Advertisment

Gwalior Murder Case: ‘ମୋ ପୁଅକୁ ମାରି ଦେଇଛି, ମୋତେ ମାରିଦେବାକୁ ପ୍ଲାନ୍‌ କରୁଛି’

ପ୍ରେମିକ ସହ ମିଶି ମୋ ପୁଅକୁ ମାରିଦେଇଛି। ଏବେ ପ୍ରେମିକ ସହ ମିଶି ମୋତେ ମାରିବାକୁ ଯୋଜନା କରୁଛି। ଏମିତି ସ୍ତ୍ରୀ ନାଁରେ ସାଂଘତିକ ଅଭିଯୋଗ ଆଣିଛନ୍ତି ଜଣେ ସ୍ୱାମୀ ।

author-image
Sujit kumar Swain
Gwalior Murder Case

Gwalior Murder Case

ମୋ ପୁଅକୁ ମାରି ଦେଇଛି । ମୋତେ ଏବେ ମାରିଦେବାକୁ ପ୍ଲାନ୍‌ କରୁଛି । ତା’ର ୩-୪ଟି ପ୍ରେମିକ ଅଛନ୍ତି । ପ୍ରେମିକ ସହ ମିଶି ମୋ ପୁଅକୁ ମାରିଦେଇଛି। ଏବେ ପ୍ରେମିକ ସହ ମିଶି ମୋତେ ମାରିବାକୁ ଯୋଜନା କରୁଛି। ଏମିତି ସ୍ତ୍ରୀ ନାଁରେ ସାଂଘତିକ ଅଭିଯୋଗ ଆଣିଛନ୍ତି ଜଣେ ସ୍ୱାମୀ । ଏହି ଘଟଣାକୁ ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । 

Advertisment

ଏହି ଘଟଣାରେ ପ୍ରତିବାଦ କରି ଏମିତି ଅଭିଯୋଗ କରିଛନ୍ତି ଗ୍ୱାଲିଅର୍‌ର ଅମିତ୍‌ କୁମାର ସେନ୍‌। କହିଛନ୍ତି ଯେ, ମୋ ସ୍ତ୍ରୀ ଲୁଚିଛପି ଖରାପ କାମ କରୁଛି। ସେ ମୋ ପୁଅକୁ ମାରି ଦେଇଛି। ଏମିତିରେ ବି ମୋତେ ମାରିଦେବାକୁ ପ୍ଲାନ୍‌ କରିବାକୁ ଯୋଜନା କରୁଛ। । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ମୋ ସ୍ତ୍ରୀକୁ ଦଣ୍ତ ଦିଅନ୍ତୁ ।

ଅଧିକ ପଢନ୍ତୁ: ସ୍ତ୍ରୀକୁ ମାରି ସୁଟକେସରେ ରଖିଲା, ଘରକୁ ଫେରି ବିଷ ପିଇଲା ଅଭିଯୁକ୍ତ

ତେବେ କିଛି ଦିନ ହେବ ସାରା ଦେଶରେ ପ୍ରେମିକ ସହ ମିଶି ଅନେକ ସ୍ତ୍ରୀ ସ୍ୱାମୀକୁ ଜୀବନରୁ ମାରିଦେବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଆସିବା ପରେ ମଧ୍ୟ ଚାର୍ଚ୍ଚାକୁ ଆସିଛି। 

Advertisment

ଅମିତ୍‌ ଗ୍ୱାଲିଆର୍‌ର ଜନକପୁରୀ ଅଞ୍ଚଳର ବାସିନ୍ଦା। ଅଭିଯୋଗ ଅନୁସାରେ, ତାଙ୍କ ସ୍ତ୍ରୀ ଓ ପ୍ରେମିକ ପୁଅକୁ ମାରି ଦେଇଛନ୍ତି। ତେବେ ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ହର୍ଷ ବୋଲି ସାମିଲ । ମୋ ସ୍ତ୍ରୀ ଏବେ ରାହୁଲ ନାମକ ଏକ ଯୁବକଙ୍କ ସହ ରହୁଛନ୍ତି। ଏମିତିକି ମୋ ସାନ ପୁଅକୁ ନେଇ ଯାଇଛି ବୋଲି ଅଭିଯୋଗ କରିଛନ୍ତି। 

ନିକଟରେ ଆଉ ଏକ ସମାନ ଘଟିଥିଲା। ନିଜ ସ୍ବାମୀଙ୍କୁ ସବୁଦିନ ପାଇଁ ସଫା କରିଦେବାକୁ ସୁପାରି କିଲରଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲା। ଏହି ଟଙ୍କା ନେଇ ସୁପାରି କିଲର୍ ସେହି ନବ ବିବାହିତ ମହିଳାଙ୍କ ସ୍ବାମୀଙ୍କୁ ଗୁଳି ଫୁଟାଇ ରାସ୍ତାରୁ ହଟାଇ ଦେଲେ। ଏଭଳି ଘଟଣା ଉତ୍ତରପ୍ରଦେଶର ଆଉରାୟା ଜିଲ୍ଲାରେ ଘଟିଥିଲା। ମହିଳା ଜଣକ ନିଜ ପ୍ରେମିକଙ୍କ ସହିତ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଉତ୍ତରପ୍ରଦେଶରେ ଏହି ଘଟଣା ଆଲୋଡ଼ନ ଖେଳାଇ ଦେଇଛି।

ସେମିତି ଆଉ ଏକ ଘଟଣା । ସଇତାନ୍ ସାଜିଲା ସ୍ବାମୀ । ସ୍ତ୍ରୀକୁ ମାରି ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଫେରାର ହୋଇଗଲା। ବେଙ୍ଗାଲୁରୁରେ ଘଟିଥିଲା ଲୋମହର୍ଷକ ହତ୍ୟାକାଣ୍ଡ । ମୃତକ ହେଲେ ୩୨ ବର୍ଷୀୟା ଗୌରୀ ଅନୀଲ ସମ୍ବରକର୍ । ଅଭିଯୁକ୍ତ ସ୍ବାମୀ ରାକେଶ ରାଜେନ୍ଦ୍ର ଖେଡ଼କରକୁ ପୁଣେରୁ ଗିରଫ କରିଥିଲା ପୋଲିସ । 

ଅଧିକ ପଢନ୍ତୁ: ସବୁ ଧରାଇଦେଲା CCTV, ଏମିତି ଥିଲା ହତ୍ୟାକାଣ୍ଡର ମାଷ୍ଟରପ୍ଲାନ୍ 

Murder Case Protest Wife
Advertisment
Advertisment