• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରତିଦିନ କିଛି ନା କିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳେ । କେବେ ରାସ୍ତ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରେନି ତ କେବେ କେବେ ଚିକିତ୍ସା ଅଭାବ ବା ଭୁଲ ଇଞ୍ଜେକସନ ପାଇଁ ଯାଏଁ ରୋଗୀର ଜୀବନ । ଷ୍ଟ୍ରେଚରରେ ବୁହା ହୋଇ ନଦୀ, ବିଲ ପାର୍ କରି ଆମ୍ବୁଲାନ୍ସ ପାଖେ ପହଞ୍ଚିବାର ଘଟଣା ସବୁ ତ ନିତିଦିନିଆ କଥା ହୋଇଗଲାଣି ।

ହିଡ଼ରେ ପ୍ରସବ ହେଉ କିମ୍ବା ଡାକ୍ତର ଅଭାବ । ଔଷଧର ଅଭାବ କିମ୍ବା ଉନ୍ନତ ଚିକିତ୍ସାର ଅଭାବ । ଏସବୁ ଖବର ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ପରିଣାମକୁ ଦର୍ଶାଇଥାଏ । ମିଳିଥିବା ଖବର ଅନୁସାରେ ଗତ ୪ ଦିନ ଭିତରେ ଏଭଳି ଦୁଇ ଦୁଇଟି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ।

ତ୍ରିବଣପୁର ପଞ୍ଚାୟତ ଅନ୍ତର୍ଗତ ସାନଖଲିଆମାଲ ଗାଁକୁ ଗାଡ଼ି ଯିବା ଭଳି ରାସ୍ତାଟିଏ ନାହିଁ । ଗତକାଲି ଏହି ଗାଁର ଉଗ୍ରସେନ ହାତୀ ନାମକ ଜଣେ ଯୁବକ ଗଛରୁ ପଡ଼ି ଗୁରୁତର ଆହତ ହେବା ପରେ, ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ରାସ୍ତା ନଥିବାରୁ ଗାଁ ଯାଏଁ ପହଞ୍ଚିପାରିନଥିଲା ଆମ୍ବୁଲାନ୍ସ ।

ଅନ୍ୟ କିଛି ଉପାୟ ନପାଇ ଆମ୍ବୁଲାନ୍ସ କର୍ମଚାରୀ ୧ କିଲୋମିଟର ବାଟ ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବୋହି ଆମ୍ବୁଲାନ୍ସ ଯାଏଁ ନେଇଥିଲେ । ଅନ୍ୟ ଏକ ଖବର ଅନୁଯାୟୀ, ୩ ଦିନ ତଳେ ରଶ୍ମିରେଖା ନାଏକ ନାମକ ଜଣେ ଗର୍ଭବତୀ ବି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ, ତାଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ଯାଏଁ ବୋହିବାକୁ ପଡ଼ିଥିଲା । ତେବେ ଏନେଇ ଗାଁ ଲୋକ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।