• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟବ୍ୟାପୀ ଜବଦଖଲମୁକ୍ତ ହେବ ଜଗନ୍ନାଥଙ୍କ ଜମି, ଏଥିପାଇଁ ତିନି ମାସ ଭିତରେ ସରକାର ଆଣିବେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି । ଦୀର୍ଘଦିନ ଧରି ରହି ଆସିଥିବା ଜଗନ୍ନାଥଙ୍କ ଜମିସମସ୍ୟା ସଂପର୍କରେ ଆଜି ବିଧାନସଭାରେ ଏଭଳି ବଡ଼ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । କହିଛନ୍ତି ଜଗନ୍ନାଥ ଜମି ଜବରଦଖଲରେ ଥିବା ଲୋକଙ୍କ ଲ୍ୟାଣ୍ଡ ସେଟେଲମେଣ୍ଟ କରାଯାଇ ସେମାନଙ୍କୁ ରିହାତିରେ ୧୦୦ ଡିସିମିଲ ଜାଗା ଯୋଗାଇ ଦିଆଯିବ ।

Also Read

ଅଧିକ ପଢ଼ନ୍ତୁ: କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ? ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ?

ଜଗନ୍ନାଥ ଜମି ଜବର ଦଖଲକାରୀଙ୍କ ଉପରେ ସରକାରଙ୍କ ନଜର । ଦୁଇବର୍ଷରେ ତୁଟିବ ଜଗନ୍ନାଥ ଜମି ସମସ୍ୟା । ରାଜ୍ୟବ୍ୟାପୀ ଜଗନ୍ନାଥ ଜମି ବିବାଦର ବିଦାଦ ତୁଟାଇବାକୁ ତିନିମାସ ମଧ୍ୟରେ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ ଏବଂ ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିବ ବୋଲି ଆଜି ଗୃହରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିସହ ମନ୍ତ୍ରୀ କହିଛନ୍ତି ଯେଉଁମାନେ ଅଧିକ ବର୍ଷ ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ ସେମାନଙ୍କୁ ରାଜ୍ୟ ସରକାର ୧୦୦ ଡିସିମିଲ ଜାଗା ରିହାତି ଦରରେ ଯୋଗାଇ ଦେବେ ।

ରାଜ୍ୟର ୨୪ଟି ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥଙ୍କ ଜମି ରହିଛି । ସେଥିରୁ ୩୮ ହଜାର ୬୧ ଏକର ଜମିର ସଂଶୋଧିତ ସତ୍ତ୍ବଲିପି ରାଜ୍ୟ ସରକାରଙ୍କ ପାଖରେ ରହିଛି । ଯାହାର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରହିଛି । ୨୨ ହଜାର ଏକର ଜମିର ROR ବା ରେକର୍ଡ ଅଫ୍ ରାଇଟ୍ସ ଯୋଗାଡ଼ ଚାଲିଛି । ରାଜ୍ୟ ବାହାରେ ମଧ୍ୟ ୬ଟି ପ୍ରଦେଶରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଛି । ଏଥିସହ କୋରାପୁଟରେ ୨୭ ହଜାର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହୋଇଥିବା ଏବଂ ଜିଲ୍ଲାରେ ଜବର ଦଖଲରେ ଥିବା ଜଗନ୍ନାଥ ଜମିକି ଜବରଦଖଲମୁକ୍ତ କରାଯାଇଥିବା ନେଇ ବି ପ୍ରଶ୍ନକାଳରେ ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ ।

ଜଗନ୍ନାଥଙ୍କ ଜମି ଜବରଦଖଲ ମୁକ୍ତ ହେବା ଖବରକୁ ଗ୍ରାଉଣ୍ଡରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଇ ଯେମିତି ଖୋର୍ଦ୍ଧା ଏବଂ ଜଟଣୀ । ଏଇ ଦୁଇ ନିର୍ବାଚନ ମଣ୍ଡଳୀର ଅନେକ ମଉଜାରେ ବହୁ ଲୋକଙ୍କ ପୈତୃକ ଭୂ ସଂପତ୍ତି ଭୁଲବଶତଃ ଶ୍ରୀଜଗନ୍ନାଥଙ୍କ ନାଁକୁ ଚାଲିଯାଇଛି । ଫଳରେ ସେମାନେ ନିଜ ଭୂସଂପତ୍ତିରୁ ଅଧିକାର ହରାଇବା ସହ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ସରକାରଙ୍କ ପ୍ରସ୍ତାବିତ ୟୁନିଫର୍ମ ଲ୍ୟାଣ୍ଡ ପଲିସି କେବଳ ଜବରଦଖଲ ଉଚ୍ଛେଦ ପାଇଁ ଉଦ୍ଦିଷ୍ଟ ଥିବାରୁ ଏଦିଗରେ ମଧ୍ୟ ଗୁରୁତ୍ବର ସହ ନିଷ୍ପତ୍ତି ନିଆଯିବା ନେଇ ସାଧାରଣରେ ଦାବି ହୋଇଛି । ଅପରପକ୍ଷେ ଜବରଦଖଲକାରୀଙ୍କୁ ରିହାତିରେ ଶହେ ଡିସିମିଲ ଜମି ଦିଆଯିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ରାଜ୍ୟବ୍ୟାପୀ ଦୀର୍ଘଦିନ ଧରି ଜବରଦଖଲକାରୀଙ୍କ କବଜାରେ ଥିବା ଜମି ବାସ୍ତବିକ କେବେ ଜଗନ୍ନାଥଙ୍କ ପାଖକୁ ଫେରିବ, ଏବେ ତା ଉପରେ ନଜର ।

ଅଧିକ ପଢ଼ନ୍ତୁ: ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଲା କଷ୍ଟମ ବିଭାଗ; ଉଦ୍ଧାର ହେଲା ଝିଟିପିଟି-ଗୋଧି-ବୋଡ଼ା ସାପ 

  • Reported by:
  • BALRAM LENKA , JAGDISH DAS , Niranjan Behera