• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ? ବିଜେଡିରେ ଯୋଗ ଦେବେ ନା ବିଦେଶ ପଳେଇବେ ? କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ? ନୂଆ ସରକାରରେ କୋଣଠେସା ହେବା ବାଧିଲା କି ? ୧୫ ଦିନ ତଳେ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ୨୦୦୦ ବ୍ୟାଚର ଆଇଏଏସ୍ ସୁଜାତା ଆର୍ କାର୍ତ୍ତିକେୟନ କରିଥିବା ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିଥିବା ଜଣାପଡିଛି । ଯାହାକୁ ନେଇ ସୃଷ୍ଟି ହୋଇଛି ଏମିତି ପ୍ରଶ୍ନ, କଳ୍ପନାଜଳ୍ପନା। ନିର୍ବାଚନ ପରେ ପରେ ୬ ମାସିଆ ଛୁଟିରୁ ଫେରି ଗତ ନଭେମ୍ବର ୨୬ ତାରିଖରେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଯୋଗ ଦେଇଥିଲେ ସୁଜାତା । ଏହାପରେ ଏବେ ପୁଣି ମାସେରୁ ଅଧିକ ସମୟ ଧରି ଛୁଟିରେ ରହି ବାରମ୍ବାର ଛୁଟି ବଢ଼ାଇବାକୁ ଆବେଦନ କରୁଥିଲେ। କିନ୍ତୁ ବିଭାଗ ଛୁଟି ଦେବାକୁ ମନା କରିଛି।

Also Read

ଅଧିକ ପଢ଼ନ୍ତୁ: ସାଙ୍ଗ ହୋଇ ଫେରିଲେ ନବୀନ ଓ ପାଣ୍ଡିଆନ୍, ଯାଇଥିଲେ ରାଜ୍ୟ ବାହାରକୁ

ପୂର୍ବରୁ ବି ନଭେମ୍ବର ୨୬ରେ ସୁଜାତାଙ୍କ ଛୁଟି ବଢାଇବା ଆବେଦନକୁ ଖାରଜ କରିଥିଲେ ସରକାର। ଆଉ ତା ଭିତରେ ତାଙ୍କ ଭିଆରଏସ୍ ମଂଜୁରୀର ଖବର। ହେଲେ କାହିଁକି ଏମିତି ନିଷ୍ପତ୍ତି ନେଲେ ସୁଜାତା ? ନୂଆ ସରକାରଙ୍କ କାମ କରିବା ତରିକାରେ ନିଜକୁ ଖାପଖୁଆଇ ପାରିଲେନି, ନା ପୂର୍ବ ରେକର୍ଡ ପାଇଁ ନୂଆ ସରକାରରେ କୋଣଠେସା ବାଧିଲା ? ବିଜେଡି କହିଛି ନିକଟରେ ବିଧାନସଭାରେ ସୁଜାତଙ୍କୁ ମନ୍ତ୍ରୀଙ୍କ ଆକ୍ଷେପ ଏହାର କାରଣ ହେଇଥାଇପାରେ । ବିଜେପି କହିଛି ପୂର୍ବ ସରକାରରେ ଅଖଣ୍ଡ କ୍ଷମତା ଉପଭୋଗ କରୁଥିଲେ, ତେଣୁ ଆମ ସରକାରରେ ଫିଟ୍ ହେଇ ପାରିଲେନି ।

ଅନ୍ୟପଟେ ଭିଆରଏସ ପରେ ସୁଜାତାଙ୍କ ପରବର୍ତ୍ତୀ ଭୂମିକାକୁ ନେଇ ଚର୍ଚ୍ଚା । ଆଗକୁ କ’ଣ କରିବେ ସୁଜାତା ? ସ୍ୱାମୀଙ୍କ ରାସ୍ତାରେ ଯିବେ କି? କାହିଁକିନା ସମାନ ଢଙ୍ଗରେ ଭିଆରଏସ୍ ନେଇ ରାଜନୀତିକୁ ଆସିଥିଲେ ସ୍ବାମୀ ଭି.କେ ପାଣ୍ଡିଆନ୍। କିନ୍ତୁ ପାଣ୍ଡିଆନଙ୍କୁ ଗ୍ରହଣ କଲେନି ରାଜ୍ୟବାସୀ । ରାଜନୀତିରେ ପାଦ ଥାପୁ ଥାପୁ ଆରମ୍ଭରୁ ଅସଫଳ ହେଲେ । ତେଣୁ ହୁଏତ ରାଜନୀତି ନକରି ଓଡ଼ିଶା ଛାଡ଼ି ବିଦେଶ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଚାଇଲଡ କେୟାର ପାଇଁ ୬ ମାସ ଛୁଟି ନେଇଥିଲେ ସୁଜାତା। ତାଙ୍କ ଝିଅ ଲଣ୍ଡନରେ ପଢ଼ୁଥିବା କୁହାଯାଉଛି। ଏବେ ବି ସେ ଛୁଟିରେ ଥାଇ ବାରମ୍ବାର ଛୁଟି ବଢ଼ାଇବାକୁ ବି ଆବେଦନ କରିଚାଲିଥିଲା ବେଳେ, ଏ ଭିତରେ ପାଣ୍ଡିଆନଙ୍କୁ ବି ଲଣ୍ଡନରୁ ଚାକିରୀ ଅଫର ଥିବା ଚର୍ଚ୍ଚା ହେଉଛି। ତେଣୁ ସୁଜାତାଙ୍କ ଭିଆରଏସ୍ ପରେ ଉଭୟଙ୍କ ପରବର୍ତ୍ତୀ ଆଭିମୁଖ୍ୟ ଉପରେ ନଜର ରହିଛି ।

ବଡ କଥା ହେଲା ସନ୍ୟାସ ନେବା ପରେ ବି ପାଣ୍ଡିଆନ ନବୀନ ନିବାସରେ ଅଛନ୍ତି, ଆଉ ପଛରେ ରହି ବିଜେଡିକୁ ପରିଚାଳନା କରୁଛନ୍ତି । ଯଦି ସୁଜାତା ଓଡ଼ିଶା ଛାଡ଼ନ୍ତି ତାଙ୍କ ସହ ପାଣ୍ଡିଆନ ଯିବେ ନା ଓଡ଼ିଶାରେ ରହିବେ, ତାକୁ ନେଇ ବି କଳ୍ପନାଜଳ୍ପନା। ତେବେ ନିଜ ଭିଆରଏସ୍ ସଂପର୍କରେ ସୁଜାତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ଆନ୍ଦୋଳନରେ ହିଂସା ପଛରେ କିଏ ? ପିସିସି ସଭାପତିଙ୍କ ବୟାନକୁ ନେଇ ବାକଯୁଦ୍ଧ

  • Reported by:
  • JAGDISH DAS , SOUMYA RANJAN SAHOO