• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସମ୍ବଲପୁରରେ ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଧନୁପାଲି ଛକରେ ଗୁଳିକରି ସୁନା ଦୋକାନରୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବତ୍ତ । ଗୁଳିମାଡରେ ଦୋକାନ ମାଲିକ ସୁଜିତ୍ ସ୍ୱର୍ଣ୍ଣକାର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ତାଙ୍କ ପେଟରେ ଗୁଳି ବାଜିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ସୂଚନା ଅନୁଯାୟୀ ୬ ଦୁର୍ବୃତ୍ତ ଆସିଥିଲେ ଏବଂ ଦୋକାନ ଭିତରକୁ ୨ ଜଣ ପଶିଥିଲେ । ହେଲେ ଲୁଟ୍ କରି ନପାରି ୬ ଦୁର୍ବୃତ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ଛାନଭିନ୍ କରୁଛି । ଦୋକାନରେ ଥିବା କର୍ମଚାରୀମାନଙ୍କୁ ପଚରାଉଚରା କରୁଛି ପୋଲିସ ।

ଅନ୍ୟପଟେ ଗତ କିଛିଦିନ ତଳେ ରାଜଧାନୀରେ ବାହାଘର ମଣ୍ଡପରୁ ଲୁଟେରା ଲୁଟ କରିନେଇଥିଲେ । ବାହାଘର ଭୋଜିରେ ଗହଳିର ସୁଯୋଗ ନେଇ ଲୁଟି ନେଇଥିଲେ ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ । ବରଯାତ୍ରୀ ବେଶରେ ଆସି ଝିଅ ପକ୍ଷକୁ ମିଳିଥିବା ଗିଫ୍ଟ ଆଇଟମ ସହ ଟଙ୍କା ନେଇ ଚମ୍ପଟ ମାରିଥିଲେ ଲୁଟେରା ।

ଭୁବନେଶ୍ୱରସ୍ଥିତ ବଡଗଡ ଥାନା ଅଞ୍ଚଳରେ ଥିବା ଏକ ମଣ୍ଡପରେ ଝିଅ ବାହାଘର ଚାଲିଥିବା ବେଳେ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା କିଛିଦିନ ତଳେ । ଚୋରି ବେଳର ଦୃଶ୍ୟ ବାହାଘର ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ମଧ୍ୟ ହୋଇଥିଲା ।