/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708861031.jpg)
Dharmendra Pradhan
ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବେ କି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବତନ ବିଧାୟକ ରବି ନାରାୟଣ ନାୟକଙ୍କ ମନ୍ତବ୍ୟ ପରେ ସାଧାରଣରେ ଏଭଳି ପ୍ରଶ୍ନ ଉଙ୍କିମାରିଛି । ଆସନ୍ତା ସାଧାରଣ ନିର୍ବାଚନରେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର ପ୍ରଧାନ । ସେ ଲୋକଙ୍କ ସହ ମିଶୁଛନ୍ତି । ଲୋକଙ୍କ କଥା କହୁଛନ୍ତି । ସମସ୍ତଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ରହିଛି ସମବେଦନା । ଏହା କହିଛନ୍ତି ପୂର୍ବତନ ବିଧାୟକ ରବି ନାରାୟଣ ନାୟକ ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟାଠାରେ ଆୟୋଜିତ ୩୧ ତମ ବିରାଟ ଧନୁଯାତ୍ରାର ଉଦଯାପନୀ ଦିବସରେ ଏଭଳି କହିଛନ୍ତି ରବି ନାରାୟଣ ନାୟକ । ଧନୁଯାତ୍ରାର ଉଦଯାପନୀ ଦିବସରେ ଅତିଥି ଭାବେ ଯୋଗଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ ।
ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବାଗେଡିଆରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ଅବସରରେ ପରୋକ୍ଷରେ ସୂଚନା ଦେଇଥିଲେ ଧର୍ମେନ୍ଦ୍ର । ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧର୍ମେନ୍ଦ୍ର କହିଥିଲେ ଯେ, ସେହି ପଟରୁ ଲଢିବା ନେଇ ସେ ପାର୍ଟି ନିକଟରେ ଦରଖାସ୍ତ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)