲରୁ ବାହାରିବେ ରାହୁଲ । ସିଧାସଳଖ ରାଉରକେଲାର ଉଦିତନଗର ଛକକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବେ।
ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ।
ବୀରମିତ୍ରପୁରରୁ ରାହୁଲ ଯାତ୍ରା ଆରମ୍ଭ କରି ରାଉରକେଲା ଉଦିତ ନଗର ଛକରେ ପହଞ୍ଚିବେ । ସେଠାରୁ ପଦଯାତ୍ରାରେ ପାନପୋଷ ଛକ ଯାଏଁ ଯିବେ । ପାନପୋଷରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଯିବେ ବୋଲି ସୂଚନା ମିଳିଛି ।
ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ କ୍ୟାମ୍ପ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ।
ରାସ୍ତା ଖଣ୍ଡେ ପାଇଁ କାହିଁ କେଉଁ କାଳରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ନା ଶୁଣିଛି ପ୍ରଶାସନ ନା.. ଶୁଣିଲା ସରକାର ।
ମେଘ ହଟିବା ସହ ପାଗ ଶୁଖିଲା ରହୁଥିବାରୁ ଉତ୍ତର ଓଡ଼ିଶାରେ ତାପମାତ୍ରା କମିବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଭଳି ଜିଲ୍ଲାରେ ରାତିର ତାପମାତ୍ରା କମିବ ।
ରାଉରକେଲା ସହରର ଲୋକସଂଖ୍ୟା ଦୃଷ୍ଟିରୁ ଏକ ବଡ଼ ସରକାରୀ ହସ୍ପିଟାଲର ବି ଆବଶ୍ୟକତା ନେଇ ସବୁ ବେଳେ ଦାବି ହୋଇ ଆସୁଛି। କିନ୍ତୁ କେବଳ ରାଉରକେଲା ସରକାରୀ ହସ୍ପିଟାଲକୁ ଛାଡ଼ି ଦେଲେ ସହରରେ ସାଧାରଣ ଲୋକଙ୍କ ପାଇଁ ଦେୟମୁକ୍ତ ଚିକିତ୍ସାର କୌଣସି ସୁବିଧା ନାହିଁ।
ନିଜ ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ପତିଆରା ଆଉ ଦୃଢ଼ ସଂଗଠନ ପାଇଁ ସାରଦା ବିଜେଡିର ଅନ୍ୟ ଆଶାୟୀଙ୍କଠାରୁ ବି ଢେର ଆଗରେ ।
ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଛି ।
ଗତକାଲି ଦେବଗଡରୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଭୋରରୁ ସୁନ୍ଦରଗଡ଼ ବଡଗାଁରୁ ଉଦ୍ଧାର ହୋଇଥିଲା କୁନି ଝିଅ ।
କିରେଇ ୭, ଫୁଲବାଣୀ ୮.୫, କୋରାପୁଟ ୮.୭, କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ ୯, ଝାରସୁଗୁଡ଼ା ୯.୨, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ, ଅନୁଗୁଳ ଓ ରାଉରକେଲା ତାପମାତ୍ରା ୯.୬ ଡିଗ୍ରୀ ସହ କଟକ ୧୩.୫ ଓ ଭୁବନେଶ୍ୱର ରାତ୍ରି ତାପମାତ୍ରା ୧୩.୮ ଡିଗ୍ରୀ ରହିଛି ।
ଆଗାମୀ ୪ ରୁ ୫ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗର ସୂଚନା.. ଆଜି ୯ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା...
ସପ୍ତାହ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଜାଡ ଅନୁଭୁତ ହେଉଛି । ସକାଳେ କୁହୁଡିର ଧଳା ଚାଦରରେ ଢାକିଂ ହୋଇଯାଉଛି ରାସ୍ତାଘାଟ । ବର୍ଷା ଛାଡିଲା ପରେ ଜାଡ ଶୀତ ଯୋଗୁଁ ସାଧାରଣଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା...ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ... ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁ କମିଲା ଭିଜିବିଲିଟି ...
ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ରହିଛି। ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପ୍ରେମିକାର ସନ୍ଦେହ କରି ତାଙ୍କ ତଣ୍ଟି ଚିପି ହତ୍ୟା କରି ମୃତଦେହକୁ ଟ୍ରଲି ବ୍ୟାଗ୍ରେ ପୁରାଇ ମୁମ୍ବାଇରେ ଏଣେତେଣେ ବୁଲିଥିଲା ଅଭିଯୁକ୍ତ ପ୍ରେମିକ ।
ମୁମ୍ବାଇ କୁର୍ଲା ରେଲ୍ୱେ ଷ୍ଟେସନରୁ ଏକ ଟ୍ରଲି ବ୍ୟାଗ୍ରୁ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଫୁଲଝର ନଗରିଆ ପୋଲରୁ ପ୍ରାୟ ୨୦ ଫୁଟ୍ ତଳକୁ ଏକ କାର୍ ଖସି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ବିଡିଓ, କଲେକ୍ଟର ଓ ଜନପ୍ରତିନିଧି, ସମସ୍ତଙ୍କୁ ଗୁହାରି କରିଛନ୍ତି ଗାଁ ଲୋକେ । ହେଲେ କେହି ଶୁଣୁନାହାନ୍ତି ।
ପ୍ରଶ୍ନ ଉଠୁଛି, ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ କେତେ କ’ଣ ଯୋଜନା କରିଛନ୍ତି ସରକାର । ମାତ୍ର ଟଙ୍କା ଉଠାଣ ପାଇଁ ଦିବ୍ୟାଙ୍ଗଙ୍କୁ ୩୦ କି.ମି. ବାଟ ଗୁରୁଣ୍ଡି ଗୁରୁଣ୍ଡି ଯିବା ଏସବୁ ଯୋଜନାକୁ ଉପହାସ କରିଲା ଭଳି ଲାଗୁଛି ।
ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ, ଉତ୍ତେଜନା ..କ୍ଷତିପୂରଣ ଦାବିରେ ରାସ୍ତାରୋକ, ପୋଲିସର ବୁଝାସୁଝା..
ଦୁଇ ଦିନ ହେଲା ଡାକ୍ତର ଆସୁନାହାନ୍ତି । ଶେଷରେ ବାଧ୍ୟହୋଇ ରୋଗୀ ଦେଖିଲେ ବିଧାୟକ । ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଧାୟକ ଜଣେ ଡାକ୍ତର, ଏଣୁ ସେ ରୋଗୀ ଦେଖୁଥିଲେ ବୋଲି ଜଣା ପଡ଼ିଛି ।