Advertisment

୨୦୦୦ରୁ ବିଜେଡି ଦଖଲରେ, ତଥାପି ଲୋକେ ପାଣି ପାଇଁ ଡହଳ ବିକଳ

ସନ୍ଥକବି ଭୀମଭୋଇଙ୍କ ଜ୍ଞାନପୀଠ କନ୍ଧରାର ବିକାଶ ଯୁଜୁମରାର ଦେବଝରଣ ଓ ନାକଟିଦେଉଳର ଭୀମମଣ୍ଡଳୀର ବିକାଶ ଲୋକେ ଦାବି କରି ଆସୁଛନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Redhakhol Politics, Rohit Pujari

Redhakhol Politics, Rohit Pujari

ରେଢାଖୋଲବାସୀଙ୍କ ପାଇଁ ପାନୀୟ ଜଳ ଆଜି ବି ବଡ଼ ସମସ୍ୟା। ୨୦୦୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଢାଖୋଲ ସହରବାସୀଙ୍କୁ ପାଇପ ଯୋଗେ ମହାନଦୀରୁ ପିଇବା ପାଣି ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହାର ୧୧ ବର୍ଷ ପରେ ୨୦୧୩ରେ ପ୍ରକଳ୍ପର ଶିଳାନ୍ୟାସ ହେଲା। ଏହାର ୪ ବର୍ଷ ପରେ ପ୍ରକଳ୍ପ କାମ ଆରମ୍ଭ ହୋଇ ଶେଷ ହୋଇଛି ସତ, କିନ୍ତୁ ସହରର ସବୁ ଅଞ୍ଚଳରେ ପହଞ୍ଚି ପାରିନି ପିଇବା ପାଣି।

Advertisment

ସେପଟେ ଗ୍ରାମାଞ୍ଚଳରେ ବି ଲାଗି ରହିଛି ପାନୀୟ ଜଳର ଉତ୍କଟ ସମସ୍ୟା । ଆଜି ଲୋକେ ସୁଦ୍ଧ ପାନୀୟ ଜଳ ଅଭାବରୁ ଚୁଆ ଖୋଳି ଓ ନଦୀନାଳରୁ ପାଣି ସଂଗ୍ରହ କରୁଥିବା ଦୃଶ୍ୟ ସାମ୍ନାକୁ ଆସେ। ରେଢାଖୋଲର ବହୁ ପର୍ଯ୍ୟଟନ ସ୍ଥଳ ଆଜି ବି ପଛୁଆ ବୋଲି ଅଭିଯୋଗ ହୁଏ। ସନ୍ଥକବି ଭୀମଭୋଇଙ୍କ ଜ୍ଞାନପୀଠ କନ୍ଧରାର ବିକାଶ ଯୁଜୁମରାର ଦେବଝରଣ ଓ ନାକଟିଦେଉଳର ଭୀମମଣ୍ଡଳୀର ବିକାଶ ଲୋକେ ଦାବି କରି ଆସୁଛନ୍ତି।

ସେପଟେ ଏନଏସିରେ ଅଧାରେ ଅଟକିଛି ସମସ୍ତ ପ୍ରକଳ୍ପ କାମ ଟାଉନ ହଲ ,ମିନି ଷ୍ଟାଡିୟମ,ନୂଆ ବସଷ୍ଟାଣ୍ଡ, ଇନଡୋର ଷ୍ଟାଡିୟମ କାମ ଅଧାରେ ଅଟକିଛି। ଏହାକୁ ମଧ୍ୟ ଏଥର ଲୋକେ ନିର୍ବାଚନୀ ପ୍ରସଙ୍ଗ କରିପାରନ୍ତି।

Advertisment

ସମ୍ବଲପୁର ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ହେଉଛି ରେଢାଖୋଲ। ୨୦୦୦ ମସିହାରୁ ଏହା ପାଲଟିଛି ବିଜେଡିର ଗଡ଼। ପ୍ରଥମେ ସନାତନ ବିଶି, ପରେ ପ୍ରସନ୍ନ ଆଚାର୍ଯ୍ୟ ଆଉ ଏବେ ରୋହିତ ପୂଜାରୀଙ୍କ ହାତରେ ରେଢାଖୋଲ ବିଧାନସଭା କ୍ଷେତ୍ରର ଦାୟିତ୍ୱ। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ସନାତନ ବିଶି, ୨୦୦୯ରୁ ୨୦୧୪ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରେ ୨୦୧୪ରୁ ଲଗାତର ଦୁଇ ଥର ଜିତି ଆସୁଛନ୍ତି କଂଗ୍ରେସରୁ ବିଜେଡିକୁ ଆସିଥିବା ଯୁବ ନେତା ରୋହିତ।

୨୦୧୯ରେ ଏଠି ରୋହିତଙ୍କୁ ଟକ୍କର ଦେଇଥିଲେ କଂଗ୍ରେସର ଆସଫ୍ ଅଲ୍ଲୀ ଖାନ୍। ଆସଫ୍ ଅଲ୍ଲୀ ମାତ୍ର ୧୪ ହଜାର ୬୩୨ ଭୋଟରେ ନିର୍ବାଚନ ହାରିଥିଲେ ବି ରୋହିତଙ୍କୁ ଚ୍ୟାଲେଞ୍ଜ କରିଥିଲେ। ରୋଚକ ବିଷୟ, ଯେ ଏଠୁ ବିଜେପିରୁ ନିର୍ବାଚନ ଲଢିଥିବା ଦେବେନ୍ଦ୍ର ମହାପାତ୍ର ବି ପଛରେ ନଥିଲେ। ଆସଫ୍ ଅଲ୍ଲୀ ୪୨ ହଜାର ୪୭୯ ଭୋଟ୍ ପାଇଥିବା ବେଳେ ଦେବେନ୍ଦ୍ରଙ୍କୁ ମିଳିଥିଲା ୪୨ ହଜାର ୨୭ ଭୋଟ୍। ତେଣୁ ଲଢେଇ ତ୍ରିମୁଖୀ ହୋଇଥିଲା।

ତେବେ ଏଥର ୨୦୧୪ରେ ଲଢେଇ ପୂର୍ବରୁ ବିଜେଡି ଟିକେଟ କାହାକୁ ମିଳିବ ତାକୁ ନେଇ ହୋଇପାରେ ଦଳ ଭିତରେ ଯୁଦ୍ଧ। କାରଣ ରେଢାଖୋଲରୁ ରୋହିତ ଓ ପ୍ରସନ୍ନ ଆଚାର୍ଯ୍ୟ ଉଭୟ ଲଢେଇ ପାଇଁ ଆଶାୟୀ। ଏଭଳି ସ୍ଥିତିରେ ପ୍ରତିଥର ଏ ନିର୍ବାଚନମଣ୍ଡଳୀ ବାହାର ନେତାଙ୍କୁ ବିଜେଡି ସୁଯୋଗ ଦେଉଥିବାରୁ ସେ ଇସ୍ୟୁ ବି ଏଥର ଟିକେଟର ମୋଡ଼ ବଦଳାଇପାରେ। କାରଣ ରୋହିତ ଓ ପ୍ରସନ୍ନଙ୍କ ବାଦ ଦଳରୁ ଆଉ ଦୁଇ ନେତା ପ୍ରମୋଦ ବେହେରା ଓ ପ୍ରଦୀପ ପ୍ରଧାନଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି।.

BJD BJP Congress Odisha Politics General Election 2024 Sattara Satranj
Advertisment
Advertisment