Advertisment

ପଢ଼ାପଢ଼ିରେ କେତେ ଦକ୍ଷ ଗାଁ ଛାତ୍ରଛାତ୍ରୀ ? ସମ୍ବଲପୁରରେ ହରଣ କରି ପାରୁନାହାନ୍ତି ୬୪% ପିଲା

ଫେଡ଼ାଣ କରି ପାରୁଥିବା ପିଲାଙ୍କ ପରିସଂଖ୍ୟାନ ମଧ୍ୟ ଚିନ୍ତାଜନକ । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଓ ଶିକ୍ଷାସ୍ତରର ସ୍ଥିତିକୁ ନେଇ ଅସର ପକ୍ଷରୁ ନିୟମିତ ରିପୋର୍ଟ ପ୍ରକାଶ ପାଇ ଆସୁଥିବା ବେଳେ ଇଏ ହେଉଛି ସଂସ୍ଥାର ସର୍ବଶେଷ ରିପୋର୍ଟ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Odisha Education

Odisha Education

ପଢ଼ାପଢ଼ିରେ କେତେ ଦକ୍ଷ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ? ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଜାତୀୟ ସ୍ତରର ଘରୋଇ ସଂସ୍ଥା- ଅସର ପକ୍ଷରୁ ସମ୍ବଲପୁର ଜିଲ୍ଲାରେ କରାଯାଇଥିବା ଏକ ସର୍ଭେର ତଥ୍ୟ ହୋସ୍ ଉଡ଼ାଇଲା ଭଳି । ଏଇ ସର୍ଭେ କହୁଛି, ଜିଲ୍ଲାରୁ ୧୮ ବର୍ଷ ବୟସର ପିଲାଙ୍କ ଭିତରୁ ପ୍ରାୟ ୬୪ ପ୍ରତିଶତ ପିଲା ହରଣ କଣ ଜାଣି ନାହାନ୍ତି । ଏମିତିକି ୪୬ ପ୍ରତିଶତ ପିଲା ଠିକରେ ବାକ୍ୟ ବି ପଢ଼ି ପାରୁ ନାହାନ୍ତି। ଏନେଇ ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କହିବା କଥା ସର୍ଭେର ଅନୁଶୀଳନ ପାଇଁ ଖୁବ୍ ଶୀଘ୍ର ଏକ ଜରୁରୀ ବୈଠକ ଡକାଯିବ ।

Advertisment

ଅସର। ଆନୁଆଲ ଷ୍ଟାଟସ୍ ଅଫ୍ ଏଜୁକେଶନ୍ ରିପୋର୍ଟ-୨୦୨୩ । ଇଏ ହେଉଛି ସେହି ରିପୋର୍ଟ, ଯେଉଁଥିରେ ଦର୍ଶାଯାଇଛି ଯେ, ସମ୍ବଲପୁର ଜିଲ୍ଲାରେ ୧୪ରୁ ୧୮ ବର୍ଷ ମଧ୍ୟରେ ବିଭିନ୍ନ ସଂସ୍ଥାରେ ପଢୁଥିବା ପିଲାଙ୍କ ଭିତରୁ କେବଳ ୭୭.୫ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀର ପାଠ ପଢି ପାରୁଛନ୍ତି । ମାତ୍ର ୩୫.୯ ପ୍ରତିଶତ ପିଲା ଗଣିତରେ ହରଣ କରି ପାରୁଛନ୍ତି । ସେହିପରି ମାତ୍ର ୫୩.୬ ପ୍ରତିଶତ ଇଂରାଜୀ ବାକ୍ୟ ପଢ଼ିବାରେ ସକ୍ଷମ ।

ସେହିପରି ଫେଡ଼ାଣ କରି ପାରୁଥିବା ପିଲାଙ୍କ ପରିସଂଖ୍ୟାନ ମଧ୍ୟ ଚିନ୍ତାଜନକ । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଓ ଶିକ୍ଷାସ୍ତରର ସ୍ଥିତିକୁ ନେଇ ଅସର ପକ୍ଷରୁ ନିୟମିତ ରିପୋର୍ଟ ପ୍ରକାଶ ପାଇ ଆସୁଥିବା ବେଳେ ଇଏ ହେଉଛି ସଂସ୍ଥାର ସର୍ବଶେଷ ରିପୋର୍ଟ । ଯେଉଁଥିରେ ସମ୍ବଲପୁର ସମେତ ଦେଶର ୨୮ଟି ଜିଲ୍ଲାର ସର୍ଭେ ରିପୋର୍ଟ ସ୍ଥାନ ପାଇଛି । ଆଉ ସମ୍ବଲପୁର ଜିଲ୍ଲାରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ଭିତରେ ଶିକ୍ଷା ଦକ୍ଷତାର ଏ ବିକଳ ସ୍ଥିତି ଉଦବେଗ ସୃଷ୍ଟି କରିଛି ।

Advertisment

ଅସର ପକ୍ଷରୁ ଜିଲ୍ଲାର ୯ଟି ବ୍ଲକରେ ୧୪ରୁ ୧୮ବର୍ଷ ବୟସର ମୋଟ୍ ୩୪ହଜାର ୭୫୪ ଜଣ ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ଏଇ ସର୍ଭେ ରିପୋର୍ଟ ପ୍ରକାଶ କରିଛି ଅସର । ଏହା ଅନୁଯାୟୀ ଏହି ବୟସ ଭିତରେ ୭୮.୧ ପ୍ରତିଶତ ପିଲା କୌଣସି ନା କୌଣସି ଶିକ୍ଷାନୁଷ୍ଠାନରେ ପଞ୍ଜିକୃତ ହୋଇଛନ୍ତି । ସେ ଭିତରୁ ମାତ୍ର ୫.୨ ପ୍ରତିଶତ ଧନ୍ଦାମୂଳକ ଶିକ୍ଷାରେ ତାଲିମ ପାଇଁ ପଞ୍ଜିକୃତ ଅଛନ୍ତି ।

ହେଲେ ଏମାନଙ୍କ ଭିତରୁ ୬୪ ପ୍ରତିଶତ ପିଲା ହରଣ କରି ନପାରିବା, ୪୬ ପ୍ରତିଶତ ପିଲା ଠିକରେ ବାକ୍ୟ ପଢ଼ି ନପାରିବା, ସିଧାସଳଖ ଆମ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଠିଆ କରିଥିବା ବେଳେ, ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ରିପୋର୍ଟର ଅନୁଶୀଳନ କରାଯାଇ ପଦକ୍ଷେପ ନିଆଯିବ ।

ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ, କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା ଓ ସମ୍ବଲପୁରରୁ ସଂଜୟ ଜେନାଙ୍କ ରିପୋର୍ଟ, ଓଟିଭି

Students
Advertisment
Advertisment