• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଡିସଚାର୍ଜ ହେବ ବିଜୟିନୀ । ସମ୍ବଲପୁର ଲାରିପାଲିରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଭୀମସାର ମେଡିକାଲରୁ ଡିସଚାର୍ଜ ହେଲା । ଡିସଚାର୍ଜ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଡିସଚାର୍ଜ ପରେ ଶିଶୁ ଗୃହକୁ ଯିବ ବିଜୟିନୀ ।

ଗତ ମାସେ ହେଲା ଭୀମସାରରେ ଚିକିତ୍ସାଧୀନ ରହିଥିଲା ବିଜୟିନୀ । ଗତ ମାସ ୧୨ରେ ଲାରିପାଲି ନିକଟରେ ବୋରୱେଲରୁ ଉଦ୍ଧାର ହୋଇଥିଲା ଏହି ଶିଶୁକନ୍ୟା । ଗତ ମାସ ୧୨ତାରିଖରେ ଲାରିପାଲି ନିକଟରେ ବୋରୱେଲରୁ ଉଦ୍ଧାର ହୋଇଥିଲା ବିଜୟିନୀ’। ଶିଶୁକନ୍ୟାଟି ଜନ୍ମ ହେବାର ପ୍ରାୟ ୫/୬ ଘଣ୍ଟା ପରେ ତାକୁ ବୋରୱେଲ୍‌ରେ ଫିଙ୍ଗି ଦେଇଥିଲା ତାର ଜନ୍ମକଲା ମା’ । କଅଁଳା ଶିଶୁର କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଛି ବୋଲି ଜାଣିପାରିଥିଲେ ।

ଏହା ପରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା । ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଥିଲା । ପରେ ଶିଶୁକନ୍ୟାଟିକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

କଥାରେ ଅଛି, ଯାହାର କେହି ନାହାନ୍ତି, ତା ପାଇଁ ଭଗବାନ ଅଛନ୍ତି । ଦିନେ ନିଜ ଜନ୍ମକଲା ବାପାମାଆ ତାକୁ ଫିଙ୍ଗି ଦେଇଥିଲେ ଅନ୍ଧାରୀ କୂଅଁରେ । ହେଲେ ସେଦିନର ସେ ଅଲୋଡ଼ା ଶିଶୁ, ଆଜି ବୁର୍ଲା ଭିମସାରରେ ସମସ୍ତଙ୍କ ଅଲିଅଳି । ସମ୍ବଲପୁର ରେଙ୍ଗାଲି ନିକଟରେ ଏକ ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟାର ଭିମସାର SNCU ରେ ଧୂମଧାମରେ ଏକୋଇଶିଆ ପାଳନ ହୋଇଥିଲା । ଗେଟ୍‌ରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥିଲା- ଭିମସାରର ଝିଅ ବିଜୟିନୀ ।