ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟାଠାରେ ଆୟୋଜିତ ୩୧ ତମ ବିରାଟ ଧନୁଯାତ୍ରାର ଉଦଯାପନୀ ଦିବସରେ ଏଭଳି କହିଛନ୍ତି ରବି ନାରାୟଣ ନାୟକ ।
ନିଲାମୀରେ ବିକିଥିବା ଜମି ରେଜିଷ୍ଟ୍ରେସନ କରାଇପାରିଲାନି ବ୍ୟାଙ୍କ୍ । ଋଣ ଖିଲାପକାରୀଙ୍କ ପାଇଁ ବ୍ୟାଙ୍କ ହଟହଟା ।
ଚାଷ ନଷ୍ଟ ହେବା ଆଶଙ୍କାରେ ଚାଷୀଙ୍କ ଆନ୍ଦୋଳନ । ସ୍ଥାୟୀ ମରାମତି ପ୍ରତିଶ୍ରୁତି ଦେଲେ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ।
ସନ୍ଥକବି ଭୀମଭୋଇଙ୍କ ଜ୍ଞାନପୀଠ କନ୍ଧରାର ବିକାଶ ଯୁଜୁମରାର ଦେବଝରଣ ଓ ନାକଟିଦେଉଳର ଭୀମମଣ୍ଡଳୀର ବିକାଶ ଲୋକେ ଦାବି କରି ଆସୁଛନ୍ତି।
ଦୁଇ ଦୁଇ ଥର ବିଧାୟକ ଓ ମନ୍ତ୍ରୀ ହୋଇ ନିର୍ବାଚନ ମଣ୍ଡଳୀରେ କାଟତି ବଢାଇଥିବା ରୋହିତ ୨୦୨୪ ପାଇଁ ବି ବେଶ୍ ଆଶାୟୀ। ଏଥର ତୃତୀୟ ପାଳିରେ ଟିକେଟ୍ ପାଇ ବିଧାୟକ ଭାବେ ହାଟ୍ରିକ ମାରିବାକୁ ତାଙ୍କ ଯୋଜନା।
ଗତକାଲି ଗୋମତୀଙ୍କ ମୃତ୍ୟୁ ପରେ ବି ତାଙ୍କୁ କାନ୍ଧ ଦେବାକୁ ସମାଜର ମୁରବି ମାନେ ବାରଣ କରିଥିବା ଅଭିଯୋଗ ହୋଇଛି।
ସମ୍ବଲପୁରରେ ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଧନୁପାଲି ଛକରେ ଗୁଳିକରି ସୁନା ଦୋକାନରୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବତ୍ତ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗରିବଙ୍କ କଥା ଉଠାଇଛନ୍ତି । ସେ କହିଛନ୍ତି, ବିଜେପି ସରକାର, ଗରିବଙ୍କ କଲ୍ୟାଣକାରୀ ସରକାର । ଓଡ଼ିଶାର ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି ।
ନିଜର ଅଭିଭାଷଣରେ ମୋଦି ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ୪ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ବିଜେପି ଶିବିରରେ ବି ଉତ୍ସାହ ଭରି ଡବଲ୍ ଇଞ୍ଜିନ୍ ସରକାରର ମାହୋଲ ବନାଇବେ । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା ରାଜନୀତି । କାରଣ ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିଲା ବେଳେ ବଜେଟ୍ ପରେ ପ୍ରଥମ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।
ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର ୧୬୮ କିଲୋମିଟର ରେଳପଥ ଏବଂ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲାଇନ ଦୋହରୀକରଣ ଆଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।
ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ଗୋଟାଏ ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟଟର ଯୋଗେ ଅପରାହ୍ଣ ୧ଟା ୪୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଞ୍ଚିବେ । ସେଠାରୁ କାର୍ଯ୍ୟକ୍ରମ ସାରି ୩ଟାରେ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ ।
