ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ସାଲିସ କରୁଛନ୍ତି କି ରାଜ୍ୟ ସରକାର ? କାରଣ ପରୀକ୍ଷା ଋତୁରେ ରାଜ୍ୟ ସରକାର ଅୟୋଜନ କରିଛନ୍ତି ନୂଆ ଓ କାର୍ଯ୍ୟକ୍ରମ । ଆଶ୍ଚର୍ଯ୍ୟର କଥା, ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ କାଲି ହେବାକୁ ଥିବା ପରୀକ୍ଷା ବାତିଲ କରି ୨୪ ତାରିଖକୁ ଘୁଂଚାଇଛନ୍ତି ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟ ।
ପିଲାଙ୍କ କ୍ୟାରିୟର ଆଗ ନା ସରକାରୀ କାର୍ଯ୍ୟକ୍ରମ ? ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ନା ସରକାରଙ୍କ ପ୍ରୋଗ୍ରାମ ? ସମ୍ବଲପୁର ଜିଏମ୍ ୟୁନିଭର୍ସିଟିର ଏକ ଅଜବ ନିଷ୍ପତ୍ତି ପରେ ଏବେ ଏଭଳି ପ୍ରଶ୍ନ ସବୁ ଛାତ୍ରଛାତ୍ରୀଙ୍କ ମନରେ ।
ଯାଜପୁରରେ ଆମ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଣବଙ୍କର ଏଭଳି ଅଭିଭାଷଣକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କଲେ 5T ଅଧ୍ୟକ୍ଷ । ସମୀକ୍ଷା ପରେ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପାଣ୍ଡିଆନଙ୍କ ଜୟ ଜୟକାର ଏବେ ନେତାଙ୍କ ଭିତରେ ସୀମିତ ନାହିଁ । ସରକାରୀ କର୍ମଚାରୀ ବି କଲେଣି ଗୁଣଗାନ । ବିଭିନ୍ନ କର୍ମଚାରୀ ସଂଘ ଆଜି ନବୀନ ନିବାସକୁ ଯାଇ ଫାଇଭ୍ ଟି ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯାହାକୁ ନେଇ ଉଠିଛି ପ୍ରଶ୍ନ..
ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ?
ସରକାର ଓ ରାଜନୀତିରେ ପାଣ୍ଡିଆନ୍ଙ୍କ ନୂଆ ରୂପାନ୍ତର ! ପ୍ରଶାସନରୁ ସିଧା ସରକାରକୁ ଲମ୍ବ ଡିଆଁ । ଆଉ ବ୍ୟାକ୍ ଡୋର ନୁହେଁ, ଏଣିକି ଫ୍ରଣ୍ଟଫୁଟରେ ବ୍ୟାଟିଂ। କାଲିଠୁ ଆଜି ଭିତରେ ରାଜ୍ୟ କ୍ଷମତା ଅଳିନ୍ଦରେ ବଡ଼ ପରିବର୍ତ୍ତନ।
ବିଜେପିର ଅଭିଯୋଗ, ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ବିନା ଲିଖିତ ଅନୁମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ।
ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ ହେଉଛି, ହେଲେ ସେଥିରେ ସଚିବ ବୁଲୁଛନ୍ତି । ତେଣୁ ଏହାର ତନ୍ନତନ୍ନ ତଦନ୍ତ ହେବା ଦରକାର । ଯେହେତୁ ରାଜ୍ୟ ସରକାର ଏହାର ତଦନ୍ତ କରିବେନି, ତେଣୁ କେନ୍ଦ୍ରୀୟ ତଦନ୍ତ ଆଡ଼କୁ ଇଶାରା ଦେଇ ସମୟ ଆସିଲେ କିଏ ତଦନ୍ତ କରିବ ଜଣାପଡ଼ିବ।
ତେବେ କିଏ ଏହି ଭାସ୍କର ସାହୁ ? ବ୍ୟବସ୍ଥା ବିରୋଧରେ ଅସନ୍ତୋଷ ପ୍ରକାଶ କରି ଏହି ପ୍ରତିବାଦ କି ? କାଳିମାଡ଼ ପଛର ଅସଲ କାରଣ କ’ଣ ? ତାଙ୍କୁ କିଏ ବ୍ୟବହାର କରିନି ତ ? ମାଇଲେଜ୍ ନେବା ପାଇଁ କାଳିମାଡ଼ ପ୍ରାୟୋଜିତ ନୁହେଁ ତ ?
