ତତଲା କଡେଇରେ ଭାଜି ହେଲା ଭଳି ସାରା ରାଜ୍ୟ । ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ।
ମହାନଦୀର ଜଳ ପ୍ରଦୂଷଣ ସହ ଏବେ ବ୍ୟବହାର ଉପଯୋଗୀ ହେଉନଥିବାରୁ ଶାସକ ଦଳକୁ ଦାୟୀ କରିଛି ବିଜେପି। ମହାନଦୀରେ ସରକାର ଗୋଟିଏ ବି ବ୍ୟାରେଜ କଲେ ନାହିଁ ବୋଲି କହିଛି ବିଜେପି।
ଗତକାଲି ରାତିରେ ପୂର୍ଣ୍ଣିମା ଓ ପୁଅ ୟେଂଶୁ ଘରେ ଶୋଇଥିଲେ। ଘରେ ପୂର୍ଣ୍ଣିମାଙ୍କ ସ୍ୱାମୀ ନଥିଲେ। ଦେଢଶୂର ଲୋଚନ କବାଟ ଭାଙ୍ଗି ଘରେ ପଶିଥିଲା। ପ୍ରଥମେ ପୂର୍ଣ୍ଣିମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।
ଟିକେଟକୁ ନେଇ ନେତାଙ୍କ ଭିତରେ ତେଜିଲା ଅସନ୍ତୋଷ । ଦଳ ଛାଡ଼ି ପ୍ରବଳ ବର୍ଷିଲେ ରାସେଶ୍ବରୀ ପାଣିଗ୍ରାହୀ ।
ସମ୍ବଲପୁରରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ୍ ଦେଇଛି ଦଳ । ଯାହା ସମ୍ବଲପୁରର ଗରିମା ନଷ୍ଟ କରିଛି । ତେଣୁ ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଇସ୍ତଫା ଦେଇଥିବା ଆଜି ପ୍ରେସମିଟ୍ କରି କହିଛନ୍ତି ରାସେଶ୍ୱରୀ ।
ସୋନପୁରରେ ସାଧାରଣ ସଭା, ଭୁବନେଶ୍ବରରେ ନିର୍ବାଚନୀ ସମୀକ୍ଷା । କଣ୍ଟାବାଞ୍ଜିରୁ ନବୀନ ଲଢୁଥିବାରୁ ଚେକ୍ ଦେବାକୁ ଚର୍ଚ୍ଚା ।
ସମ୍ବଲପୁରରୁ ପ୍ରାର୍ଥୀ ହେବା ପରଠାରୁ ପ୍ରସନ୍ନ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ଉଦ୍ୟମ କରିଛି ।
ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ୍ ପୁଣି ଥରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି ନବୀନ ।
କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ଯେପରି ଏଭଳି ତ୍ରୁଟି ନକରନ୍ତି ସେଥିପାଇଁ ହାଇକୋର୍ଟ ତାଗିଦ୍ ମଧ୍ୟ କରିଛନ୍ତି । କ୍ଷତିପୂରଣ ଅର୍ଥ ରାଶି କୋର୍ଟ ଆଦେଶ ପାଇବାର ତିନି ମାସ ମଧ୍ୟରେ ପ୍ରଦାନ କରାଯିବ ।
ସମ୍ବଲପୁରରେ ରାସେଶ୍ୱରୀ ଓ ରେଢାଖୋଲରେ ପ୍ରସନ୍ନ, ରୋହିତଙ୍କୁ ନେଇ ଚର୍ଚ୍ଚା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ବି ଜୋରଦାର ଚର୍ଚ୍ଚା ।
ପ୍ରଦୂଷଣ ଜ୍ୱାଳାରେ ଜର୍ଜରିତ ପ୍ରାଣଦାୟିନୀ ମହାନଦୀ । ପିଇବା ଦୂରର କଥା, ଗାଧୁଆ ଯୋଗ୍ୟ ବି ନୁହେଁ ମହାନଦୀ ପାଣି।
ସାଲେପୁର ଓ କଟକ ଜିଲ୍ଲାରେ ପ୍ରକାଶଙ୍କ ରହିଛି ବେଶ୍ ଦବଦବା। ପ୍ରକାଶ ଏବେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।
ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡି- ଲମ୍ବୋଦର ନିଆଲ, ସୁନ୍ଦରଗଡ଼- ଦିଲୀପ ତିର୍କୀ, ମୟୂରଭଂଜ- ସୁଦାମ ମାରାଣ୍ଡି।
ସମ୍ବଲପୁର ସହରର ପୀରବାବା ଛକରେ ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ବୋମାମାଡ ଘଟଣାରେ ଗୋଟିଏ ବୁଲେଟ ମୋଟରସାଇକେଲ କ୍ଷତିଗସ୍ତ ହୋଇଛି ।
ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍ ଉପରେ ବୋମାମାଡ଼ ହୋଇଛି।
୧୮ ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି ବଡ଼ ଚେହେରା । ମଇଦାନକୁ ଓହ୍ଲାଇବେ ବୈଜୟନ୍ତ, ଧର୍ମେନ୍ଦ୍ର, ସମ୍ବିତ ଓ ଅପରାଜିତା।
ଧରୁଆଡିହି ବସ୍ତିର ତାଙ୍କ ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲେ ବିଷ୍ଣୁ। କୌଣସି ସୂତ୍ରରୁ ତାଙ୍କ ପ୍ରେମିକା ଏହି ଖବର ପାଇ ପ୍ରଥମେ ଗୋବିନ୍ଦପୁର ଓ ପରେ ଧରୁଆଡିହି ଥାନାରେ ଅଭିଯୋଗ କରିଥିଲେ।
ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।
ଜଣେ କବାଡ଼ିବାଲାଙ୍କ ମୋବାଇଲ୍ ଲୁଟ୍ ପାଇଁ ବିଭତ୍ସ ହତ୍ୟା। ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ।
ଜୟନାରାୟଣଙ୍କୁ ମାତ୍ର ୯ ହଜାର ୯୫୮ ଭୋଟରେ ହରାଇ ଇତିହାସ ରଚିଥିଲେ ରାସେଶ୍ୱରୀ ।
ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧ୍ବନି ମଣ୍ଡପ ଓ ସନ୍ଥ କବି ଭୀମଭୋଇ ଆଶ୍ରମ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।
ବାପାଙ୍କ ବାଟରେ ଝିଅ। ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ। ଶିଖିବେ ରାଜନୀତିର ଖଡ଼ିପାଠ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଚର୍ଚ୍ଚାରେ ଏ ତିନି ନେତା କନ୍ୟା।
ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ନେଇ ପାନେ ପାଇଲା ପାର୍କିଂ ଠିକାସଂସ୍ଥା। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ପାର୍କିଂରେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ, ଦେବାକୁ ପଡ଼ିବ ୩ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ।
ପାର୍କିଂ ଫି ବାବଦ ୩୦ ଟଙ୍କା ଦେଇ ରସିଦ ନେଇଥିଲେ। ୧୨ ଘଣ୍ଟାରୁ ଅଧିକ ହେଲେ ୧୨ ଟଙ୍କା ପାର୍କିଂ ଫି ଧାର୍ଯ୍ୟ କରାଯାଇଥିଲା। ହେଲେ ସେ ୧୨ ଘଣ୍ଟା ପୂର୍ବରୁ ଫେରି ଆସିଥିଲେ।