• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଯାତ୍ରା ଜଗତରେ ମାଲିକ ଓ ଅଭିନେତାଙ୍କ ମଧ୍ୟରେ ପୁଣି ଏକ ବିବାଦ ଘଟଣା ସାମନାକୁ ଆସିଛି । ଗତ ୩୦ ବର୍ଷ ଧରି ହାସ୍ୟ ଅଭିନେତା ଭାବେ ନାଁ କମେଇଥିବା ନରି ପଣ୍ଡାଙ୍କୁ ଜଣେ ଯାତ୍ରା ପାର୍ଟି ମାଲିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତାଙ୍କୁ ଉଲଗ୍ନ କରାଯାଇ ମାଡ଼ ମରାଯାଇଥିବାର ଅଭିଯୋଗ କରିଛନ୍ତି ନରି ପଣ୍ଡା । ଖଳ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ କିଛି ଦିନ ତଳେ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ନରି ପଣ୍ଡାଙ୍କ ଅଭିଯୋଗ ପୁଣି ସାମନାକୁ ଆସିଛି । 

ନରି କହିଛନ୍ତି, ସେ ଦୀର୍ଘ ଦିନ ଧରି ଯାତ୍ରା ସହ ଜଡିତ ଅଛନ୍ତି । ଏଇଥିରୁ ସେ ତାଙ୍କର ରୋଜଗାର କରନ୍ତି । ପୂର୍ବରୁ ସେ ଅନେକ ଯାତ୍ରା ଦଳ ଛାଡିଛନ୍ତି ଓ ଯୋଗ ବି ଦେଇଛନ୍ତି । କିନ୍ତୁ ଏଭଳି ପରିସ୍ଥିତି କେବେ ହୋଇନଥିଲା । ସେ ଗତ ୩ ବର୍ଷ ହେଲା ଏକ ଯାତ୍ରା ପାର୍ଟିରେ କାମ କରୁଛନ୍ତି । ଆସନ୍ତା ସିଜିନରେ ସେ ଅନ୍ୟ ଏକ ଦଳକୁ ଯିବାକୁ ମନସ୍ଥ କରିଥିଲେ । ଅନ୍ୟ ଜଣେ ମାଲିକଙ୍କ ସହ ୧୬ ଲକ୍ଷରୁ ୧୮ ଲକ୍ଷ ଟଙ୍କାରେ ଚୁକ୍ତିବଦ୍ଧ ହେଲା । ନୂଆ ମାଲିକଙ୍କ ସହ କଥା ହୋଇ ସେ ଦୁଇଟି କିସ୍ତିରେ ପ୍ରାୟ ୧୦ ଲକ୍ଷ ଟଙ୍କା ଆଡଭାନ୍ସ ଆଣିଥିଲେ । ପୁଣି ଏକ କିସ୍ତିରେ ଟଙ୍କା ଦେବେ ବୋଲି ମାଲିକ ପ୍ରତିଶ୍ରୁତି ଦେଇଥିଲେ । ପୁରୁଣା ମାଲିକଙ୍କ ପାଖରେ କିଛି ଟଙ୍କା ମଧ୍ୟ ନରିଙ୍କୁ ଦେବାର ଥିଲା । ତେଣୁ ତୃତୀୟ କିସ୍ତି ମାଗିବା ବେଳକୁ ମାଲିକ ଆଉ ଧରାଛୁଆଁ ଦେଲେ ନାହିଁ ବୋଲି କହିଛନ୍ତି ନରି । ଏହି ସମୟ ମଧ୍ୟରେ ନରି ଏହି ନୂଆ ମାଲିକଙ୍କ ପାର୍ଟିକୁ ଯିବେ ବୋଲି ସବୁ ଆଡେ ପ୍ରଚାର ହୋଇ ସାରିଥିଲା । 

Also Read

ଅଧିକ ପଢନ୍ତୁ: ସବୁ ଧରାଇଦେଲା CCTV, ଏମିତି ଥିଲା ହତ୍ୟାକାଣ୍ଡର ମାଷ୍ଟରପ୍ଲାନ୍ 

ନରିଙ୍କ ପତ୍ନୀ ନୂଆ ମାଲିକଙ୍କ ପାଖକୁ ଫୋନ୍ କରି ତୃତୀୟ କିସ୍ତି ଦେବାକୁ କହିଥିଲେ । ଏପରିକି ଯଦି ତୃତୀୟ କିସ୍ତି ଦେବେ ନାହିଁ, ତେବେ ଆଡଭାନ୍ସ ଟଙ୍କା ଫେରାଇନିଅନ୍ତୁ ବୋଲି ସେ କହିଥିଲେ । ଏହା ସମୟରେ ନୂଆ ମାଲିକ ତାଙ୍କୁ ଫୋନରେ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ନରି । ଏହା ପରେ ନରି ମାଲିକଙ୍କୁ ଫୋନ୍ କରି କହିଥିଲେ, ଆପଣ ମୋ ସ୍ତ୍ରୀକୁ ଗାଳିଗୁଲଜ କଲେ, ମୁଁ ଆଉ ଆପଣଙ୍କ ପାର୍ଟିକୁ ଯିବାକୁ ଚାହୁଁନାହିଁ । ତା’ ପରେ ମାଲିକ କହିଥିଲେ, ଠିକ୍ ଅଛି ପଇସା ଫେରେଇ ଦେ । 

ନରିଙ୍କ ଅଭିଯୋଗ ଅନୁସାରେ, ପଇସା ନେଇ ପହଞ୍ଚିବା ପରେ ତାଙ୍କୁ କଳା କାଚ ଡୋର୍‌ ଘରେ ବନ୍ଦ କରି ତିନି ଜଣ ବ୍ୟକ୍ତି ନିସ୍ତୁକ ମାଡ଼ ମାରିଥିଲେ। ଏମିତି ମାଡ଼ ମାରିଲେ ଯେ, କାନରୁ ରକ୍ତ ବାହାରିଲା । ମୋ ପ୍ୟାଣ୍ଟ, ସାର୍ଟ ବି ଖୋଲି ଦେଲେ ବୋଲି ଅଭିଯୋଗ କରିଛନ୍ତି ନରି । ଓକିଲକୁ ଡ଼ାକି ମୋତେ ଯାହା କହିଲେ ମୁଁ ସେଇଆ ଲେଖିବାକୁ ବାଧ୍ୟ ହେଲେ । ନ ଲେଖିଲେ ବି ମାଡ଼ ହେବ ବୋଲି କହିଲେ ଯାତ୍ର ମାଲିକ ବୋଲି ଅଭିଯୋଗ କରିଛନ୍ତି ନରି। ମୁଁ ଯାତ୍ରା ଜଗତ ଛାଡ଼ି ବୋଲି କହିଛନ୍ତି ନରି। 

ଅଧିକ ପଢନ୍ତୁ: ସ୍ତ୍ରୀକୁ ମାରି ସୁଟକେସରେ ରଖିଲା, ଘରକୁ ଫେରି ବିଷ ପିଇଲା ଅଭିଯୁକ୍ତ