5T ସଚିବଙ୍କୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଟାର୍ଗେଟ । ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି ସୌମ୍ୟ ।
କେନ୍ଦ୍ରର ଚିଠି, ରାଜ୍ୟବ୍ୟାପୀ ବିରୋଧୀଙ୍କ ବିରୋଧ ଓ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବି ଘନ ଘନ ଆକ୍ରମଣ ପରେ ମଧ୍ୟ ବନ୍ଦ ହେଉନି ଫାଇଭ୍ ଟି ସଚିବଙ୍କ ପଲିଟିକାଲ ଷ୍ଟାଇଲରେ ଜିଲ୍ଲାଗସ୍ତ।
ବୌଦ୍ଧ କଚେରୀ ଛକ ନିକଟରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ହୋଇଛି ।
ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ଏଠି ପ୍ରଶ୍ନ ରାଜ୍ୟ ପ୍ରଶାସନର ଏହି ମୋଷ୍ଟ ପାୱାରଫୁଲ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯିବ ତ ?
ସାଂସଦ ସୂରେଶ ପୂଜାରୀ କହିଛନ୍ତି, ଓଡ଼ିଆ ଜାଣିନଥିବା ମୁଖ୍ୟମନ୍ତ୍ରୀ କିଭଳି ସମ୍ବଲପୁରୀ କହିଦେଲେ ? ମୁଖ୍ୟମନ୍ତ୍ରୀଙ୍କ ସ୍ୱରରେ ଆଉ କାହାଦ୍ୱାରା କୁହାଯାଇନି ତ ?
ଥମୁନି 5T ସଚିବଙ୍କ ଗସ୍ତ ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍ ବାର୍ତ୍ତାକୁ ନେଇ କଂଗ୍ରେସ ନେତା ଜୟଦେବ ଜେନାଙ୍କ କଟାକ୍ଷ ।
ଗସ୍ତବେଳେ ମାଳ ମାଳ ପୋଲିସ ଓ କାର୍ଯ୍ୟକ୍ରମ ସଫଳ ଲାଗି ପ୍ରଶାସନକୁ ଲଗାଯିବା ନେଇ ସାଂସଦ ଅପରାଜିତାଙ୍କ ନିଶାନା...ସ୍ୱର ମିଶାଇଲା କଂଗ୍ରେସ...ବିଜେଡି କହିଲା ସିଏମ୍ ଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ଅଫିସର...
5T ସଚିବଙ୍କ ପାଇଁ କାହିଁକି ଏତେ ସୁରକ୍ଷା ବ୍ୟବସ୍ଥା? 5T ସଚିବଙ୍କୁ ଘାରିଛି କାହା ଭୟ?
5T ସଚିବଙ୍କ ଗସ୍ତ ଓ ସାଧାରଣ ସଭା କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲ୍ର ଉଲ୍ଲଂଘନ ବୋଲି ଅପରାଜିତା ଅଭିଯୋଗ କରିଥିଲେ। ପୂର୍ବତନ ପ୍ରଶାସକ ସଂଜୀବ ହୋତା ବି କହିଛନ୍ତି ଏଭଳି କାର୍ଯ୍ୟ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲର ଉଲ୍ଲଂଘନ।
ସରକାରଙ୍କଠୁ ମିଳୁଥିବା ସାହାଯ୍ୟ, ସହଯୋଗକୁ ନେଇ କେତେ ସନ୍ତୁଷ୍ଟ ଆମ ରାଜ୍ୟର ଚାଷୀ ? ସରକାର କାଳିଆ ଯୋଜନା କରିଛନ୍ତି, ସାର, ବିହନ ଓ କୃଷି ଯନ୍ତ୍ରପାତି କିଣାରେ ସବ୍ସିଡି ବି ଦେଉଥିବା କହୁଛନ୍ତି ।
ରାଉରକେଲା ଗସ୍ତରେ ଯାଇଥିବା 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ବିରୋଧ। ସିଭିଲ୍ ଟାଉନସିପ୍ ଜମି କେଳେଙ୍କାରୀ ପ୍ରସଙ୍ଗରେ ପାନପୋଷ ସାଂଗଠନିକ ଜିଲ୍ଲା ବିଜେପିର ବିରୋଧ ।
ଅକ୍ଷରମାଳାକୁ ବିଦ୍ୟାଦାତ୍ରୀ ସରସ୍ୱତୀ ଏବଂ ସଂଖ୍ୟାଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ ତା ଉପରେ ଚାଲିବା ଠିକ୍ ନୁହେଁ ବୋଲି ବିଭିନ୍ନ ସଂଗଠନ ଓ ବୁଦ୍ଧୀଜୀବୀ ମତ ରଖିଛନ୍ତି। ଖାଲି ସେତିକି ନୁହେଁ ଅଙ୍ଗନବାଡ଼ି କେନ୍ଦ୍ରର ସେହି କୋଠରୀ କାନ୍ଥରେ ଥିବା ଜାତୀୟ ପତାକାଟି ମଧ୍ୟ ଭୁଲ୍ କରି ଅଙ୍କା ଯାଇଥିବା ଦେଖିବାକୁ ମିଳିଥିଲା।