• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନକଲି ଏନଓସି ଦେଇ ଅସଲି ଋଣ। ଆଉ ନିଲାମୀ ଦ୍ୱାରା ଋଣ ଖିଲାପକାରୀଙ୍କ ଜମି ବିକିବା ବି ବ୍ୟାଙ୍କକୁ ପଡ଼ିଲା ଭାରି। ସମ୍ବଲପୁରରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଋଣ ଖିଲାପକାରୀଙ୍କ ପାଇଁ ବ୍ୟାଙ୍କ ଏବେ ହଟହଟା ହୋଇଛି। ନିଲାମୀ ଦ୍ୱାରା ବିକିଥିବା ଜମିକୁ ଗ୍ରାହକଙ୍କ ନାଁରେ ରେଜିଷ୍ଟ୍ରେସନ କରାଇନପାରିବାରୁ ଏବେ ଫାଇନ୍ ଭରିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ।

ତେବେ ପୁରା ଘଟଣାଟି ହେଲା,୨୦୧୯ରେ ନିଲାମୀ ଦ୍ୱାରା ଜମି ବିକି ବ୍ୟାଙ୍କ୍ ପାଇଥିଲା ୧୩ ଲକ୍ଷ ୩୦ ହଜାର ଏବେ ଗ୍ରାହକଙ୍କୁ ଫେରାଇବ ୭୭ ଲକ୍ଷ ୫୦ ହଜାର ଟଙ୍କା ଜମି ବାବଦ ୫୭ ଲକ୍ଷ, ୨୦ ଲକ୍ଷ କ୍ଷତିପୂରଣ, ୫୦ ହଜାର ଟଙ୍କା ମୋକଦ୍ଦମା ଖର୍ଚ୍ଚ ଜଣେ ଖାଉଟୀଙ୍କୁ ନ୍ୟାୟ ଦେବାକୁ ଯାଇ ଏଭଳି ରାୟ ଶୁଣାଇଛନ୍ତି କୋର୍ଟ। ଦେଖନ୍ତୁ, ସମ୍ବଲପୁର ଜିଲ୍ଲା ଖାଉଟୀ ଅଦାଲତଙ୍କ ଏହି ନିର୍ଦ୍ଦେଶନାମାକୁ। ଖାଉଟୀ ଚନ୍ଦନ ଶାହାଙ୍କୁ ଏହି କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ଗତ ୨୦୧୯ରେ ସମ୍ବଲପୁର ଓରିଏଣ୍ଟାଲ ବ୍ୟାଙ୍କ ଜମି ନିଲାମି ପ୍ରକ୍ରିୟାରେ ସମ୍ବଲପୁରର ଚନ୍ଦନ ସାହାଙ୍କୁ ଏକ ପ୍ଲଟ ବିକ୍ରି କରିଥିଲା। ଦୁର୍ଗାପାଲି ଅଂଚଳର ୩ ହଜାର ୩୩୬ ବର୍ଗ ଫୁଟ ପ୍ଲଟର ମୂଲ୍ୟ ବାବଦକୁ ୧୩ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ ଚନ୍ଦନ। ମାତ୍ର ପରେ ଚନ୍ଦନଙ୍କ ନାଁରେ ଉକ୍ତ ଜମିକୁ ପଞ୍ଜୀକରଣ କରାଇପାରିନଥିଲା ବ୍ୟାଙ୍କ୍। ଘଟଣାର ଖୋଳତାଡ଼ ବେଳେ ଜଣାପଡ଼ିଥିଲା ଧରଣୀଧର ମହାନ୍ତି ନାମକ ଜଣେ ବ୍ୟକ୍ତି ପୂର୍ବରୁ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ସଂପୃକ୍ତ ଜମିକୁ ଲିଜ୍ ନେଇଥିଲେ। 

 

ମାତ୍ର ନକଲି ଏନଓସି ଦେଇ ବ୍ୟାଙ୍କ ଠାରୁ ଋଣ ନେଇଥିଲେ। ଧରଣୀଧର ଋଣ ସୁଝିବାରେ ବିଫଳ ହେବାରୁ ବ୍ୟାଙ୍କ ଉକ୍ତ ଜମିକୁ ନିଲାମୀ ଡାକିଥିଲା। ଚନ୍ଦନ ଜମି କିଣିବା ପରେ ମଧ୍ୟ ପ୍ଲଟ ପାଇ ପାରୁନ ଥିବାରୁ ଜିଲ୍ଲା ଖାଉଟୀ ଅଦାଲତରେ ଅଭିଯୋଗ କରିଥିଲେ। ପ୍ରେମ ପ୍ରକାଶ ପାଣିଗ୍ରାହୀ, ମାମଲା ଲଢୁଥିବା ଆଇନଜୀବୀ

ତେବେ ନୋ ଅବଜେକ୍ସନ ସାର୍ଟିଫିକେଟଟି ନକଲି ବୋଲି ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇସାରିଥିବା ବେଳେ ପ୍ରକୃତରେ ତାହା ସେହି ଅଫିସର କୌଣସି କର୍ମଚାରୀ ପ୍ରସ୍ତୁତ କରି ଦେଇଛନ୍ତି ନା ଋଣ ଗ୍ରହିତା ନିଜେ ଏଭଳି ଠକେଇ କରିଛନ୍ତି ତାହା ଜଣାପଡିନାହିଁ।

OTV is now on Whatsapp

Join and get latest news update delivered to you via whatsapp

Join Now