ଆସନ୍ତାକାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ମୋଦି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁସଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି।
ଆଜି ଦିନ ୧୨ଟା ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ପହଞ୍ଚିବେ । ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ଣ ୧୨ଟା ୩୦ ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ହଷ୍ଟେଲ ସୁବିଧା ନଥିବାରୁ ଡାକ୍ତର ପଣ୍ଡାଙ୍କର ଏହି ଘରଟିକୁ ୪-୫ ମାସ ହେଲା ବ୍ୟବହାର କରାଯାଉଛି । ଏବେ ଉପର ମହଲାରେ ୨୦ ଜଣ ଛାତ୍ରୀ ରହୁଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି କ୍ୟାମ୍ପ ଚଳଚଂଚଳ ହୋଇଉଠିଛି।
ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ଆଉ ଏକ ବଡ ଉତ୍ସର୍ଗ । ସମ୍ବଲପୁର ସରକାରୀ ମହିଳା କଲେଜକୁ ଦାନ କଲେ ନିଜ ଘର ।
କେବେ ରାସ୍ତ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରେନି ତ କେବେ କେବେ ଚିକିତ୍ସା ଅଭାବ ବା ଭୁଲ ଇଞ୍ଜେକସନ ପାଇଁ ଯାଏଁ ରୋଗୀର ଜୀବନ । ଷ୍ଟ୍ରେଚରରେ ବୁହା ହୋଇ ନଦୀ, ବିଲ ପାର୍ କରି ଆମ୍ବୁଲାନ୍ସ ପାଖେ ପହଞ୍ଚିବାର ଘଟଣା ସବୁ ତ ନିତିଦିନିଆ କଥା ହୋଇଗଲାଣି ।
ଫେଡ଼ାଣ କରି ପାରୁଥିବା ପିଲାଙ୍କ ପରିସଂଖ୍ୟାନ ମଧ୍ୟ ଚିନ୍ତାଜନକ । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଓ ଶିକ୍ଷାସ୍ତରର ସ୍ଥିତିକୁ ନେଇ ଅସର ପକ୍ଷରୁ ନିୟମିତ ରିପୋର୍ଟ ପ୍ରକାଶ ପାଇ ଆସୁଥିବା ବେଳେ ଇଏ ହେଉଛି ସଂସ୍ଥାର ସର୍ବଶେଷ ରିପୋର୍ଟ ।
ଆଠମଲ୍ଲିକରେ ତୀବ୍ର ରୂପ ନେଇଛି ନଳିନୀ-ରମେଶ କନ୍ଦଳ ! ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ !
୨୦୧୯ ଫେବୃୟାରୀ ୧ ତାରିଖରେ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ । ଏଥିଲାଗି ଷ୍ଟାଡିୟମର ପାଚେରୀକୁ ଭାଙ୍ଗି ଦିଆଯାଇଥିଲା । ହଜାର ହଜାର ଲୋକଙ୍କ ସମାଗମ ଓ ଟେଣ୍ଟ ପାଇଁ ପଡିଆକୁ ଖୋଳାଖୋଳି ମଧ୍ୟ କରାଯାଇଥିଲା ।
ପିଲାଙ୍କ କ୍ୟାରିୟର ଆଗ ନା ସରକାରୀ କାର୍ଯ୍ୟକ୍ରମ ? ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ନା ସରକାରଙ୍କ ପ୍ରୋଗ୍ରାମ ? ସମ୍ବଲପୁର ଜିଏମ୍ ୟୁନିଭର୍ସିଟିର ଏକ ଅଜବ ନିଷ୍ପତ୍ତି ପରେ ଏବେ ଏଭଳି ପ୍ରଶ୍ନ ସବୁ ଛାତ୍ରଛାତ୍ରୀଙ୍କ ମନରେ ।
ଗତ ମାସେ ହେଲା ଭୀମସାରରେ ଚିକିତ୍ସାଧୀନ ରହିଥିଲା ବିଜୟିନୀ । ଗତ ମାସ ୧୨ରେ ଲାରିପାଲି ନିକଟରେ ବୋରୱେଲରୁ ଉଦ୍ଧାର ହୋଇଥିଲା ଏହି ଶିଶୁକନ୍ୟା ।
ସକାଳ ୬ଟାରୁ ଗଣନାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯିବ ।