Advertisment

ନିର୍ବାଚନୀ ମୈଦାନରେ ହାଇଭୋଲଟେଜ୍ ନୋମିନେସନ୍, ହିଞ୍ଜିଳରୁ ଷଷ୍ଠ ଥର ନାମାଙ୍କନ ଭରିଲେ ନବୀନ

କନ୍ଧମାଳ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତଙ୍କ ନାମାଙ୍କନ । ବିଶାଳ ପଟୁଆରରେ ଯାଇ ଶକ୍ତି ପ୍ରଦର୍ଶନ କଲେ ହେଭିୱେଟ୍ ।

author-image
Satyendu Shekher Mishra
undefined

Odisha Politics

ମନ୍ତ୍ରପାଠରେ କମ୍ପିଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ । ଏହି ଶକ୍ତିପୀଠରେ ମା’ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ ଛତ୍ରପୁର ଅଭିମୁଖେ ବାହାରି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ପ୍ରାୟ ୧୨ଟା ୪୦ ବେଳେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଷଷ୍ଠଥର ପାଇଁ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଭାବେ ଭରିଥିଲେ ନାମାଙ୍କନ। ଏହି ଆସନରୁ ଲଗାତାର ପାଞ୍ଚ ଥର ନିର୍ବାଚିତ ହୋଇ ଆସିଛନ୍ତି ନବୀନ। ଚଳିତ ନିର୍ବାଚନରେ ନବୀନ ହିଞ୍ଜିଳି ବ୍ୟତୀତ କଣ୍ଟାବାଞ୍ଜିରୁ ବି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଉଭୟ ଆସନରେ ମେ ୨୦ ତାରିଖରେ ହେବ ମତଦାନ।

Advertisment

ସେପଟେ କଣ୍ଟାବାଞ୍ଜିରେ ନବୀନଙ୍କ ବିରୋଧରେ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଏବଂ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ବି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସେହିଭଳି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ୍ ଓରାମଙ୍କ ବିପକ୍ଷରେ ବିଜେଡିରୁ ଯୋଦ୍ଧା ସାଜିଛନ୍ତି ଦିଲୀପ ତିର୍କି। ନାମାଙ୍କନ ଭରିବା ପୂର୍ବରୁ ସପତ୍ନୀକ ମିଶନରୋଡ୍ ଚର୍ଚ୍ଚକୁ ଯାଇ ପ୍ରାର୍ଥନା କରିଥିଲେ ଦିଲୀପ। ପରେ ପାଟପଟୁଆର ସହ ଯାଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି ନାମାଙ୍କନପତ୍ର।

Advertisment

ସେହିପରି ବିଜେଡିର ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂ ବି ଆଜି ଭରିଛନ୍ତି ନାମାଙ୍କନ। ତେଣେ ରାଉରକେଲା ତାରାତାରିଣୀ ମନ୍ଦିର ଓ ବିଶ୍ରା ଛକ ସ୍ଥିତ ହନୁମାନ ମନ୍ଦିରରେ ପୂଜାପାଠ କରି ରଘୁନାଥପାଲି ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗାଚରଣ ତନ୍ତି ଦାଖଲ କରିଛନ୍ତି ପ୍ରାର୍ଥିପତ୍ର।

ଅପରପକ୍ଷେ, ସାନଖେମୁଣ୍ଡିର ଦୁଇ ଦୁଇ ଥରର କଂଗ୍ରେସ ବିଧାୟକ ରମେଶ ଜେନା ଆଜି ନାମାଙ୍କନ ଭରିଛନ୍ତି। ସ୍ଥାନୀୟ କଉଡ଼ିଆ ନାରାୟଣୀ, ରାମ ମନ୍ଦିର, ପଥରପୁଞ୍ଜି କାଳୀ ମନ୍ଦିରରେ ପୂଜା କରି ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି ନାମାଙ୍କନପତ୍ର। ଭିକ୍ଟ୍ରି ସିମ୍ବଲ ଦେଖାଇ ଆଶା ରଖିଛନ୍ତି, ଏଥର ବି ବିଜୟ ସୁନିଶ୍ଚିତ।

ତେଣେ ପାରମ୍ପାରିକ ନୃତ୍ୟ ଗୀତରେ କମ୍ପୁଛି କନ୍ଧମାଳ ଲୋକସଭା କ୍ଷେତ୍ରର ଫୁଲବାଣୀ ସହର। ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଛାଇଯାଇଛି ବିଜେପି ବାନା। ତାରି ଭିତରେ ଆଦିବାସୀଙ୍କ ପାରମ୍ପାରିକ ନୃତ୍ୟର ତାଳେ ତାଳେ ଯାଇ ନାମାଙ୍କନ ଭରିଛନ୍ତି ବିଜେପିର କନ୍ଧମାଳ ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ। ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। 

BJD BJP Congress Odisha Politics General Election 2024
Advertisment
Advertisment