/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717762975.jpg)
Odisha Election
ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ପୂରା ଓଡ଼ିଶାର ମାନଚିତ୍ର ଗେରୁଆ, ବାଇଗଣୀ ଏବଂ ଆକାଶୀ ରଙ୍ଗରେ ଭରପୂର । ହେଲେ ମାତ୍ର ଗୋଟିଏ ସ୍ଥାନରେ ଉଡୁଛି ଲାଲ ପତାକା । ଏଥର ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ଜିତିଛନ୍ତି ରାଜ୍ୟରେ ଏକମାତ୍ର ବାମପନ୍ଥୀ ପାର୍ଥୀ ଲକ୍ଷ୍ମଣ ମୁଣ୍ଡା । (CPI)Mର ବିଧାୟକ ପ୍ରାର୍ଥୀ ହୋଇଥିବା ଲକ୍ଷ୍ମଣ ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭୀମସେନ ଚୌଧୁରୀକୁ ୨୩ ହଜାର ୪୩୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।
ଲକ୍ଷ୍ମଣ ମୁଣ୍ଡା ଚଳିତ ଥରକୁ ଲଗାଇ ଏଯାଏଁ ୪ର୍ଥ ଥର ପାଇଁ ବିଧାୟକ ଭାବେ ବିଜୟୀ ହେଲେଣି । ଯାହାକୁ ନେଇ କର୍ମୀଙ୍କୁ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି । ବିଜୟ ପରେ ଲକ୍ଷ୍ମଣ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ବିଜୟ ମୋର ନୁହେଁ... ଏ ବଣାଇବାସୀଙ୍କ ବିଜୟ । ବଣାଇରେ ଆଉ ଯେଉଁ ସମସ୍ୟା ସବୁ ରହିଛି ସେ ସବୁକୁ ସମାଧାନ କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ।
ତେବେ ରାଜ୍ୟରେ ମୋଦି ମହାବାତ୍ୟାରେ ଛାରଖାର ହୋଇଯାଇଛି ବିଜେଡି । ବହୁମତ ଆସନ ହାସଲ କରି ବିଜେପି ଖୁବ୍ଶୀଘ୍ର ସରକାର ଗଢ଼ିବାକୁ ଯାଉଛି । ହେଲେ ବଣାଇ ନିର୍ବାଚନରେ ପଡ଼ିନି କୌଣସି ପ୍ରଭାବ ପୂର୍ବ ପରି ଜନତା ବିଜେଡିକୁ ପ୍ରତ୍ୟାକ୍ଷାନ କରି (CPI)Mର ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କୁ ବାଛିଛନ୍ତି ।
ସେପଟେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ କାଣ୍ଟେ କି ଟକ୍କର । ସଭିଙ୍କ ହୋସ୍ ଉଡ଼ାଇଲା ନିର୍ବାଚନ ଫଳ । ହାରୁ ହାରୁ ଜିତିଗଲା ବିଜେଡି, ଜିତୁ ଜିତୁ ହାରିଗଲା ବିଜେପି । ସଜ ସଜ ସରିଛି ୨୦୨୪ ସାଧାରଣ ନିର୍ବାଚନ । ଯେଉଁଥିରେ ଓଡ଼ିଶାର ନିର୍ବାଚନ ଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ୨୫ବର୍ଷ ହେଲା ଶାସନ କରୁଥିବା ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପି ମୁଣ୍ଡରେ ସୁନା କଳସ ଢାଳିଛନ୍ତି ଓଡ଼ିଶାବାସୀ ।
ହେଲେ ସବୁ ଟ୍ୱିଷ୍ଟ ଭିତରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ରେଜଲ୍ଟ ଗୋଟିଏ ବଡ଼ ଟ୍ୱିଷ୍ଟ୍ ଆଣିଛି । ଅନନ୍ତ ନାରାୟଣ ଜେନା, ମଧ୍ୟ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଜେଡି ବିଧାୟକ । ତାଙ୍କ ପ୍ରତିଦ୍ୱନ୍ଦୀ ହେଉଛନ୍ତି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର ୩୭ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି ଜଗା ପ୍ରଧାନ ।
ଏହି ପରାଜୟକୁ ସେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଫଳରେ ଚଞ୍ଚକତାର ଆଶଙ୍କା କରି ସେ ରିକାଉଣ୍ଟିଂ ପାଇଁ ଅପିଲ କରିଥିଲେ । ତଥାପି ଜନାଦେଶକୁ ମଥାନତ କରି ମାନି ନେଇଥିଲେ । ହେଲେ ମନ ନମାନିବାରୁ ଆଇନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ଭୁବନେଶ୍ୱର ମଧ୍ୟ ଆସନରେ ଏଥର କଡା ମୁକାବିଲା ଦେଖିବାକୁ ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)